କନକ ବ୍ୟୁରୋ: ଆଇପିଏଲ ମିନି ନିଲାମୀରେ ଖେଳାଳୀଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ଅନ୍ତର୍ଜାତୀୟ ଖେଳାଳୀଙ୍କ ବ୍ୟତୀତ ଅନକ୍ୟାପଡ ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ଫ୍ରାଞ୍ଚାଇଜ । କୋଟି କୋଟି ଟଙ୍କାରେ ନିଲାମୀ ହୋଇଛନ୍ତି ଅନକ୍ୟାପଡ ଖେଳାଳି । ନିଲାମୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ଚେନ୍ନାଇ ସୁପର କିଙ୍ଗସ । କାର୍ତ୍ତିକ ଶର୍ମା ଓ ପ୍ରଶାନ୍ତ ବୀରଙ୍କୁ ସମାନ ୧୪ କୋଟି ୨୦ ଲକ୍ଷ ଟଙ୍କା ଲେଖାଏଁ ଦେଇ ଦଳରେ ସାମିଲ କରିଛି ଚେନ୍ନାଇ । ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର ଦୁଦ୍ଦର୍ଷ ବ୍ୟାଟର ଭାବେ ଜଣାଶୁଣା । ସେହିଭଳି ରାଜସ୍ଥାନ ପକ୍ଷରୁ ଖେଳୁଥିବା ହାର୍ଡ ହିଟର ୱିକେଟ କିପର କାର୍ତ୍ତିକ ଶର୍ମା ୟେଲୋ ଆର୍ମିରେ ଯୋଗ ଦେଇଛନ୍ତି । ଏହି ୨ ଅନକ୍ୟାପଡ ଖେଳାଳିଙ୍କ ବ୍ୟତୀତ ଜମ୍ମୁ-କାଶ୍ମୀରର ଆକିବ ଦାର ମଧ୍ୟ ବେଶ ଚର୍ଚ୍ଚାରେ । ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ଆକିବ ଦାରଙ୍କୁ ଦଳରେ ସାମିଲ କରିଛି ।
ଏତେ ଖେଳାଳିଙ୍କୁ ନିଲାମ କରାଇଲେ, କିଏ ଏ ମହିଳା ଜଣକ ?
ଆଇପିଏଲ କରିଦେଲା କୋଟିପତି
୮ କୋଟି ୪୦ ଲକ୍ଷ ଟଙ୍କାରେ ଆକିବ ଦାରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି
ଜମ୍ମୁ-କାଶ୍ମୀର ଜନ୍ମିତ ଆକିବ ଘରୋଇ କ୍ରିକେଟରେ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଛନ୍ତି
ବିଭିନ୍ନ ଫ୍ରାଞ୍ଚାଇଜର ରାଡାରରେ ରହିଥିଲେ ଆକିବ
ଜମ୍ମୁ-କାଶ୍ମୀରର ଘାତକ ଦ୍ରୁତ ବୋଲର ଭାବେ ଜଣାଶୁଣା ଆକିବ
ଡେଥ୍ ଓଭରରେ ପ୍ରତିପକ୍ଷର ନିଦ ହଜାଇଥାନ୍ତି ଆକିବ
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରୁଛନ୍ତି ଆକିବ
ୟର୍କର ମାରି ବ୍ୟାଟରଙ୍କୁ ଅଡୁଆରେ ପକାନ୍ତି ଆକିବ
କୋଲକାତା ଓ ହାଇଦ୍ରାବାଦ୍ ପାଇଁ ପୂର୍ବରୁ ନେଟ୍ ବୋଲର ଦାୟିତ୍ବ ତୁଲାଇଛନ୍ତି ଆକିବ
୩୦ ଲକ୍ଷ ଟଙ୍କାର ମୂଳ ଦରରୁ ୨୮ ଗୁଣା ଅଧିକ ଟଙ୍କାରେ କିଣା ହୋଇଛନ୍ତି ଆକିବ
ଭାରତର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି
ଲଗାତାର ୪ ବଲରେ ୪ଟି ୱିକେଟ ନେଇ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି ଆକିବ
ରାଜସ୍ଥାନର କାର୍ତ୍ତିକ ଶର୍ମାଙ୍କୁ ଭରସିଛି ଚେନ୍ନାଇ ସୁପର କିଙ୍ଗସ୍
ଲମ୍ବା ଛକା ମାରିବାରେ ମାହିର ୧୯ ବର୍ଷୀୟ ବିସ୍ଫୋରକ ବ୍ୟାଟର କାର୍ତ୍ତିକ
ପୂର୍ବରୁ ଚେନ୍ନାଇ କ୍ୟାମ୍ପରେ ଟ୍ରେନିଂ କରିଛନ୍ତି କାର୍ତ୍ତିକ
ଅନକ୍ୟାପଡ୍ ଖେଳାଳି ପ୍ରଶାନ୍ତଙ୍କୁ ନେବାକୁ ୫ ଦଳ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା
ଭରସାଯୋଗ୍ୟ ଅଲରାଉଣ୍ଡର ଭାବେ ଆପଣାଇଛି ଚେନ୍ନାଇ
ଧୋନୀଙ୍କ ସହ ଖେଳିବା ନେଇ ପୂର୍ବରୁ ଇଚ୍ଛା ବ୍ୟକ୍ତ କରିଥିଲେ ପ୍ରଶାନ୍ତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/17/10-2025-12-17-08-22-18.jpg)