କନକ ବ୍ୟୁରୋ : ଆଇପିଏଲ୍ ୧୮ତମ ସଂସ୍କରଣରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ । ଦୀର୍ଘ ୧୭ ବର୍ଷ ପରେ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ଫାଇନାଲରେ ଏକ ରୋମାଞ୍ଚକର ମୁକାବିଲାରେ ୬ ରନରେ ଜିତିଛି ଆରସିବି । ରଜତ ପଟିଦାରଙ୍କ ବେଙ୍ଗାଲୁରୁ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯୦ ରନ୍ କରିଥିଲା । ବିରାଟ କୋହଲି ସର୍ବାଧିକ ୪୩ ରନ୍ କରିଥିଲେ । କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୧୯୧ ରନ୍ ବିଜୟଲକ୍ଷ୍ୟ ପିଛା କରି ୧୮୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଇପିଏଲ୍ ଇତିହାସରେ ପୂରଣ ହୋଇଛି ବିରାଟ କୋହଲିଙ୍କ ଇଚ୍ଛା । ତାଙ୍କ ଟିମ୍ ପ୍ରଥମଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । ଆରସିବିର ଏହି ଐତିହାସିକ ବିଜୟ ଏବଂ ଆଇପିଏଲ୍ ଟ୍ରଫି ହାତେଇବା ପରେ ପ୍ରଶଂସକମାନେ ସେଲିବ୍ରେସନ୍ କରିଛନ୍ତି । କୁନାଲ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି ।
ଆରସିବି ପ୍ରଥମଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ : ପୂରଣ ହେଲା ବିରାଟ କୋହଲିଙ୍କ ଇଚ୍ଛା
ଫାଇନାଲରେ ଏକ ରୋମାଞ୍ଚକର ମୁକାବିଲାରେ ୬ ରନରେ ଜିତିଛି ଆରସିବି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)