କନକବ୍ୟୁରୋ : ଭାରତରୁ ମିଳିଲା ଏସିଆର ସର୍ବପୂରାତନ କଣ୍ଟା ବାଉଁଶ ଜୀବାଶ୍ମ । ୩୭ ହଜାର ବର୍ଷ ପୁରୁଣା ବାଉଁଶ ଜୀବାଶ୍ମ ମଣିପୁର ଇମ୍ଫାଲ ଭ୍ୟାଲିର ଚିରାଙ୍ଗ ନଦୀ ଅବବାହିକାରୁ ଠାବ ହୋଇଛି । ଏଥିରେ ଥିବା କଣ୍ଟା ନିଶ୍ଚିହ୍ନ ହୋଇଯାଇଥିଲେ ମଧ୍ୟ , ତାହାର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି । ବାଉଁଶ ଫମ୍ପା ଓ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ, ଏହାର ଜୀବାଶ୍ମ ଖୁବ ବିରଳ । ତେବେ ମଣିପୁରରୁ ଏହି ବିରଳ ଜୀବାଶ୍ମ ଆବିଷ୍କୃତ ହେବା ପରେ , ଏହା ଭାରତ ତଥା ଏସିଆର ଉଦ୍ଭିଦ ବିଜ୍ଞାନ ଇତିହାସ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ.. ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଡିଟୱା, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା
ବୀରବଲ ସାହଣୀ ଇନଷ୍ଟିଚ୍ୟୁସନ୍ ଅଫ୍ ପାଲିଓସାଇନ୍ସେସ୍- ବିଏସ୍ଆଇପିର ବୈଜ୍ଞାନିକମାନେ ଏହି ଜୀବାଶ୍ମ ଉପରେ ପରୀକ୍ଷାନିରୀକ୍ଷା କରୁଛନ୍ତି । ହିମ ଯୁଗରେ ବି ଏସିଆରେ ବାଉଁଶ ଥିଲା ଏବଂ ତୃଣଭୋଜିଙ୍କ ଠାରୁ ରକ୍ଷା ପାଇବାକୁ ବାଉଁଶରେ କଣ୍ଟା ବିକଶିତ ହୋଇଥିଲା । ଏଥିସହ ହିମ ଯୁଗରେ ଅତି ନିମ୍ନ ତାପମାତ୍ରା ଓ ଶୁଷ୍କ ବାତାବରଣ ଯୋଗୁ ୟୁରୋପ ସମେତ ପୃଥିବୀର ଅଧିକାଂଶ ସ୍ଥାନରୁ ବାଉଁଶ ଲୋପ ପାଇଥିବା ବେଳେ, ଭାରତର ଉତ୍ତର-ପୂର୍ବାଞ୍ଚଳର ଉଷ୍ମ ଓ ଆର୍ଦ୍ର ଜଳବାୟୁ ଏହାକୁ ବଢ଼ିବା ପାଇଁ ସୁରକ୍ଷିତ ପରିବେଶ ଯୋଗାଇଥିଲା ବୋଲି ସ୍ପଷ୍ଟ ହେଉଛି । ଏଭଳି ଆବିଷ୍କାରକୁ ଉଦ୍ଭିଦ ବିଜ୍ଞାନ ଓ ଜୀବାଶ୍ମ ଗବେଷଣାରେ ମାଇଲଖୁଣ୍ଟ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/india-2025-11-28-12-45-56.jpg)