ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣା କୋହଳ: ବିଧାୟକ ମାନଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା

289

କନକ ବ୍ୟୁରୋ: ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି । ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି । ଜଣେ ବିଧାୟକ ଚାହିଁଲେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ । ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ ।

କେବଳ ଜିଲ୍ଲା ଭିତରେ  ଶିକ୍ଷକ ମାନଙ୍କ ବଦଳି ନେଇ ସୁପାରିଶ କରିପାରିବେ ବିଧାୟକ । ଗ୍ରାମାଂଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହରାଂଚଳ ବିଦ୍ୟାଳୟକୁ ବଦଳି ପାଇଁ ଅନୁମତି ଦିଆଯିବ ନାହିଁ । ନାମ ସୁପାରିସ ସମୟରେ ଏହି ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ପୂର୍ବରୁ କଡ଼ା କଟକଣା ଥିଲା । କେବଳ ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ପରିବର୍ତନ କରିଛନ୍ତି ।