କନକ ବ୍ୟୁରୋ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ । ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ୫ଟିକିଆ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ଅଛି । ଆଜି ଶେଷ ଟି-୨୦ ମ୍ୟାଚ ଜିତି ସିରିଜ କବ୍‌ଜା କରିବାକୁ ପ୍ରାଣପଣେ ଚେଷ୍ଟା କରିବେ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ । ଚତୁର୍ଥ ଟି-୨୦କୁ ଭାରତ ୪୮ ରନରେ ଜିତିଥିଲା । ଭାରତର ସ୍ପିନରଙ୍କ ଆଗରେ ସରେଣ୍ଡର କରିଥିଲେ କଙ୍ଗାରୁ ବ୍ୟାଟର । ତେଣୁ ଶେଷ ମ୍ୟାଚକୁ ଜିତି ସିରିଜକୁ ୨-୨ରେ ବରାବର କରିବାକୁ ଚେଷ୍ଟା କରିବ ଘରୋଇ ଅଷ୍ଟ୍ରେଲିଆ

Advertisment

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ପୂରଣ: ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ

 ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ଯଶପ୍ରିତ ବୁମରାଙ୍କ ଉପରେ । ସେ ଆଜି ଗୋଟିଏ ୱିକେଟ ନେଲେ ଟି-୨୦ କ୍ରିକେଟରେ ୧୦୦ ୱିକେଟ ହାସଲ କରିବେ । ପ୍ରଥମ ବୋଲର ଭାବେ ଟେଷ୍ଟ, ଦିନିକିଆ ଓ ଟି-୨୦ କ୍ରିକେଟରେ ୧୦୦ରୁ ଅଧିକ ୱିକେଟ୍ ହାସଲକାରୀ ହୋଇପାରିବେ ବୁମ୍‌ରା ।