କନକ ବ୍ୟୁରୋ : ପାନ ଏକ ଲାଭ ଦାୟକ ଅର୍ଥକାରୀ ଫସଲ । ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ ଭୋଗରାଇ ଓ ବାଲିଆପାଳର ଜଗନାଥି ତଥା ଵୀରକୁଳି ପାନର ସ୍ୱତନ୍ତ୍ରତା ରହିଛି । ବନାରସ, ମାଡ୍ରାସ, ପୁଣେ ଭଳି ସହରରେ ଏହି ପାନର ଅଧିକ ଚାହିଦା ରହିଛି । ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ପାନଚାଷରୁ ମୁହଁ ଫେରାଇ ନେଉଛି ଚାଷୀ । ଆଉ ଏହାର କାରଣ ହେଉଛି, କୃଷିର ମାନ୍ୟତା ନମିଳିବା ଏବଂ ସରକାରୀ ସ୍ତରରେ ଆଖି ଦୃଶିଆ ସହାୟତା ନମିଳିବା। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାରମ୍ବାର କ୍ଷତି ସହିବା ପରେ ପାନଚାଷ ଛାଡ଼ିବାକୁ ବାଧ୍ୟ ବୋଲି କହିଛନ୍ତି ଚାଷୀ।
ଏହି ଚାଷରୁ ଭୋକ ମେଣ୍ଟାଇବା ସହ ପିଲାଛୁଆଙ୍କ ପାଠପଠା ଖର୍ଚ୍ଚ ତୁଲାଇଥାନ୍ତି । ଖାଲି ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳର ଅନେକ ବେକାରୀ ଯୁବକ ପାନ ବରଜରେ ଶ୍ରମିକ ଭାବେ କାମ କରି ପେଟ ପାଟଣା କରିଥାନ୍ତି । ଏବେ ଚାଷୀ ଚାଷ ପାଇଁ ଆଗଭର ହେଉନଥିବାରୁ ବରଜରେ କାମ କରୁଥିବା ଶ୍ରମିକ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ।
ବାଲେଶ୍ୱର ଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ ଜିଲ୍ଲାରେ ପାନଚାଷ ହୋଇଥାଏ । ସରକାର ଏହି ଚାଷକୁ ଏପର୍ୟ୍ୟନ୍ତ କୃଷିର ମାନ୍ୟତା ଦେଇନାହାନ୍ତି । କେବଳ ନିର୍ବାଚନ ଆସିଲେ ବିଧାନସଭା ହେଉ କି ଲୋକସଭାରେ ଦାବୀ ଉପସ୍ଥାପନା କରି କୃଷିର ମାନ୍ୟତା ଦାବି ଦୋରହାଉଛନ୍ତି । ଆଉ ଗାଁ ଗହଳିର ନିରିହ ଲୋକଙ୍କୁ ପ୍ରତିଶ୍ରୁତିର ପାହାଡ଼ରେ ଠିଆ କରି ପ୍ରତାରଣ କରିଚାଲିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/12/19-2025-10-12-17-47-58.jpg)