କନକ ବ୍ୟୁରୋ: ଫାଇଟର ଜେଟ୍, ହେଲିକପ୍ଟର ଏବଂ ଡିଫେନ୍ସ ସିଷ୍ଟମ ପରେ, ପାକିସ୍ତାନକୁ ଏବେ ସବ୍ମେରାଇନ୍ ଦେବାକୁ ଯାଉଛି ଚୀନ୍ । ପାକ୍ ନୌସେନାକୁ ଆସନ୍ତା ବର୍ଷ ପ୍ରଥମ ଚୀନ ବିକଶିତ କରିଥିବା ହାଙ୍ଗର-କ୍ଲାସ୍ ସବ୍ମେରାଇନ୍ ମିଳିବ। ପାକିସ୍ତାନର ନୌସେନା ମୁଖ୍ୟ ଆଡମିରାଲ ନଦୀମ୍ ଅଶରଫ ଏହି ସୂଚନା ଦେଇଛନ୍ତି । ଚୀନ୍ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଏହି ଚୁକ୍ତି ସୁରୁଖୁରୁରେ କାର୍ଯ୍ୟକାରୀ ହେଉଛି । ୨୦୨୮ ସୁଦ୍ଧା ଚୀନ ମୋଟ ୮ଟି ସବ୍ମେରାଇନ୍ ପାକିସ୍ତାନକୁ ଦେବାକୁ ସ୍ଥିର କରିଛି । ଚୀନର ଏଭଳି ନୀତି ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଆମେରିକାର ଟାରିଫ ମାଡ଼ ବେଳେ ଭାରତକୁ ବନ୍ଧୁ ବନ୍ଧୁ କହୁଛି, କିନ୍ତୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରକୁ ସହାୟତା ଦେବାକୁ ପଛାଉନି ।
୯ଟି ପରମାଣୁ ଶକ୍ତି ବିଶିଷ୍ଟ ଦେଶ, ଭାରତର ସ୍ଥାନ କେଉଁଠି?
ପ୍ରାୟ ୫ ବିଲିୟନ ଡଲାରର ଏହି ପ୍ରତିରକ୍ଷା ଚୁକ୍ତି ଅଧୀନରେ ପ୍ରଥମ ୪ଟି ସବ୍ମେରାଇନ୍ ଚୀନ୍ରେ ନିର୍ମାଣ କରାଯାଉଛି । ବାକି ୪ଟି ପାକିସ୍ତାନରେ ଯୋଡ଼ାଯିବ । ପାକିସ୍ତାନର ବୈଷୟିକ କ୍ଷମତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ବୃଦ୍ଧି କରାଇବାକୁ ଚୀନ ଲକ୍ଷ୍ୟ ରଖିଥିବା କଥା ଆଲୋଚନା ହେଲାଣି । ରିପୋର୍ଟ ଅନୁଯାୟୀ, ଚୀନ୍ର ହୁବେଇରେ ୟାଙ୍ଗ୍ତ୍ସି ନଦୀ କୂଳରେ ଥିବା ସିପୟାର୍ଡରୁ ଏପର୍ଯ୍ୟନ୍ତ ତିନୋଟି ସବ୍ମେରାଇନ୍ ଲଞ୍ଚ୍ କରାଯାଇ ସାରିଲାଣି ।
ପାକ୍ ଆଡମିରାଲ ଅଶରଫ କହିଛନ୍ତି, "ଚୀନ୍ର ପ୍ରତିରକ୍ଷା ଉପକରଣ ପାକିସ୍ତାନ ନୌସେନାର ଆବଶ୍ୟକତା ପୂରଣ କରୁଛି । ଉନ୍ନତ ଟେକ୍ନୋଲୋଜି ସହିତ ବିକଶିତ ଯୁଦ୍ଧାସ୍ତ୍ର ଦେଇ ଭରସାଯୋଗ୍ୟ ପାଲଟିଛି । ଯୁଦ୍ଧ କ୍ଷେତ୍ରରେ AI, ଡ୍ରୋନ୍ ଏବଂ ଇଲେକ୍ଟ୍ରୋନିକ୍ ୱାର୍ଫେୟାର ସିଷ୍ଟମର ଗୁରୁତ୍ୱ ବଢୁଛି ଏବଂ ପାକିସ୍ତାନ ନୌସେନା ଏହି ବୈଷୟିକ ଜ୍ଞାନକୌଶଳରେ ଚୀନ୍ ସହିତ ସହଯୋଗ ଦିଗରେ କାର୍ଯ୍ୟ କରୁଛି ।"
୮ବର୍ଷ ପରେ ଆଲୁଅ ଦେଖିଲେ ଗାଁଲୋକେ, ଖବର ବାଜିବା ପରେ ଚେତିଲା ପ୍ରଶାସନ
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ଅନୁଯାୟୀ, ୨୦୨୦ରୁ ୨୦୨୪ ମଧ୍ୟରେ ଚୀନ୍ର ମୋଟ ଅସ୍ତ୍ରଶସ୍ତ୍ର ରପ୍ତାନୀର ୬୦%ରୁ ଅଧିକ ପାକିସ୍ତାନ କିଣିଛି । ଯାହାଦ୍ୱାରା ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀ ସୁଦୃଢ଼ ହେବାରେ ଲାଗିଛି । ଏହି ଚୁକ୍ତି ସହିତ ଚୀନ୍ ନିଜର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଅଧୀନରେ ପାକିସ୍ତାନରେ ବ୍ୟାପକ ଭାବରେ ବିନିଯୋଗ କରୁଛି । ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର, ଯାହା ଚୀନ୍ର ଶିଞ୍ଜିଆଙ୍ଗରୁ ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ପ୍ରାୟ ୩ ହଜାର କିଲୋମିଟର ଲମ୍ବା ରାସ୍ତା । ଏହି କରିଡର ମଧ୍ୟପ୍ରାଚ୍ୟରୁ ବେଜିଂକୁ ଶକ୍ତି ଯୋଗାଣର ଏକ ବିକଳ୍ପ ହେବ ।
ଚୀନ ନିର୍ମାଣ କରିଡର ଦ୍ୱାରା ଭାରତର ସୁରକ୍ଷା ପ୍ରତି ବିପଦ ରହିଛି । ଏହାପୂର୍ବରୁ ବି ଆଲୋଚନା ହୋଇ ଆସୁଛି । କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବ ଚୀନ ପାକିସ୍ତାନକୁ ପ୍ରତିରକ୍ଷା କ୍ଷେତ୍ରରେ ସହାୟତା କରୁଛି ତାହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଗୋଟିଏ ପଟେ ଚୀନ ଆମେରିକାର ଟାରିଫ ମାଡ଼ ବେଳେ ଭାରତର ନିକଟର ହେବାକୁ ଚେଷ୍ଟା କରୁଛି, ଅନ୍ୟପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରୁକୁ ସବ୍ମେରାଇନ୍ ଯୋଗାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/04/17china-pak_soubhagya_thumb-2025-11-04-12-48-24.jpg)