କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଓ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବଡ଼ ନିଦର୍ଶନ । କୃଷି, ସମର ଓ ନୌବାଣିଜ୍ୟକୁ ନେଇ ଉତ୍କଳୀୟ ପରମ୍ପରା । ଏହି ପରମ୍ପରା ସହ ବେଶ ଭଲ ଭାବେ ଜଡ଼ିତ ଗଞ୍ଜାମ ଜିଲ୍ଲା। ଆନ୍ଧ୍ରରୁ ଓଡ଼ିଶା ପର୍ଯ୍ୟନ୍ତ  ସୁଦୀର୍ଘ ଉପକୂଳରେ ଥିବା ୧୨ଟି ବନ୍ଦରରୁ ବାଣିଜ୍ୟ ପାଇଁ ବାହାରୁଥିଲେ ସାଧବ ପୁଅ। ଆନ୍ଧ୍ରର ନାଗାବଳୀ ମୁହାଣ, ସୂତାହାଟ, ପୁଣ୍ଡି, ବାରୁୱା, ସୋନପୁର, ଗୋପାଳପୁର, ଗଞ୍ଜା, ହମ୍ମା, ବାଲୁଗାଁ, ପୁରୀ, କୋଣାର୍କ, ଓ ବାଲେଶ୍ଵର ମୁହାଣରୁ ବିଦେଶକୁ ଯାଉଥିଲେ ସାଧବ ପୁଅ। ବୋଇତ ସାହାଯ୍ୟରେ ଗଞ୍ଜାମର ପୁରୁଷୋତ୍ତମପୁରରୁ ହାଣ୍ଡି ଓ ଚିକିଟିରୁ ଧାନ ରପ୍ତାନୀ ହେଉଥିଲା। ଯାହାର ପ୍ରମାଣ ହାଣ୍ଡିଘର ଓ ଧାନ ଘର ନାମକ ଗାଁ।

Advertisment

ପୁରାତନ ଗଞ୍ଜାମରେ ନୌବାଣିଜ୍ୟ ପରମ୍ପରା ଚାଲିଥିବା ନେଇ ସାମୁଦ୍ରିକ ବିଜ୍ଞାନ ଓ ଭୌଗଳିକ ତତ୍ତ୍ଵ ରହିଛି। ଦକ୍ଷିଣରେ ଜାଭା, କଲମ୍ବିଆ, ଶ୍ରୀଲଙ୍କା , ଭଳି ବିଭିନ୍ନ ଅଞ୍ଚଳ କୁ ବାଣିଜ୍ୟ ବ୍ୟବସାୟ ଚାଲିଥିଲା। ବ୍ରହ୍ମପୁରରେ ସାହୁ ବା ସାର୍ଥବାହ ପରିବାରର ଲୋକେ ବାଣିଜ୍ୟ କରୁଥିବାରୁ ସେମାନଙ୍କୁ ସାଧବ ବୋଲି କୁହାଯାଏ। ପୁରାତନ ଗଞ୍ଜାମରେ ଏକାଧିକ ବନ୍ଦର ଥିବାରୁ ସେତେବେଳେ ସମ୍ରାଟ ଅଶୋକ ଆକ୍ରମଣଜାରୀ ରଖିଥିବା ଇତିହାସ କୁହେ ।

ପରମ୍ପରା ନାଁରେ ପ୍ରଦୂଷଣ , ଚେତୁନାହାନ୍ତି ଲୋକ

ପୁରାତନ ଅବିଭକ୍ତ ଗଞ୍ଜାମ କହିଲେ ଅତୀତର କଳିଙ୍ଗକୁ ବୁଝାଏ। ଯୁଗ ବଦଳିବା ସଙ୍ଗେ ନୌବାଣିଜ୍ୟର ଢାଞ୍ଚା ବଦଳିଲା। ଗଞ୍ଜାମରେ ସୁଦୀର୍ଘ ଉପକୁଳ ରହିଛି ହେଲେ ବନ୍ଦର ସବୁ ଭଗ୍ନ ଅବସ୍ଥାରେ। ତଥାପି ବଞ୍ଚିରହିଛି ପରମ୍ପରା।