କନକ ବ୍ୟୁରୋ; ପୋଖରୀରେ ଭାସୁଛି ମାଳ ମାଳ ଡଙ୍ଗା । ଆଜି ଡଙ୍ଗାଭସା ପରେ ପ୍ରାୟ ସମସ୍ତ ପୁଷ୍କରିଣୀରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ଏ ଘଟଣା ଆପଣଙ୍କୁ ସାମାନ୍ୟ ଲାଗିପାରେ । ମାତ୍ର ଏହା ଯେ ପ୍ରଦୂଷଣର ଏକ ବଡ଼ କାରଣ ତାହା କେହି କେବେ ଭାବିନଥିବେ । ଏ ଡଙ୍ଗା ଏମିତି ସେମିତି ଡଙ୍ଗା ନୁହେଁ, ପୋଖରୀରେ ଭାସୁଥିବା ଏ ଡଙ୍ଗା ଭିତରୁ ଅଧିକାଂଶ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ଥର୍ମୋକୁଲରେ ପ୍ରସ୍ତୁତ । ଯାହା ଜଳ ପ୍ରଦୂଷଣର ମୁଖ୍ୟ କାରଣ ହେବା ସହ ଜଳଚର ପ୍ରାଣୀଙ୍କ ପାଇଁ ବି ଘାତକ ସାଜିଥାଏ ।
ପ୍ଲାଷ୍ଟିକ୍ ଏବଂ ଥର୍ମୋକୁଲ୍ ମାଟିରେ ମିଶୁନଥିବାରୁ ଏହା ପରିବେଶ ପାଇଁ ହାନିକାରକ ହୋଇଥାଏ । ଡଙ୍ଗାଭସା ପରେ ଏ ଥର୍ମୋକୁଲ୍ ପଡ଼ିପଡ଼ି ଆବର୍ଜନାରେ ପରିଣତ ହୁଏ । ଆଉ ଧୀରେଧୀରେ ମାଟିକୁ ପ୍ରଦୂଷିତ କରିଥାଏ । ଲୋକେ ଏସବୁ ଜାଣି ମଧ୍ୟ ସଚେତନ ହେଉନାହାନ୍ତି । ଧର୍ମ ନାଁରେ ପ୍ରଦୂଷଣ କରିବାକୁ ପଛଉନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/05/kartika-purnima-2025-11-05-19-41-42.png)