କନକ ବ୍ୟୁରୋ : ବିଧାୟକଙ୍କ ମନ ମୁତାବକ ହୋଇପାରିବନି ଶିକ୍ଷକ ବଦଳି । ସୁପାରିସରେ ଶିକ୍ଷକ ବଦଳି ପାଇଁ ବିଧାୟକଙ୍କୁ କ୍ଷମତା ଦେଇଥିଲେ ସରକାର । ହେଲେ ବିଧାୟକଙ୍କ ଠାରୁ ଏହି କ୍ଷମତା ଛଡ଼ାଇ ନେଇଛନ୍ତି ହାଇକୋର୍ଟ । କହିଛନ୍ତି, ଶିକ୍ଷାବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଉଚିତ ନୁହେଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧୀ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି, ଆଗକୁ ବଦଳିରେ ସ୍ବଚ୍ଛତା ଆଣିବୁ ।
ଅଧିକ ପଢ଼ନ୍ତୁ- ଶିକ୍ଷକ ବଦଳିରେ ଜନପ୍ରତିନିଧିଙ୍କ ସୁପାରିସ ଚଳିବନି : ହସ୍ତକ୍ଷେପ ଉପରେ ହାଇକୋର୍ଟଙ୍କ କଡ଼ା ଅଙ୍କୁଶ
ସରକାର ନିଷ୍ପତ୍ତି ନେଇଥିଲେ, ହାଇକୋର୍ଟ ନାଲିଛକି ପକାଇଦେଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସାଂସଦ ଓ ବିଧାୟକଙ୍କୁ ସରକାର ଦେଇଥିବା କ୍ଷମତାକୁ ଅପସାରଣ କରିଛନ୍ତି ହାଇକୋର୍ଟ । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ବିଧାୟକଙ୍କ ସୁପାରିସରେ ବଦଳି ନିର୍ଦ୍ଦେଶ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନିୟମ ଉଲ୍ଲଂଘନ କରି ବଦଳି କରାଯାଉଥିବା ଅଭିଯୋଗ କରିଥିଲେ ଆବେଦନକାରୀ। ଶୁଣାଣି କରି ହାଇକୋର୍ଟ କହିଛନ୍ତି, ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ଚଳିତ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବେ ଶିକ୍ଷକ । ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ୭ ଦିନ ଭିତରେ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିବେ ।
ଅଧିକ ପଢ଼ନ୍ତୁ-ବିଧାୟକଙ୍କୁ ଅସହାୟ କରିଛି ଶିକ୍ଷକ ବଦଳି ଚାପ ; କ୍ଷମତା ପ୍ରତ୍ୟାହାର ପାଇଁ ଗଣେଶ୍ବରଙ୍କ ଚିଠି
ଶିକ୍ଷକ ବଦଳିକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତରେ ତେଜିଛି ରାଜନୀତି । ଏହି ଶିକ୍ଷକ ବଦଳି ଜରିଆରେ ଟଙ୍କା କାରବାର ହୋଇଥିବାର ସାଂଘାତିକ ଅଭିଯୋଗ ଆଣିଛି ବିରୋଧୀ ବିଜେଡି। ଶାସକ ଦଳର ବିଧାୟକ, ୧୫ ଶିକ୍ଷକଙ୍କ ବଦଳରେ ୧୦୦ରୁ ୧୫୦ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରୁଥିଲେ। ଶିକ୍ଷାବ୍ୟବସ୍ଥା ବ୍ୟବସାୟରେ ପରିଣତ ହୋଇଯାଇଥିଲା । କଂଗ୍ରେସର ଯୁକ୍ତି, ବିଧାୟକଙ୍କ ଉପରେ ଚାପ ରହୁଥିଲା । ହାଇକୋର୍ଟ ଉଚିତ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକ ଅଦଳବଦଳ କରାଯାଏ। ରାଜନୈତିକ ହସ୍ତକ୍ଷେପ ନେଇ ହାଇକୋର୍ଟ କ’ଣ ଆଦେଶ ଦେଇଛନ୍ତି ତାହାର ତର୍ଜମା ହେବ। ବଦଳିରେ ସ୍ବଚ୍ଛତା ଆଣିବା ଦିଗରେ କାମ କରିବ ବିଭାଗ।
ଅଧିକ ପଢ଼ନ୍ତୁ-ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣା କୋହଳ: ବିଧାୟକ ମାନଙ୍କୁ ମିଳିଲା ଶିକ୍ଷକ ବଦଳି କ୍ଷମତା
ହାଇକୋର୍ଟଙ୍କ ରାୟ ପରେ ପ୍ରଶ୍ନ ଉଠୁଛି,
ଶିକ୍ଷକ ବଦଳି ସୁପାରିସରେ ପାତରଅନ୍ତର କରୁଥିଲେ କି ବିଧାୟକ?
ରାଜନୈତିକ ସମ୍ପର୍କକୁ ଆଧାର କରି ବଦଳି ପାଇଁ ସୁପାରିସ କରୁଥିଲେ କି ଜନପ୍ରତିନିଧି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/27/teacher-2025-11-27-20-40-21.jpg)