ଶିକ୍ଷକ ବଦଳିକୁ ନେଇ ସାଂସଦ-ବିଧାୟକଙ୍କ କ୍ଷମତା ପ୍ରସଙ୍ଗ, ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ

ସରକାର ନିଷ୍ପତ୍ତି ନେଇଥିଲେ, ହାଇକୋର୍ଟ ନାଲିଛକି ପକାଇଦେଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ ସରକାର ଦେଇଥିବା କ୍ଷମତାକୁ ଅପସାରଣ କରିଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ ।

teacher

କନକ ବ୍ୟୁରୋ : ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି । ସୁପାରିସରେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର । ହେଲେ ବିଧାୟକଙ୍କ ଠାରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ହାଇକୋର୍ଟ । କହିଛନ୍ତି, ଶିକ୍ଷାବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧୀ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି, ଆଗକୁ ବଦଳିରେ ସ୍ବଚ୍ଛତା ଆଣିବୁ । 

ଅଧିକ ପଢ଼ନ୍ତୁ- ଶିକ୍ଷକ ବଦଳିରେ ଜନପ୍ରତିନିଧିଙ୍କ ସୁପାରିସ ଚଳିବନି : ହସ୍ତକ୍ଷେପ ଉପରେ ହାଇକୋର୍ଟଙ୍କ କଡ଼ା ଅଙ୍କୁଶ

ସରକାର ନିଷ୍ପତ୍ତି ନେଇଥିଲେ, ହାଇକୋର୍ଟ ନାଲିଛକି ପକାଇଦେଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ ସରକାର ଦେଇଥିବା କ୍ଷମତାକୁ ଅପସାରଣ କରିଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ବିଧାୟକଙ୍କ ସୁପାରିସରେ ବଦଳି ନିର୍ଦ୍ଦେଶ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିୟମ ଉଲ୍ଲଂଘନ କରି ବଦଳି କରାଯାଉଥିବା ଅଭିଯୋଗ କରିଥିଲେ ଆବେଦନକାରୀ। ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବଦଳି ପରେ କାର୍ଯ୍ୟରେ  ଯୋଗ ଦେଇଥିଲେ ଚଳିତ ଶିକ୍ଷା ବର୍ଷ ପର୍ଯ୍ୟନ୍ତ  ସେଠାରେ ରହିବେ ଶିକ୍ଷକ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିବେ । 

ଅଧିକ ପଢ଼ନ୍ତୁ-ବିଧାୟକଙ୍କୁ ଅସହାୟ କରିଛି ଶିକ୍ଷକ ବଦଳି ଚାପ ; କ୍ଷମତା ପ୍ରତ୍ୟାହାର ପାଇଁ ଗଣେଶ୍ବରଙ୍କ ଚିଠି 

ଶିକ୍ଷକ ବଦଳିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତରେ ତେଜିଛି ରାଜନୀତି । ଏହି ଶିକ୍ଷକ ବଦଳି ଜରିଆରେ ଟଙ୍କା କାରବାର ହୋଇଥିବାର ସାଂଘାତିକ ଅଭିଯୋଗ ଆଣିଛି ବିରୋଧୀ ବିଜେଡି।  ଶାସକ ଦଳର ବିଧାୟକ, ୧୫ ଶିକ୍ଷକଙ୍କ ବଦଳରେ ୧୦୦ରୁ ୧୫୦ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରୁଥିଲେ। ଶିକ୍ଷାବ୍ୟବସ୍ଥା ବ୍ୟବସାୟରେ ପରିଣତ ହୋଇଯାଇଥିଲା । କଂଗ୍ରେସର ଯୁକ୍ତି, ବିଧାୟକଙ୍କ ଉପରେ ଚାପ ରହୁଥିଲା । ହାଇକୋର୍ଟ ଉଚିତ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକ ଅଦଳବଦଳ କରାଯାଏ।  ରାଜନୈତିକ ହସ୍ତକ୍ଷେପ ନେଇ ହାଇକୋର୍ଟ କ’ଣ ଆଦେଶ ଦେଇଛନ୍ତି ତାହାର ତର୍ଜମା ହେବ। ବଦଳିରେ ସ୍ବଚ୍ଛତା ଆଣିବା ଦିଗରେ କାମ କରିବ ବିଭାଗ। 

ଅଧିକ ପଢ଼ନ୍ତୁ-ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣା କୋହଳ: ବିଧାୟକ ମାନଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା

ହାଇକୋର୍ଟଙ୍କ ରାୟ ପରେ ପ୍ରଶ୍ନ ଉଠୁଛି, 
ଶିକ୍ଷକ ବଦଳି ସୁପାରିସରେ ପାତରଅନ୍ତର କରୁଥିଲେ କି ବିଧାୟକ?
ରାଜନୈତିକ ସମ୍ପର୍କକୁ ଆଧାର କରି ବଦଳି ପାଇଁ ସୁପାରିସ କରୁଥିଲେ କି ଜନପ୍ରତିନିଧି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe