କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ: ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ଭାଗ ନେଇଥିଲେ ଜୈବିକ କୃଷି ଏବଂ ଜୈବ ବିବିଧତା ସଂରକ୍ଷଣ ଲିଡର କୃଷି ସ୍ତମ୍ଭକାର ନଟବର ଖୁଣ୍ଟିଆ । ଆାଲୋଚନାରେ ଭାଗ ନେଇ କୃଷି ସ୍ତମ୍ଭକାର ନଟବର ଖୁଣ୍ଟିଆ କହିଲେ, ରାଜ୍ୟରେ ଚାଷ କ୍ଷେତ୍ରକୁ ଜ୍ଞାନକୌଶଳ ସ୍ଥାନାନ୍ତର ହେବା ଜରୁରୀ।
ରାଜ୍ୟରେ ୧୦ଟି ଜଳବାୟୁ ଜୋନ୍ ରହିଛି । ପ୍ରତି ଜୋନ୍ର ମୃତ୍ତିକା ସ୍ଥିତି ଆକଳନ କରି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଚାଷୀଙ୍କ ପାଖରେ କୃଷି ଜ୍ଞାନକୌଶଳ ପହଞ୍ଚିବାର ଆବଶ୍ୟକତା ରହିଛି । ଜୈବିକ କୃଷି ଦ୍ୱାରା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହେବ ନାହିଁ । କେବଳ କିଛି ଲୋକ ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ପାଇପାରିବେ ।
୧୯୬୬ ମସିହାରେ ଦେଶରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଦେଶରେ ଜୈବିକ କୃଷି ବଦଳରେ ରାସାୟନିକ ସାର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/07/natabar-khuntia-2025-10-07-14-47-42.jpg)