କନକ ବ୍ୟୁରୋ : ଜନପ୍ରତିନିଧି ୧୫ଜଣ ଶିକ୍ଷକଙ୍କ ବଦଳି କରିବା ସୁପାରିସକୁ ପ୍ରତ୍ୟାହାର ପାଇଁ ବିଧାନସଭା କମିଟି ପ୍ରସ୍ତାବ ଦେଇଛି । ବିଧାନସଭା କମିଟି ସ୍କୁଲ ଓ ଗଣଶିକ୍ଷା ବିଭାଗର ଗତ ମେ ମାସର ନିର୍ଦ୍ଦେଶକୁ ବିଭିନ୍ନ ଆଡ଼ୁ ତର୍ଜମା କରିଛି । କମିଟି କହିଛି, ଏହା କାର୍ଯ୍ୟକାରୀ  ହେବା ଦ୍ବାରା ବିଧାୟକଙ୍କ ସମସ୍ୟା ସୃଷ୍ଟି ହେଉଛି । ତେଣୁ ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ  କରାଯାଉ । ଅର୍ଥାତ ଶିକ୍ଷକଙ୍କ ବଦଳିରେ ସ୍ଥାନୀୟ ଜନପ୍ରତିନିଧିଙ୍କ କୌଣସି ଭୂମିକା ରହିବ ନାହିଁ । ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ମେ’ ମାସରେ ନିର୍ଦ୍ଦେଶନାମା ଜାରିକରିଥିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।

Advertisment

ମେ ମାସ ୧୩ ତାରିଖରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିଠି । ଚିଠିରେ କୁହାଯାଇଥିଲା, ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ । ଶିକ୍ଷକଙ୍କୁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବଦଳି ପାଇଁ ସୁପାରିସ କରିପାରିବେନି । ଏହା କେବଳ ନିଜ ଜିଲ୍ଲା ଭିତରେ ସୀମିତ ହୋଇ ରହିବ । ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ୟ ବ୍ଲକକୁ ବଦଳି ପାଇଁ ସୁପାରିସ କରିପାରିବେ ।  ଏଭଳି ନିର୍ଦ୍ଦେଶନାମା ପରେ ଶିକ୍ଷକ ବଦଳି ଜନପ୍ରତିନିଧିଙ୍କ ପାଇଁ ଜଞ୍ଜାଳ ପାଲଟିଛି । କାହା ପାଇଁ ସୁପାରିସ କରିବେ ?  କାହାକୁ ନିରାଶ କରିବେ ? ଏଭଳି ଦ୍ବିଧାରେ ପଡ଼ିଥିଲେ ବିଧାୟକ ସାଂସଦ ।  

 ସରକାରଙ୍କ ନିର୍ଦ୍ଦେଶ ପରେ ଦୋ ଛକିରେ ଥିଲେ ଶିକ୍ଷକ । ଦ୍ବନ୍ଦ୍ବରେ ଥିଲେ ବିଧାୟକ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ବିଧାନସଭା ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ପରେ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।