କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ୧୭ ବର୍ଷ ପୂର୍ତ୍ତି । ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ନେତୃତ୍ୱ ଶୈଳୀ, ବିଶ୍ୱ କ୍ରିକେଟରେ ତାଙ୍କୁ ଅନନ୍ୟ ପରିଚୟ ପ୍ରଦାନ କରିଛି । ବିରାଟ କୋହଲି ମାତ୍ର ୧୯ ବର୍ଷ ବୟସରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ । ନିଜର ପ୍ରଥମ ମ୍ୟାଚରେ ସେ ମାତ୍ର ୧୨ ରନ୍ ସଂଗ୍ରହ କରିଥିଲେ । ୨୦୦୮ରେ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟୀ କରିବା ପରେ ତାଙ୍କର ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ସଫଳତାର ୧୭ ବର୍ଷ
ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ଜଲୱା ଜାରି
କ୍ରିକେଟର ଭାବେ ପୂରଣ କଲେ ୧୭ ବର୍ଷ
୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବପକ୍ଷରେ ଡେବ୍ୟୁ କରିଥିଲେ
ସେତବେଳେ ବିରାଟଙ୍କୁ ହୋଇଥିଲା ମାତ୍ର ୧୯ ବର୍ଷ
୨୦୧୧ ବିଶ୍ବକପ, ୨୦୨୪ ଟି-୨୦ ବିଜୟୀ ଟିମର ସଦସ୍ୟ ଥିଲେ
୨୦୦୮ରେ ଭାରତକୁ ୧୯ ବର୍ଷରୁ କମ୍ ବିଶ୍ବକପରେ ବିଜୟୀ କରାଇଥିଲେ