ବଲିଉଡରେ ଏମିତି ଅନେକ ଖ୍ୟାତନାମା , ଚରିତ୍ରକୁ ଜୀବନ୍ତ କଲା ଭଳି ଅଭିନେତା ଥିବେ ଯେଉଁମାନେ ଆପଣଙ୍କ ଫେବରେଟ୍ ଲିଷ୍ଟରେ ମଧ୍ୟ ସାମିଲ୍ ଥିବେ । ଏହି ପରିପ୍ରେକ୍ଷୀରେ ୭୦ ରୁ ୯୦ ଦଶକର ଅଭିନେତାଙ୍କ ଷ୍ଟାରଡମ୍ ହିଁ କିଛି ଅଲଗା ଥିଲା । ସେତେବେଳେ ଫ୍ୟାନ୍ସଙ୍କ ପାଇଁ ଏହି ଅଭିନେତା କୌଣସି ଭଗବାନଙ୍କ ଠାରୁ କମ୍ ନଥିଲେ । ଏହି ଲିଷ୍ଟରେ ଆଜି ଆମେ ଏମିତି ହିଁ ଜଣେ କାଳଜୟୀ ଅଭିନେତାଙ୍କ ଅଭିନୟ ବିଷୟରେ କଥା ହେବା ଯାହାଙ୍କ ବିଷୟରେ ଲେଖୁ ଲେଖୁ ଆମ କଲମରୁ କାଳୀ ସରିଯିବ କିନ୍ତୁ ତାଙ୍କ ଅଭିନୟର ଯାଦୁ ସରିବନି । ନାଁ ତାଙ୍କର ରାଜେଶ୍ ଖାନ୍ନା ।
/kanak/media/media_files/2025/02/10/R5AIKJ6ydzjdKGksXFFS.jpg)
ବଲିଉଡର ମହାନାୟକ ଅମ୍ମିତାଭ ବଚ୍ଚନ ନିଜ ରିୟଲିଟି ଶୋ’ ରେ ରାଜେଶ ଖାନ୍ନାଙ୍କ ଷ୍ଟାରଡମକୁ ନେଇ କହିଥିଲେ ଯେ , ‘ତାଙ୍କ ଗାଡ଼ିର ଟାୟାରରୁ ବାହାରୁଥିବା ଧୂଳିକୁ ମଥାର ସିନ୍ଦୁର କରି ଲଗାଉଥିଲେ ମହିଳା ଫ୍ୟାନ୍ସ ।’ ନିଜ ଅଭିନୟ ଜୀବନ କାଳରେ ଅନେକ ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ଅଭିନେତା । କେବଳ ଏତିକି ନୁହଁ ୩ ବର୍ଷ ଭିତରେ ୧୭ ହିଟ୍ ଫିଲ୍ମ ଦେଇ ବଲିଉଡ୍ ର କାକା ହୋଇସାରିଥିଲେ ରାଜେଶ୍ ଖାନ୍ନା । ତାଙ୍କର ଷ୍ଟାରଡମ୍ ଏବଂ ଫ୍ୟାନ୍ ଫଲୋଇଙ୍ଗ୍ କହିବା ଯାହା ଆକାଶରେ ତାରା ଗଣିବା ତାହା । ନିଜ ମାମୁଁଙ୍କ କଥା ରଖିବାକୁ ସେ ସିନେମା ଜଗତରେ ଏଣ୍ଟ୍ରି ମାରିଥିଲେ , ନିଜ ପ୍ରକୃତ ନାଁ ଜତିନ୍ ଖାନ୍ନାରୁ କାଟି ସେ ରାଜେଶ୍ ଖାନ୍ନା ମଧ୍ୟ କରିଥିଲେ । ୧୯୯୬ ରେ ବଲିଉଡରେ ପାଦ ଦେଇ ୨୦୧୨ ରେ ଦୁନିଆକୁ ଅଲବିଦା କହିଥିଲେ ରାଜେଶ୍ ।
/kanak/media/media_files/2025/02/10/TGmjxPdJsAlQRsOuWHGq.jpg)
ଅଭିନେତାଙ୍କ ଉପରେ ୧୯୭୪ ମସିହାରେ ଏକ ଡକ୍ୟୁମେଣ୍ଟ୍ରି ତିଆରି କରାଯାଇଥିଲା । ଯାହାର ଟାଇଟେଲ୍ ଥିଲା ‘ବମ୍ବେ ସୁପରଷ୍ଟାର୍’ । ନିଜ ପ୍ରଥମ ସିନେମା ‘ଆଖରୀ ଖତ୍’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଚାହୁଁ ଚାହୁଁ ୭୦-୮୦ ଦଶକ ଭିତରେ ସେ ଇଣ୍ଡଷ୍ଟ୍ରିରେ ମୋଟାଅଙ୍କର ଫିସ୍ ନେବାର ଅଭିନେତା ହୋଇସାରିଥିଲେ । ଆଖରୀ ଖତ୍ ସିନେମା ଅସ୍କାର୍ ରେ ମଧ୍ୟ ଏଣ୍ଟ୍ରି କରିଥିଲା ।
/kanak/media/media_files/2025/02/10/QwMzG6QbYHe7F6MUeFlx.jpg)
ଅମିତାଭ୍ ବଚ୍ଚନ ନିଜ ରିୟଲିଟି ଶୋ’ରେ କାକାଙ୍କ ବିଷୟରେ କହୁ କହୁ କହିଥିଲେ ଯେ , ‘ମୋ କ୍ୟାରିୟରରେ ଜଞ୍ଜିର ସିନେମା ଏକ ନୂଆ ମୋଡ଼ ନେଇଥିଲା । ସିନେମାରେ ପ୍ରଥମେ ରାଜେଶ୍ ଖାନ୍ନାଙ୍କୁ କାଷ୍ଟ୍ କରାଯାଇଥିଲେ ହେଁ ପରେ ଅମିତାଭଙ୍କୁ ଲିଡ୍ ରେ ନିଆଗଲା । ଜଞ୍ଜିର ସୁପରହିଟ୍ ହେଲା ଏବଂ ଏହିଠାରୁ ହିଁ ଅମିତାଭଙ୍କୁ ମହାନାୟକର ଟ୍ୟାଗ୍ ମିଳିଥିଲା । କିନ୍ତୁ ସେତେବେଳେ ରାଜେଶ୍ ଖାନ୍ନାଙ୍କୁ ବଲିଉଡରେ ଦେବତୁଲ୍ୟର ସ୍ଥାନରେ ଅଭିଷିକ୍ତ କରାଯାଇଥିଲା । କୁହାଯାଏ , ମହିଳା ଫ୍ୟାନ୍ସମାନେ କାକାଙ୍କ ଗୋଟିଏ ଝଲକ ଦେଖିବା ପାଇଁ ସବୁ ବାଡ଼ବନ୍ଧକୁ ଭାଙ୍ଗି ଦୌଡ଼ିଆସୁଥିଲେ । ରାଜ୍ , ଆରାଧନା , କଟି ପତଙ୍ଗ , ଆନନ୍ଦ , ଦୁଶମନ୍ , ଅମର ପ୍ରେମ , ବାୱର୍ଚି , ଅବତାର , ଅମୃତ ଭଳି କାକାଙ୍କ ସୁପରହିଟ୍ ସିନେମା ତାଙ୍କୁ ସବୁଦିନ ପାଇଁ କାଳଜୟୀ କରିରଖିଥିବ ।
/kanak/media/media_files/2025/02/10/Kno5BKs6KwEUVCHVv6wz.jpg)