କନକ ବ୍ୟୁରୋ : ଧୀରେଧୀରେ ବିଗିଡିବାରେ ଲାଗିଛି କଟକର ବାୟୁମଣ୍ଡଳ । ବିଶେଷ କରି ଦୀପାବଳି ଏବଂ ବାଲିଯାତ୍ରା ପରେ ବାୟୁ ପ୍ରଦୂଷଣ ବଢ଼ିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରୁ ସାମ୍ନାକୁ ଆସିଛି । ଫଳରେ ଲୋକଙ୍କ ଠାରେ ଶ୍ୱାସଜନିତ ସମସ୍ୟା ଦେଖାଦେଲାଣି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ : କଟକ ବଡ଼ମେଡିକାଲରେ ଅଭାବାନୀୟ ଘଟଣା, ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ନେଇ ସାଂଘାତିକ ଅଭିଯୋଗ
ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ରିପୋର୍ଟ ଅନୁଯାୟୀ, କଟକରେ ଦୀପାବଳି ଏବଂ ବାଲିଯାତ୍ରା ପରେ ଖସିଛି ବାୟୁର ମାନ । ତଥ୍ୟ କହୁଛି, ଦୀପାବଳି ପୂର୍ବରୁ କଟକରେ ଏକ୍ୟୁଆଇ ଥିଲା ୮୪ । ଦୀପାବଳି ଦିନ ଏହା ୨୬୪ରେ ପହଞ୍ଚିଥିଲା, ଯାହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ସେହିପରି ବାଲିଯାତ୍ରା ବେଳେ ମଧ୍ୟ ଏକ ସର୍ଭେ କରାଯାଇଥିଲା। ବାଲିଯାତ୍ରା ପୂର୍ବରୁ ତଳ ପଡ଼ିଆରେ ପିଏମ୍-ଟେନ୍ ଅର୍ଥାତ୍ ପ୍ରତି କ୍ୟୁବିକ୍ ମିଟରରେ ୧୯୧ ମାଇକ୍ରୋ ଗ୍ରାମ୍ ଧୂଳିକଣା ଥିଲା । ବାଲିଯାତ୍ରା ପରେ ଏହା ପହଞ୍ଚିଥିଲା ୨୪୦ରେ । ଯାତ୍ରା ସମୟରେ ଅଧିକ ଲୋକଙ୍କ ସମାଗମ ଏବଂ ଅଧିକ ଗାଡ଼ିମୋଟର ଚଳାଚଳ ଯୋଗୁଁ ଏଭଳି ହୋଇଥିବା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ : ଦିଲ୍ଲୀ ବିସ୍ଫୋରଣ, ହାଇଆଲର୍ଟରେ ଭୁବନେଶ୍ବର, କଟକ, ପୁରୀ
ବାୟୁ ମଣ୍ଡଳରେ ଧୂଳିକଣା ହାର ବଢ଼ିବା ଯୋଗୁଁ ଅଧିକ ଲୋକଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ବିଶେଷ କରି ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା, ଛାତିରେ କଫ ଜମିବା, ଛିଙ୍କ ହେବା ଆଦି ଲକ୍ଷଣ ସାଧାରଣ ଲୋକଙ୍କ ଠାରେ ବୃଦ୍ଧି ପାଇଛି । ଫଳରେ ଥଣ୍ଡା କାଶ ବ୍ୟାପିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ : ଖୁବ୍ଶୀଘ୍ର ହେବ ଶ୍ରୀମନ୍ଦିର ଆଲୋକୀକରଣ, ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ ଟଙ୍କା
ଶୀତ ଦିନ ଯୋଗୁ ବଢୁଥିବା ଧୂଳିକଣା ବାୟୁମଣ୍ଡଳରେ ସହଜରେ ଖେଳାଇ ହୋଇପାରୁନାହିଁ । ଫଳରେ ଏଭଳି ସମସ୍ୟା ଲାଗି ରହିଛି । ଏଥିଲାଗି ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ସହ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/ctc-2025-11-28-20-27-34.jpg)