କନକ ବ୍ୟୁରୋ : ଜିଏସ୍ଟି ସ୍ଲାବରେ ପରିବର୍ତ୍ତନ ପରେ ରାଜ୍ୟଗୁଡ଼ିକୁ ବିପୁଳ କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଜାରି ରିପୋର୍ଟ କହିଛି ଯେ ଜିଏସ୍ଟି ସଂସ୍କାର ଦ୍ବାରା ଲାଭବାନ ହେବେ ରାଜ୍ୟ । ଏସ୍ବିଆଇ ଇକୋରାପ୍ ରିପୋର୍ଟ କହୁଛି ଯେ ଜିଏସ୍ଟି ସଂସ୍କାର ଦ୍ବାରା ଓଡ଼ିଶାକୁ ୧୮ ହଜାର ୭୫୧ କୋଟି ଟଙ୍କା ଲାଭ ମିଳିବ । କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ସବୁ ରାଜ୍ୟ ମଧ୍ୟ ଜିଏସ୍ଟି ସଂସ୍କାର ଦ୍ବାରା ଉପକୃତ ହେବେ । ପ୍ରତି ୧୦୦ ଟଙ୍କାର ଜିଏସ୍ଟିରୁ ରାଜ୍ୟ ପାଉଛନ୍ତି ୭୦.୫ ଟଙ୍କା । ସେହିପରି କେନ୍ଦ୍ର ପାଇବ ୨୯ ଟଙ୍କା ୫୦ ପଇସା । ପ୍ରକାଶିତ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୨୫-୨୬ରେ ରାଜ୍ୟଗୁଡ଼ିକ ରାଜ୍ୟ ଜିଏସ୍ଟି ଭାବେ ଅତିକମ୍ରେ ୧୦ ଲକ୍ଷ କୋଟି ଟଙ୍କା ପାଇବେ । ଏହା ବ୍ୟତୀତ କେନ୍ଦ୍ରୀୟ ଟିକସରେ ନିଜର ଭାଗ ବାବଦରେ ୪.୧ ଲକ୍ଷ କୋଟି ଟଙ୍କା ପାଇବେ । ଯଦି ପ୍ରଭାବୀ ଜିଏସ୍ଟି ହାର ୯.୫ ପ୍ରତିଶତ ହେବ, ତେବେ ରାଜସ୍ବ ସଂଗ୍ରହ ୫୨ ହଜାର କୋଟି ଟଙ୍କା ବଢ଼ିବ । ୫୦: ୫୦ ଅନୁପାତରେ ଟିକସ ଭାଗବଣ୍ଟା ହେଲେ ରାଜ୍ୟମାନଙ୍କୁ ଅଧିକ ୨୬ ହଜାର କୋଟି ଟଙ୍କା ଓ କେନ୍ଦ୍ରକୁ ୨୬ହଜାର କୋଟି ଟଙ୍କା ମିଳିବ ।
କେଉଁ ରାଜ୍ୟକୁ କେତେ ଲାଭ?
ରାଜ୍ୟ             ଅଧିକ ରାଜସ୍ବ        
ଉତ୍ତରପ୍ରଦେଶ        ୭୪,୨୮୭ କୋଟି
ବିହାର            ୪୧,୬୫୧ କୋଟି
ମଧ୍ୟପ୍ରଦେଶ        ୩୨,୫୦୮ କୋଟି
ପଶ୍ଚିମବଙ୍ଗ        ୩୧,୧୫୪ କୋଟି
ମହାରାଷ୍ଟ୍ର        ୨୬,୧୫୯ କୋଟି
ରାଜସ୍ଥାନ        ୨୪,୯୫୪ କୋଟି
ଓଡ଼ିଶା             ୧୮,୭୫୧ କୋଟି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/06/gst-2025-09-06-07-51-53.jpg)