କନକ ବ୍ୟୁରୋ : ଦିନକ ପରେ କମ୍ପିବ ଭୁବନେଶ୍ବର । ମଞ୍ଚ ପ୍ରସ୍ତୁତ, ଆତିଥେୟତା ପାଇଁ ସରକାର ତତ୍ପର । ସଜେଇ ହେଲାଣି ପୂରା ରାଜଧାନୀ । ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ ସାଜିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ  ସାମିଲ ହେବେ । ନଭେମ୍ବର ୬ରୁ ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । 

Advertisment

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାରେ ଗଞ୍ଜାମର ପ୍ରମୁଖ ଭୂମିକା, ଏହି ଠାରୁ ହିଁ ବାଣିଜ୍ୟ ପାଇଁ ବିଦେଶକୁ ଯାଉଥିଲେ ସାଧବ ପୁଅ, ସ୍ମୃତି ତାଜା କରୁଛି ଏଠିକାର ଅନେକ ବନ୍ଦର

 ୫ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ  ରହିଛି । ୬ରେ ବୈଷୟିକ ପ୍ରଦର୍ଶନୀ, ୭ରେ ରୋଡ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ, ୯ରେ ବ୍ୟବସାୟିକ ବୈଠକ, ୧୦ ତାରିଖରେ ଉଦଯାପନୀ ଉତ୍ସବ ।  ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ହେବ ତର୍ଜମା । ସଡକ ସମ୍ବନ୍ଧୀୟ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ପ୍ରସ୍ତୁତ ହେବ ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ, କ୍ରାଇମ ସ୍ପଟରେ କ୍ରାଇମସିନର ରିକ୍ରିଏସନ କଲା ସାର୍ପସୁପଟର କୁରୁପତି

୨୦୧୫ରେ ଓଡ଼ିଶାରେ ଶେଷଥର ପାଇଁ ଜାତୀୟ ରୋଡ କଂଗ୍ରେସର ବୈଠକ ହୋଇଥିଲା । ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଓଡ଼ିଶା ମାଟିରୁ ପୂରା ଦେଶର ସଡ଼କ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । 

ପରମ୍ପରା ନାଁରେ ପ୍ରଦୂଷଣ, ଚେତୁନାହାନ୍ତି ଲୋକ

ପ୍ରତିବର୍ଷ ରୋଡ କଂଗ୍ରେସର ବୈଠକ ବସୁଛି । ସଡ଼କ ପରିବହନ କ୍ଷେତ୍ରକୁ  ଉନ୍ନତ ଓ ସୁଦୃଢ କରିବାକୁ ନିଷ୍ପତ୍ତି ହେଉଛି । ହେଲେ ବୈଠକର ବାସ୍ତବତା ୧୬ ନମ୍ବର ଜାତୀୟ ରାଜପଥ ବଖାଣୁଛି ।