ଆରସିବି ପାଇଁ ଐତିହାସିକ ବର୍ଷ: ୨୦୨୫ରେ ଶେଷ ହୋଇଥିଲା ୧୮ ବର୍ଷର ଅପେକ୍ଷା

Advertisment

ପରିଶେଷରେ ସେହି ମୁହୂର୍ତ୍ତ ଆସିଗଲା, ଯାହାକୁ ବିରାଟ କୋହଲି ୧୮ ବର୍ଷ ଧରି ଅପେକ୍ଷା କରିଥିଲେ । ପଡ଼ିଆରେ ବିରାଟଙ୍କ ଆଖିରୁ ବୋହିଯାଉଥିବା ଲୁହ ଏହା କହିବା ପାଇଁ ଯଥେଷ୍ଟ ଥିଲା ଯେ ଏହି ବିଜୟ କେତେ ବଡ଼ ।

ପରିଶେଷରେ ସେହି ମୁହୂର୍ତ୍ତ ଆସିଗଲା, ଯାହାକୁ ବିରାଟ କୋହଲି ୧୮ ବର୍ଷ ଧରି ଅପେକ୍ଷା କରିଥିଲେ । ପଡ଼ିଆରେ ବିରାଟଙ୍କ ଆଖିରୁ ବୋହିଯାଉଥିବା ଲୁହ ଏହା କହିବା ପାଇଁ ଯଥେଷ୍ଟ ଥିଲା ଯେ ଏହି ବିଜୟ କେତେ ବଡ଼ ।

RCB FlashBack

RCB FlashBack Photograph: (Kanak News)

କନକ ବ୍ୟୁରୋ: ଶେଷ ହେବାକୁ ଯାଉଛି ବର୍ଷ ୨୦୨୫ । ଆଉ ଏହି ବର୍ଷ ଏମିତି କିଛି ସ୍ମୃତି ଆଉ ଅନୁଭୂତି ଦେଇଛି ଯାହା ବର୍ଷ ବର୍ଷ ଧରି ମନେ ରହିବ । କ୍ରିକେଟକୁ ନେଇ ୨୦୨୫ ବେଶ ଭଲ ରହିଥିଲା । କାରଣ ଏହି ବର୍ଷ ଏମିତି କିଛି ଘଟଣା ଘଟିଛି ଯାହା କେବେ ଘଟିନଥିଲା । ଆଇପିଏଲ ଇତିହାସରେ ୧୮ ବର୍ଷ ଧରି ଫ୍ୟାନ୍ସ ଯାହାକୁ ଅପେକ୍ଷା କରିଥିଲେ ତାହା ୨୦୨୫ରେ ପୂରଣ ହୋଇଥିଲା । ୨୦୦୭ ମସିହାରୁ କ୍ରୀଡ଼ାପ୍ରେମୀଙ୍କ ମନରେ ଯେଉଁ ପ୍ରଶ୍ନ ଥିଲା ଯେ ବିରାଟ କୋହଲି କେବେ ଆଇପିଏଲ ଟ୍ରଫି ଜିତିବେ ଏହି ବର୍ଷ ତାହାର ଉତ୍ତର ମିଳିଯାଇଛି । 

ପରିଶେଷରେ ସେହି ମୁହୂର୍ତ୍ତ ଆସିଗଲା, ଯାହାକୁ ବିରାଟ କୋହଲି ୧୮ ବର୍ଷ ଧରି ଅପେକ୍ଷା କରିଥିଲେ । ପଡ଼ିଆରେ ବିରାଟଙ୍କ ଆଖିରୁ ବୋହିଯାଉଥିବା ଲୁହ ଏହା କହିବା ପାଇଁ ଯଥେଷ୍ଟ ଥିଲା ଯେ ଏହି ବିଜୟ କେତେ ବଡ଼ । ଆରସିବି ଅର୍ଥାତ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ପ୍ରଥମ ଆଇପିଏଲ୍ ଟ୍ରଫି ଜିତି ନେଇଥିଲା । 2025 ଜୁନ୍ ୩ ତାରିଖ ରାତିରେ ଜନଗହଳି ପୂର୍ଣ୍ଣ ବିଶ୍ୱର ସବୁଠାରୁ ବଡ଼ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଆରସିବି ନିଜର ସମସ୍ତ ପ୍ରଶଂସକଙ୍କୁ ଖୁସି ହେବାର ସୁଯୋଗ ଦେଇଥିଲା । 

ଆହୁରି ପଢ଼ନ୍ତୁ... ରେଳଯାତ୍ରୀଙ୍କୁ ମହଙ୍ଗା ମାଡ଼, ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଭଡ଼ା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହା ପୂର୍ବରୁ ଆହୁରି ତିନିଥର ଫାଇନାଲ୍ ଖେଳିସାରିଛି, କିନ୍ତୁ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ଫାଇନାଲରେ ପରାଜିତ ହେଉଥିଲା । ୨୦୦୯ରେ ଡେକାନ୍ ଚାର୍ଜର୍ସ, ୨୦୧୧ରେ ଚେନ୍ନାଇ ସୁପରକିଙ୍ଗସ ଏବଂ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦଠାରୁ ଫାଇନାଲ୍ ହାରିବା ପରେ ପରିଶେଷରେ ୨୦୨୫ରେ ଆରସିବି ଖେଳାଳିମାନେ ନିଜ ଧୈର୍ଯ୍ୟ ବଜାୟ ରଖିବାରେ ସଫଳ ହେଲେ ।

ପ୍ରତି ବର୍ଷ ଆଇପିଏଲ ଆସେ କିଏ ଚାମ୍ପିୟନ ହୁଏ ତ କିଏ ରନର୍ସଅପ ହୁଏ । ହେଲେ ଆରସିବି କେବେ ବିଜୟର ସ୍ୱାଦ ଚାଖି ପାରିନଥିଲା । ଗୋଟେ ଗୋଟେ ସମୟରେ ଦଳରେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ଥାଇ ବି ଦଳ ଫେଲ୍ ମାରେ । ଏମିତି କି ଏବି ଡିଭିଲିୟର୍ସ, ବିରାଟ କୋହଲି, କ୍ରିସ ଗେଲଙ୍କ ଭଳି ବିସ୍ଫୋରକ ଖେଳାଳି ଏକାଠି ହୋଇ ବି ଆରସିବିକୁ ବିଜୟୀ କରାଇ ପାରିନଥିଲେ । ଏମିତି ବି ସମାଲୋଚନା କରାଯାଇଥିଲା କି ବିରାଟ କୋହଲି ଆରସିବି ପାଇଁ ଅନଲକି ବୋଲି । ସମୟ ସହ ବିରାଟ ବି ଅଧିନାୟକ ପଦ ଛାଡ଼ି ଦେଇଥିଲେ । ହେଲେ ଦଳର ହାତ ଛାଡ଼ିନଥିଲେ । ଖେଳ ଜାରି ରଖିଲେ ଆଉ ଶେଷରେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଲେ । 

ବର୍ଷ 2025 ଆରସିବି ପାଇଁ ଐତିହାସିକ ବର୍ଷ ଯାହାକୁ କେବେ ବି ଦଳ ଭୁଲିବନି । ହେଲେ ଏହି ବର୍ଷ ଆରସିବିର ବିଜୟ ଯେତିକି ଖୁସି ଦେଇଥିଲା ତାହାଠାରୁ ଅଧିକ ଦୁଃଖ ଦେଇଥିଲା ଆରସିବିର ବିଜୟ ଶୋଭାଯାତ୍ରାରେ ଦଳାଚକଟା ଘଟଣା । ଯେଉଁଥିରେ 11 ଜଣ ନିରୀହ ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର IPL ବିଜୟର ଉତ୍ସବ ମୃତ୍ୟୁର ପଟୁଆରରେ ପରିଣତ ହୋଇଛି । ବିଜୟ ପରେ ଯେତେବେଳେ ଦଳ ବିଜୟ ଶୋଭାଯାତ୍ରା କରିବା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଥିଲା। ସେଠାରେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ହଜାର ହଜାର ପ୍ରଶଂସକ ଏକାଠି ହୋଇଥିଲେ, ଆଉ ପରିସ୍ଥିତି ଅସମ୍ଭାଳ ହେବା ପରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe