କନକ ବ୍ୟୁରୋ : ସୁରକ୍ଷାବାହିନୀଙ୍କ ବଡ ସଫଳତା । ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ । ଓଡିଶା ରାଜ୍ୟ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ଘନ ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫର ୨୦୯ କୋବ୍ରା ବାଟାଲିୟନ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ହୋଇଥିଲା । ଏହି ଅପରେସନ ଜରାଇକେଲା ପୁଲିସ ଷ୍ଟେସନ ଅଧୀନସ୍ଥ କୁଲାପୁ ବୁରୁରେ ହୋଇଥିଲା। ଯେଉଁଠାରେ ସୁରକ୍ଷା ବାହିନୀ ଗୁଇନ୍ଦା ସୂଚନା ଆଧାରରେ ଏକ ସୁଚିନ୍ତିତ ଯୋଜନାବଦ୍ଧ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ପ୍ରବଳ ଗୁଳି ବିନିମୟ ଚାଲିଥିବା ବେଳେ ନକ୍ସଲବାଦୀମାନେ ଜଙ୍ଗଲ ଭିତରକୁ ଖସିଯିବାରେ ସଫଳ ହୋଇଥିଲେ। ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଯାହା ଫଳରେ ମାଓ ସାମଗ୍ରୀ ସହିତ ଏକ ବଡ଼ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ବିସ୍ଫୋରକ ଜବତ କରାଯାଇଥିଲା ।
ନକଲି ସୁନା ଦେଇ ବ୍ୟାଙ୍କକୁ ଠକିଲେ, ଅଭିଯୁକ୍ତ ଗିରଫ
ସୂଚନା ମୁତାବକ ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ହଠାତ୍ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା ଏବଂ ଏଥିରେ କେତେକ ମାଓବାଦୀ ଆହତ ହୋଇଥାଇ ପାରନ୍ତି ବୋଲି ପୁଲିସ କହିଛି। ସୁରକ୍ଷା ବାହିନୀରେ ପାଲଟା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓବାଦୀମାନେ ଘଞ୍ଚଜଂଗଲ ଓ ପାହାଡ଼ିଆ ଅଞ୍ଚଳରୁ ଖସି ପଳାଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସ୍ଥଳରୁ ପୁଲିସ ଦୁଇଟି ଏସ୍ଏଲ୍ଆର୍ ରାଇଫଲ୍ ଏବଂ ଗୋଟିଏ .୩୦୩ ରାଇଫଲ୍ ଜବତ କରିଛି। ପରେ ଜଣେ ମାଓବାଦୀ ନିହତ ହୋଇଥିବା କହାଯାଉଥିବାବେଳେ ସେନେଇ ସ୍ପଷ୍ଟ ହୋଇନାହିଁ। ଏନକାଉଣ୍ଟର ନିଶ୍ଚିତ ଏବଂ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯାଇଥିବା ଡିଆଇଜି କହିଛନ୍ତି ।
ଅନ୍ୟପଟେ ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି । ଜଣକ ପରେ ଜଣେ ଏହି ମୁଖ୍ୟସ୍ରୋତରେ ସାମିଲ ପାଇଁ ଜଂଗଲରୁ ସହର ମୁହାଁ ହେଉଛନ୍ତି । ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନିଲର ନେତୃତ୍ବରେ ୭ ଜଣ ନକ୍ସଲ ହତିଆର ସହ ଗରିଆବନ୍ଦ ପୁଲିସ ନିକଟରେ ପହଞ୍ଚୁଛନ୍ତି । ଜଣେ ସାମ୍ବାଦିକଙ୍କ ସହଯୋଗରେ ଏହି ନକ୍ସଲମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଆସୁଛନ୍ତି।
ଜଂଗଲରୁ ଚାଲି ଚାଲି ଗରିଆବନ୍ଦ ଜିଲ୍ଲା ପୁଲିସ ନିକଟରେ ପହଞ୍ଚିବେ । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ରହିଛନ୍ତି । ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନୀଲ ଗତ ଶାନ୍ତିବାର୍ତ୍ତାକୁ ନେଇ ନିଜ ମତ ରଖିଥିଲେ । ସେ ଏହି ଶାନ୍ତିବାର୍ତ୍ତାରେ ରାଜି ଥିବା କହିଥିଲେ । ସଂଗଠନର ସିସି ମେମ୍ବରମାନେ ସଂଗଠନ ଛାଡୁଥିବାରୁ ତାଂକୁ ଆମେ ଅନୁକରଣ କରୁଥିବା କହିଛନ୍ତି । ଏଭଳି ଯଦି ଲଗାତାର ନକ୍ସଲ ସଂଗଠନ ଛାଡିବେ ଆଉ ବେଶି ଦିନ ନୁହେଁ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେ ବ ।
ଅନୁଗୁଳରେ କମୁଛନ୍ତି ସୁଭଦ୍ରା ହିତାଧିକାରୀ, ତୃତୀୟ କିସ୍ତି ମିଳିବା ବେଳକୁ କମିଗଲେଣି ୧୯ ହଜାରରୁ ଅଧିକ ମହିଳା
କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟକୁ ଅତି ସହଜରେ ପୁଲିସ ହାସଲ କରିବ ବୋଲି ମଧ୍ୟ କହିଛି । ଗଡଚିରୋଲି ଏବଂ ବସ୍ତରରେ ଲଗାତାର ୪୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଛି । ଏତେ ସଂଖ୍ୟକ ନକ୍ସଲଙ୍କ ଆତ୍ମସମର୍ପଣ ସମସ୍ତଙ୍କୁ ଚକିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଦେଇଛି । ଜଂଗଲରୁ ଆସୁଥିବା ୭ ଜଣ ନକ୍ସଲ ନିଜ ହାତରେ ଇନସାସ ଓ ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ନେଇ ଆସୁଥିବା ଜଣାପଡିଛି ।
ଅନ୍ୟଦିଗରେ ତେଲେଙ୍ଗାନା ଏରିଆ କମିଟି ମଧ୍ୟ ଶାନ୍ତିବାର୍ତ୍ତାକୁ ନେଇ ପ୍ରେସ ବିଜ୍ଞପ୍ତିରେ ରାଜିନାମା ଦେଇଛି । କିନ୍ତୁ ଗତକାଲି ପୂର୍ବ ଆଞ୍ଚଳିକ ବ୍ୟୁରୋ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଆତ୍ମସମର୍ପଣ ନକ୍ସଲଙ୍କୁ କାପୁରୁଷ କହିବା ସହ ଲଢେଇ ଜାରି ରହିବ ବୋଲି କୁହାଯାଇଛି । ତେବେ ଏଭଳି ଦୁଇ ଗୋଷ୍ଠୀ ହେବା ଏବଂ ସଂଗଠନରେ କିଏ କାହାକୁ ନମାନିବା ଅନ୍ୟ ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ପୁଲିସ କହିଛି । ଆଗକୁ ଆହୁରି ଅନେକ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/08/maoist-2025-11-08-09-29-07.jpg)