କନକ ବ୍ୟୁରୋ: ସରକାରୀ ବ୍ୟାଙ୍କ କ୍ଷେତ୍ରରେ ପୁଣି ଥରେ ହେବ ବଡ଼ଧରଣର ମିଶ୍ରଣ । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ରେ ମିଶ୍ରଣ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା । ଯୋଜନା କାର୍ଯ୍ୟକାରୀ ହେଲେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କ ଗୋଟିଏ । ଦେଶରେ ଏବେ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ ରହିଛି । ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେଲେ ଏହା ଦେଶର ଦ୍ଵିତୀୟ ବଡ଼ ବ୍ୟାଙ୍କ ହେବ। ବର୍ତ୍ତମାନ ଦେଶର ଦ୍ଵିତୀୟ ବଡ଼ ସରକାରୀ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ବରୋଦା, ଯାହାର ସମ୍ପତ୍ତି ପରିମାଣ ୧୮.୬୨ ଲକ୍ଷ କୋଟି ଟଙ୍କା ରହିଛି । କିନ୍ତୁ ମୋଟ୍ ଉପରେ ଦେଖିଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବା ବେଳେ ଏଚ୍ଡିଏଫ୍ସି ବ୍ୟାଙ୍କ ଦ୍ବିତୀୟ ଓ ଆଇସିଆଇସିଆଇ ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମିଶ୍ରଣରେ ଯେଉଁ ନୂଆ ବ୍ୟାଙ୍କ ଗଠନ ହେବ ତାହାର ମୋଟ୍ ସମ୍ପତ୍ତି ପରିମାଣ ୨୫.୬୭ ଲକ୍ଷ କୋଟି ଟଙ୍କା ହେବ।
ଏହା ବି ପଢ଼ନ୍ତୁ: GST ସ୍ଲାବରେ ପରିବର୍ତ୍ତନ,ରାଜ୍ୟ ହେବେ ଲାଭବାନ : ଚମକାଇଦେଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ
୪ଟି ସରକାରୀ ବ୍ୟାଙ୍କର ମିଶ୍ରଣ କରିବାକୁ ଯୋଜନା ରଖାଯାଇଥିବା ବେଳେ ଅନ୍ୟ ଦୁଇଟି ବ୍ୟାଙ୍କର ଘରୋଇକରଣ କରିବା ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବିଚାର କରୁଛି । ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପ୍ରାଇଭେଟ୍ ହୋଇପାରେ । ଛୋଟ ସରକାରୀ ବ୍ୟାଙ୍କ ଗୁଡ଼ିକୁ ବଡ଼ ବ୍ୟାଙ୍କ ସହ ମିଶ୍ରଣ କରି ଏକ ଦୃଢ଼ ବ୍ୟାଙ୍କ ଗଠନ କରିବା ଦିଗରେକ କାମ ଆରମ୍ଭ କରିଛନ୍ତି ସରକାର । ଯାହାଦ୍ୱାରା ବ୍ୟାଙ୍କଗୁଡ଼ିକୁ ପରିଚାଳନା କରିବା ସହଜ ହେବ ଏବଂ ବିଶ୍ବସ୍ତରରେ ବ୍ୟାଙ୍କଗୁଡ଼ିକ ଭଲ ଭାବେ ପ୍ରତିଦ୍ବନ୍ଦ୍ବତା କରିପାରିବେ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହ ମିଶ୍ରଣ କରିବା ବିକଳ୍ପ ଉପରେ ସରକାର ବିଚାର କରୁଛନ୍ତି ।
ଏହା ପୂର୍ବରୁ ୨୦୧୭ରୁ ୨୦୨୦ ମଧ୍ୟରେ ୧୦ଟି ସରକାରୀ ବ୍ୟାଙ୍କର ମିଶ୍ରଣ ହୋଇଥିଲା । ଫଳରେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ହ୍ରାସ ପାଇ ୧୦ ହୋଇଯାଇଥିଲା । ସେହି ସମୟରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ କରାଯାଇଥିଲା । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ ବି ମିଶି ଯାଇଥିଲା । ତେବେ ବ୍ୟାଙ୍କ ମିଶ୍ରଣ ଦ୍ୱାରା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ପୂର୍ବ ଭଳି ଗ୍ରାହକମାନେ ସ୍ୱାଭାବିକ ଢଙ୍ଗରେ ଟଙ୍କା ଜମା କିମ୍ବା ଉଠାଣ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/31/bank-merge_soubhagya-pkg-t-2025-10-31-10-12-25.jpg)