କନକ ବ୍ୟୁରୋ : ବିଶ୍ବକୁ ଚମକାଇଲା ଭାରତର ବାଉଁଶ କାହାଣୀ । ମଣିପୁରରୁ ମିଳିଲା ହିମ ଯୁଗର କଣ୍ଟା ବାଉଁଶ ଜୀବାଶ୍ମ । ୩୭ ହଜାର ବର୍ଷ ତଳର ଏହି ଜୀବାଶ୍ମ ଆବିଷ୍କାର ହେବା ପରେ ବାଉଁଶର ବିବର୍ତ୍ତନ ଓ ଏସିଆର ବାଉଁଶ ଇତିହାସ ଦିଗରେ ନୂଆ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଏହାକୁ ଉଦ୍ଭିଦ ବିଜ୍ଞାନ ଓ ଜୀବାଶ୍ମ ଗବେଷଣାରେ ମାଇଲଖୁଣ୍ଟ ବୋଲି କହୁଛନ୍ତି ବୈଜ୍ଞାନିକ ।

Advertisment

ଅଧିକ ପଢ଼ନ୍ତୁ :  ଭାରତରୁ ମିଳିଲା ଏସିଆର ସର୍ବପୁରାତନ କଣ୍ଟା ବାଉଁଶ ଜୀବାଶ୍ମ : ନିଶ୍ଚିହ୍ନ ହୋଇଛି କଣ୍ଟା, କିନ୍ତୁ ବାରି ହେଉଛି ଚିହ୍ନ


ହଜାର ହଜାର ବର୍ଷ ତଳର କଥା... ହିମ ଯୁଗର ସମୟ... ବରଫାବୃତ ପୃଥିବୀ, ଚାରିଆଡ଼େ ଅତି ନିମ୍ନ ତାପମାତ୍ରା । ଶୀତଳ ଓ ଶୁଷ୍କ ଜଳବାୟୁରେ ଲୋପ ପାଇଯାଉଥାନ୍ତି ବହୁ ଜୀବଜନ୍ତୁ ଓ ଉଦ୍ଭିଦ ପ୍ରଜାତି । ଏଭଳି ପ୍ରତିକୂଳ ସମୟରେ ବାଉଁଶକୁ ନିଶ୍ଚିହ୍ନ ହେବାରୁ ରକ୍ଷା କରିଥିଲା ଭାରତ । ପାଲଟିଥିଲା ସୁରକ୍ଷା କବଚ ।... ହଁ.. ଇଏ ସେଇ ପ୍ରାଚୀନ ପ୍ରଜାତିର କଣ୍ଟା ବାଉଁଶ । ଯାହାର ଜୀବାଶ୍ମ ମିଳିଛି ମଣିପୁରରେ ।

ଅଧିକ ପଢ଼ନ୍ତୁ :  ଅଥଳ ସମୁଦ୍ର ଗର୍ଭରୁ ଜନ୍ମ ବାରିପଦା: ସହର ନିକଟରୁ ପୁରାତନ ଜୀବାଶ୍ମ ଭଣ୍ଡାର ଠାବ

ମଣିପୁର ଇମ୍ଫାଲ ଭ୍ୟାଲିର ଚିରାଙ୍ଗ ନଦୀ ଅବବାହିକାରୁ ଠାବ ଏହି ଜୀବାଶ୍ମର କଣ୍ଟା ନିଶ୍ଚିହ୍ନ ହୋଇଯାଇଥିଲେ ବି, ତାହାର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି । ହିମ ଯୁଗରେ ବି ଭାରତର ଉତ୍ତର ପୂର୍ବାଞ୍ଚଳରେ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଥିଲା ଏବଂ ସେଠାରେ ବାଉଁଶ ବଢ଼ିବା ସହ ତୃଣଭୋଜିଙ୍କ ଠାରୁ ରକ୍ଷା ପାଇବାକୁ କଣ୍ଟା ବିକଶିତ ହୋଇଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି ।

ଅଧିକ ପଢ଼ନ୍ତୁ :  ଚିନ୍ତା ବଢ଼ାଇଲା ପ୍ରଦୂଷଣ ବୋର୍ଡ ରିପୋର୍ଟ, ଖସୁଛି କଟକ ବାୟୁର ମାନ

ବାଉଁଶ ଫମ୍ପା ଓ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ, ଏହାର ଜୀବାଶ୍ମ ଖୁବ ବିରଳ । ତେବେ ମଣିପୁରରୁ ଏହି ବିରଳ ଜୀବାଶ୍ମ ମିଳିବା ପରେ, ଏହା ଭାରତ ତଥା ଏସିଆର ଉଦ୍ଭିଦ ବିଜ୍ଞାନ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି । ଲକ୍ଷ୍ନୌସ୍ଥିତ ବୀରବଲ ସାହାଣୀ ଇନଷ୍ଟିଚ୍ୟୁସନ୍ ଅଫ୍ ପାଲିଓସାଇନ୍ସେସ୍  ବୈଜ୍ଞାନିକମାନେ ବାଉଁଶ ଜୀବାଶ୍ମ ଉପରେ ଗବେଷଣା କରୁଛନ୍ତି ।