ଭାରତ କୌଣସି ଧର୍ମଶାଳା ନୁହେଁ ... ଶରଣାର୍ଥୀଙ୍କୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ

ସାରା ଦୁନିଆରୁ ଭାରତକୁ ଆସୁଥିବା ଲୋକଙ୍କୁ ଶରଣ ଦେବା ଦରକାର ନାହିଁ । ଭାରତ ଏଭଳି ଲୋକଙ୍କୁ କାହିଁକି ଶରଣ ଦେବ ?

ଅଦ୍ୟତନ ହୋଇଛି
Suprime Court

Suprime Court Photograph: (Kanak News)

ସୋମବାର ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ଟିପ୍ପଣୀ । ଶରଣାର୍ଥୀ ପ୍ରସଙ୍ଗକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି , ‘ଭାରତ କୌଣସି ଧର୍ମଶାଳା ନୁହେଁ । ସାରା ଦୁନିଆରୁ ଭାରତକୁ ଆସୁଥିବା ଲୋକଙ୍କୁ ଶରଣ ଦେବା ଦରକାର ନାହିଁ । ଭାରତ ଏଭଳି ଲୋକଙ୍କୁ କାହିଁକି ଶରଣ ଦେବ ? ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ଭାରତ ୧୪୦ କୋଟି ଲୋକଙ୍କ ସହ ପୂର୍ବରୁ ହିଁ ସଂଘର୍ଷ କରୁଛି । ପ୍ରତିଟି ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଭାରତରେ ଶରଣ ଦେବା ସମ୍ଭବ ନୁହେଁ ।’ ଶରଣାର୍ଥୀଙ୍କୁ ଶରଣ ଦେବା ପାଇଁ ଦାୟର କରାଯାଇଥିବା ଯାଚିକାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଟିପ୍ପଣୀ କରିଛନ୍ତି । 

Refusee
Refusee Photograph: (google)

ଜଷ୍ଟିସ୍ ଦୀପାଙ୍କର ଦତ୍ତା ଶ୍ରୀଲଙ୍କାରୁ ଆସିଥିବା ତାମିଲ୍ ଶରଣାର୍ଥୀଙ୍କୁ ହେପାଜତରେ ନେବା ମାମଲାରେ ହସ୍ତକ୍ଷେପ କରି ଏଭଳି ଟିପ୍ପଣୀ ଦେଇଛନ୍ତି । ଶ୍ରୀଲଙ୍କାରୁ ଆସିଥିବା ଜଣେ ତାମିଲ୍ ବ୍ୟକ୍ତିଙ୍କ ଓକିଲ ସୁପ୍ରିମକୋର୍ଟକୁ କହିଥିଲେ ଯେ ସେ ଭିସା ସାହାଯ୍ୟରେ ଭାରତକୁ ଆସିଛନ୍ତି । ଶ୍ରୀଲଙ୍କାରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଭାରତରେ ରହିବାକୁ ଚାହୁଛନ୍ତି । ଏହାକୁ ନେଇ ଜଷ୍ଟିସ୍ ଦତ୍ତା କହିଥିଲେ ଯେ ‘ଭାରତରେ ରହିବାର କାରଣ କ’ଣ ଏବଂ କେଉଁ ଅଧିକାରରେ ରହିବାକୁ ଚାହୁଛନ୍ତି?’ ସେତେବେଳେ ଓକିଲ କହିଥିଲେ ଯେ ସେ ଜଣେ ଶରଣାର୍ଥୀ ଏବଂ ଏହି କଥାରେ ଜଷ୍ଟିସ୍ ଦତ୍ତା କହିଥିଲେ ,‘ଭାରତ କୌଣସି ଧର୍ମଶାଳା ନୁହେଁ ଯେ ସବୁ ଦେଶର ଶରଣାର୍ଥୀ ଆସି ଭାରତରେ ଶରଣ ନେବେ ।’
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe