କନକ ବ୍ୟୁରୋ:ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫-୨୬ର ଫାଇନାଲ୍ ମୁକାବିଲା ଗୁରୁବାର ଖେଳାଯାଇଥିଲା । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଝାଡ଼ଖଣ୍ଡ ହରିୟାଣାକୁ ୬୯ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ଝାଡ଼ଖଣ୍ଡ ହରିୟାଣାକୁ ଜିତିବା ପାଇଁ ୨୬୩ ରନର ଲକ୍ଷ୍ୟ ଦେଇଥିଲା, କିନ୍ତୁ ହରିୟାଣା ଦଳ ୧୮.୩ ଓଭରରେ ୧୯୩ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।
ଝାଡ଼ଖଣ୍ଡ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଜିତିଛି । ଅନ୍ୟପକ୍ଷରେ ହରିୟାଣା ଦଳ ମଧ୍ୟ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳୁଥିଲା, କିନ୍ତୁ ଚାମ୍ପିଅନ୍ ହେବାର ତାଙ୍କ ସ୍ୱପ୍ନ ଭାଙ୍ଗିଗଲା । ଝାଡ଼ଖଣ୍ଡର ଏହି ବିଜୟର ହିରୋ ସାଜିଥିଲେ ଅଧିନାୟକ ଇଶାନ୍ କିଷାନ୍, ଯିଏ ସୟଦ ମୁସ୍ତାକ ଅଲିର ଏହି ସିଜିନରେ ସର୍ବାଧିକ ୫୧୭ ରନ୍ ସଂଗ୍ରହ କରିଛନ୍ତି । ଇଶାନ୍ ଫାଇନାଲରେ ମଧ୍ୟ ଏକ ଶତକ ହାସଲ କରିଥିଲେ।
ଆହୁରି ପଢ଼ନ୍ତୁ... ବର୍ଷ ବର୍ଷ ଅପମାନର ଜବାବ ୮.୪୦ କୋଟି, ହାର ମାନିବାକୁ ମନା କରିଥିଲେ କାଶ୍ମୀରର ‘ଡେଲ୍ ଷ୍ଟେନ୍’
ସୟଦ ମୁସ୍ତାକ ଅଲି ଟ୍ରଫିର ଏହା ୧୮ତମ ସଂସ୍କରଣ ଥିଲା । ତାମିଲନାଡୁ ଦଳ ସର୍ବାଧିକ ତିନିଥର ସୟଦ ମୁସ୍ତାକ ଅଲି ଟ୍ରଫି ଜିତିବାରେ ସଫଳ ହୋଇଛି । ଏହି ଦଳ ୨୦୦୬-୦୭ରେ ଆୟୋଜିତ ସୟଦ ମୁସ୍ତାକ ଅଲି ଟ୍ରଫିର ପ୍ରଥମ ସଂସ୍କରଣ ମଧ୍ୟ ଜିତିଥିଲା । କର୍ଣ୍ଣାଟକ, ଗୁଜରାଟ, ବରୋଦା ଏବଂ ମୁମ୍ବାଇ ଦୁଇଥର ଲେଖାଏଁ ଏହି ଟାଇଟଲ୍ ଜିତିଛନ୍ତି । ସେହିପରି ଉତ୍ତରପ୍ରଦେଶ, ଇଷ୍ଟ ଜୋନ୍, ମହାରାଷ୍ଟ୍ର, ବେଙ୍ଗଲ, ଦିଲ୍ଲୀ, ପଞ୍ଜାବ ଏବଂ ଝାଡ଼ଖଣ୍ଡ ଦଳ ଗୋଟିଏ ଲେଖାଏଁ ଟ୍ରଫି ଜିତିଛନ୍ତି ।
ଲକ୍ଷ୍ୟର ପିଛା କରିବା ବେଳେ ଆରମ୍ଭରୁ ହିଁ ହରିୟାଣା ବ୍ୟାଟରମାନଙ୍କୁ ଦ୍ରୁତ ଗତିରେ ରନ୍ କରିବାର ଥିଲା । ଏହି ଚାପ ଯୋଗୁଁ ହରିୟାଣା ପାୱାରପ୍ଲେ ମଧ୍ୟରେ ହିଁ ତିନୋଟି ୱିକେଟ୍ ହରାଇଥିଲା । ଏହାପରେ ହରିୟାଣା ଦଳ ଆଉ ମ୍ୟାଚକୁ ଫେରିପାରି ନଥିଲା । ଯଶବର୍ଦ୍ଧନ ଦଲାଲ (୫୩ ରନ୍), ସାମନ୍ତ ଜାଖର (୩୮ ରନ୍) ଏବଂ ନିଶାନ୍ତ ସିନ୍ଧୁ (୩୧ ରନ୍) ହିଁ କ୍ରିଜରେ କିଛି ସମୟ ତିଷ୍ଠି ରହିପାରିଥିଲେ । ଝାଡ଼ଖଣ୍ଡ ପକ୍ଷରୁ ଦ୍ରୁତ ବୋଲର ସୁଶାନ୍ତ ମିଶ୍ର ଏବଂ ବାଲ କୃଷ୍ଣ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ବିକାଶ ସିଂ ଏବଂ ଅନୁକୁଳ ରୟ ମଧ୍ୟ ୨ଟି ଲେଖାଏଁ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/19/ishan-kisan-2025-12-19-08-15-48.png)