କନକ ବ୍ୟୁରୋ: ବିଦେଶ ଚାକିରି ଛାଡିଲେ, ନିଜ ଜନ୍ମମାଟିରେ ଖୋଲିଲେ ରୁଟି ଫ୍ୟାକ୍ଟ୍ରି । ଆଜିର ଯୁବପିଢ଼ି ପାଠପଢ଼ା ପରେ ଅନ୍ୟ ରାଜ୍ୟ । ଏପରିକି ବିଦେଶ ଯାଇ ଚାକିରି କରିବାକୁ ଇଚ୍ଛା କରୁଥିବା ବେଳେ ବାଲେଶ୍ଵର ଗୌତମ କୁମାର ଗିରି ଲକ୍ଷାଧିକ ଟଙ୍କାର ବିଦେଶ ଚାକିରି ଛାଡି ନିଜ ପରିବାର ସହ ରହି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ରୁଟି ଫ୍ୟାକ୍ଟ୍ରି କରିଛନ୍ତି ଗୌଟମ । ଲୋକଙ୍କୁ ସ୍ଵାଦିଷ୍ଟ ଗରମ ଗରମ୍ ରୁଟି ଯୋଗାଇବା ସହ ଘର ତିଆରି ତରକାରୀ ମଧ୍ୟ ସୁଲଭ ମୂଲ୍ୟରେ ଯୋଗାଉଛନ୍ତି । ଯାହା ରୋଜଗାର ସହ ଆତ୍ମସନ୍ତୋଷ ଦେଉଥିବା ଗୌତମ କହିଛନ୍ତି ।
ଜୈବିକ କୃଷି ଦ୍ୱାରା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ, କୃଷି କ୍ଷେତ୍ରରେ ଜ୍ଞାନ କୌଶଳ ଆବଶ୍ୟକ
ପେଟ ପୋଷିବା ପାଇଁ ଆଜିର ଦିନରେ କିଏ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ତ କିଏ ଉଚ୍ଚଶିକ୍ଷା ପରେ ଅଧିକ ରୋଜଗାର ଆଶାରେ ବିଦେଶ ଯାଇ ଚାକିରି କରୁଛନ୍ତି। କିନ୍ତୁ ବାଲେଶ୍ଵରର ଗୌତମ କୁମାର ଗିରି ବିଦେଶ ଚାକିରି ଛାଡ଼ି ନିଜ ଭିଟାମାଟି ବାଲେଶ୍ଵରକୁ ଫେରି ବ୍ୟବସାୟ କରୁଛନ୍ତି । ୫ ଜଣକୁ ରୋଜଗାର ଦେଇଛନ୍ତି ଗୌତମ । ଗୌତମଙ୍କ ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟର । ଡିପ୍ଲୋମା ସରିବା ପରେ ଓଡ଼ିଶା, ଛତିଶଗଡ଼ ଓ ଦକ୍ଷିଣ କୋରିଆରେ ପ୍ରାୟ ୧୫ ବର୍ଷ ଧରି ଚାକିରି କରିଥିଲେ । ବିଦେଶରେ ମାସକୁ ଦରମା ଥିଲା ୨ଲକ୍ଷ ଟଙ୍କା । କିନ୍ତୁ ମନରେ ଖୁସି ନଥିଲା କି ଆତ୍ମସନ୍ତୋଷ ମିଳୁନଥିଲା ।
ସରକାର ବଦଳିଲେ ହେଲେ ବଦଳିଲା ନାହିଁ ପାନ ଚାଷୀଙ୍କ ଭାଗ୍ୟ, ଅର୍ଥକାରୀ ପାନ ଚାଷକୁ ମିଳୁନି କୃଷି ମାନ୍ୟତା
ଶେଷରେ ଚାକିରି ଛାଡ଼ି ଘରକୁ ଫେରି ଆସିଥିଲେ। ସିଦ୍ଧାନ୍ତ ନେଲେ ଚାକିରି ନୁହେଁ, କିଛି ବ୍ୟବସାୟ କରିବେ ଓ ନିଜ ପାରିବାର ସହ ରହିବେ । ପ୍ରାୟ ୯ ଲକ୍ଷ ଟଙ୍କା ବିନିଯୋଗ କରି ୬ ମାସ ହେଲା ନୂଆସାହି କାଳିଦାସପୁର ନିକଟରେ କରିଛନ୍ତି ରୁଟି ଫ୍ୟାକ୍ଟ୍ରି। ଅଟା ଗୋଳାଇବା, ଅଟା ଗୋଲା କରିବା, ବେଲିବା ଓ ସେକିବା ସବୁ କାମ କରୁଛି ମେସିନ । ଏସବୁ ଚଳାଇବା, ରୁଟି ପ୍ୟାକିଂ କରିବା ଓ ଅନ୍ୟ କାମ ପାଇଁ ୫ ଜଣ କର୍ମଚାରୀ ଅଛନ୍ତି।
କୃଷକଙ୍କ କାମରେ ଆସୁନି କୃଷି ବଜାର ; ଖୋଲିବାର ବର୍ଷେ ପରେ ବନ୍ଦ
ଗୋଟେ କିଲୋ ଅଟାରୁ ୩୪ଟି ରୁଟି ବାହାରୁଥିବା ବେଳେ ପଟେ ରୁଟି ୩ ଟଙ୍କାରେ ବିକ୍ରି କରନ୍ତି । ଭଲ ଅଟାରେ ରୁଟି ପ୍ରସ୍ତୁତ କରୁଥିବାରୁ ରୁଟି ମଧ୍ୟ ନରମ ଓ ସ୍ଵାଦିଷ୍ଟ । ଖାଲି ରୁଟି ନୁହେଁ, ସେ ରୁଟି ସହିତ ତରକାରୀ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ନିଜ ଚାକିରି ସମୟରେ ଖାଇବା ପାଇଁ ଯେଉଁ ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ଅଙ୍ଗେ ନିଭେଇ ଥିବାରୁ ସେ ସମସ୍ୟା ଦୂର କରିବାକୁ ରୁଟି ଫ୍ୟାକ୍ଟ୍ରି କରିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି ଗୌତମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/09/roti-factory-2025-11-09-21-28-32.png)