କନକ ବ୍ୟୁରୋ, ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବା ବେଳକୁ ଅନୁଗୁଳ ଜିଲ୍ଲାରେ ହିତାଧିକାରୀଙ୍କ ସଂଖ୍ୟା ୧୯ ହଜାର ୨୧୩ କମିଗଲାଣି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ମୋଟ ୩ ଲକ୍ଷ ୨୩ ହଜାର ୬୫୭ ଜଣ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୮୯୯ ଜଣଙ୍କୁ ପ୍ରଥମ କିସ୍ତି ମିଳିଥିବା ବେଳେ ଦ୍ବିତୀୟ କିସ୍ତି ବେଳକୁ ଏ ସଂଖ୍ୟା ୩ ଲକ୍ଷ ୧ ହଜାର ୯୨୮କୁ ଖସି ଆସିଥିଲା ।
ନୂଆପଡ଼ା ଉପନିର୍ବାଚନ, ମୁଖ୍ୟମନ୍ତ୍ରୀ କରିବେ ହାଇଭୋଲଟେଜ୍ କ୍ୟାମ୍ପେନ
ସେହିପରି ତୃତୀୟ କିସ୍ତି ବେଳକୁ ଅନୁଗୁଳ ଜିଲ୍ଲାରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୬୮୬କୁ ଖସିଆସିଛି । ଗୋଟିଏ ପଟେ ସୁଭଦ୍ରା ଯୋଜନାରେ ପ୍ରତିଦିନ ନୂଆ ହିତାଧିକାରୀ ଯୋଡ଼ି ହେଉଥିବା ବେଳେ ଜିଲ୍ଲାରୁ ବହୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ୁଥିବାରୁ ହିତାଧିକାରୀଙ୍କ ସଂଖ୍ୟା କମୁଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/08/9-2025-11-08-08-16-55.jpg)