କନକ ବ୍ୟୁରୋ: ସବୁ ଧର୍ମ ପ୍ରତି ମୋର ସମ୍ମାନ ଅଛି । ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି. ଆର. ଗବାଇ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ହେବା ପରେ ଜଷ୍ଟିସ ଗବାଇ ଏପରି କହିଛନ୍ତି । ମଧ୍ୟପ୍ରଦେଶ ଖଜୁରାହୋର ଏକ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ପୁନଃନିର୍ମାଣ ଓ ପୁନଃ ପ୍ରତିଷ୍ଠା ପାଇଁ ରାକେଶ ଦଲାଲ ନାମକ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାକୁ ଅଗ୍ରାହ୍ୟ କରି ଜଷ୍ଟିସ ଗବାଇ କହିଥିଲେ ଯେ, ଏହା ଏକ ‘ପ୍ରଚାର ସ୍ୱାର୍ଥ ମାମଲା । ଯାଅ ତୁମ ଭଗବାନଙ୍କୁ କୁହ’ । ଏହି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦର ଝଡ଼ ସୃଷ୍ଟି ହୋଇଥିଲା । ଏହାପରେ ଜଷ୍ଟିସ୍ ଗବାଇ କହିଛନ୍ତି, ତାଙ୍କର ସବୁ ଧର୍ମ ପ୍ରତି ସମ୍ମାନ ରହିଛି ।
'ସବୁ ଧର୍ମ ପ୍ରତି ମୋର ସମ୍ମାନ ଅଛି'
କହିଲେ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି. ଆର. ଗବାଇ
ଏକ ମାମଲାରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା
ଭଗବାନ ବିଷ୍ଣଙ୍କ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ପାଇଁ ମାମଲା ରୁଜୁ ହୋଇଥିଲା
ମାମଲା ଅଗ୍ରହ୍ୟ ସହ ଜଷ୍ଟିସ ଗବାଇ କହିଥିଲେ, ଏହା ଏକ ‘ପ୍ରଚାର ସ୍ୱାର୍ଥ ମାମଲା’
‘ଯାଅ ତୁମ ଭଗବାନଙ୍କୁ କୁହ’ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା
ଏହାପରେ ଜଷ୍ଟିସ୍ ଗବାଇ କହିଛନ୍ତି, ତାଙ୍କର ସବୁ ଧର୍ମ ପ୍ରତି ସମ୍ମାନ ରହିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/18/rump-68-2025-09-18-21-35-33.jpg)