କନକ ବ୍ୟୁରୋ: ’ସମସ୍ତଙ୍କ ମା’ ମରନ୍ତି ତୁମ ମା’ ବି ମଲେ ଏଥିରେ ନାଟକ କରନ୍ତି ଶୀଘ୍ର ଅଫିସ୍ ଆସ । ନହେଲେ ତୁମର ଏଲଡବ୍ଲ୍ୟୁପି ପକାଇଦେବି’ । ଜଣେ ବ୍ୟାଙ୍କ କର୍ମଚାରୀ ନିଜ ମାଆଙ୍କ ଦେହାନ୍ତ ଯୋଗୁଁ ଛୁଟି ମାଗିବାରୁ ତାଙ୍କୁ ଏଭଳି ଜବାବ୍ ମିଳିଲା ।  ଏଭଳି ଜବାବ୍ ଦେଇଛନ୍ତି ୟୁକୋ ବ୍ୟାଙ୍କର  ଚେନ୍ନାଇ ଜୋନର ଜୋନାଲ  ହେଡ୍ ଆରଏସ୍ ଅଜିଥ୍ ।

Advertisment

ଖାଲି ଏତିକି ନୁହେଁ ଅଜିଥଙ୍କ ବିରୋଧରେ ଫର୍ଦ୍ଦକର ଅଭିଯୋଗ ଲେଖି ୟୁକେ ବ୍ୟାଙ୍କ୍ ଟପ୍ ମ୍ୟାନେଜମେଣ୍ଟକୁ  ମେଲ୍ କରିଛନ୍ତି ବ୍ୟାଙ୍କ କର୍ମଚାରୀ  ଏବଂ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି । କର୍ମଚାରୀଙ୍କ ଏହି ଅଭିଯୋଗ ପତ୍ର ଏବେ ଭାଇରାଲ ହେବା ପରେ ନେଟିଜେନ୍ସମାନେ ମଧ୍ୟ ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମତ ପ୍ରକାଶ କରିଛନ୍ତି । ୟୁକୋ ବ୍ୟାଙ୍କ କର୍ମଚାରୀ ଅଭିଯୋଗ, ଜୋନାଲ ହେଡ୍ ତାଙ୍କ ଅଧୀନସ୍ଥ ଅଧିକାରୀ ବା ଅନ୍ୟ କର୍ମଚାରୀଙ୍କୁ ନିଜର ଗୁଲାମ ବା ଚାକର ଭଳି ବ୍ୟବହାର କରୁଛନ୍ତି । ଆହୁରି କହିଛନ୍ତି, 

’ଅତି କ୍ଷୋଭର ସହ ମୋତ କହିବାକୁ ପଡ଼ୁଛି , ଜୋନାଲ ହେଡ୍ ଆରଏସ୍ ଅଜିଥଙ୍କ ବ୍ୟବହାର ଟକ୍ସିକ୍ । ପୂରା ଅଫିସ୍ ତାଙ୍କ ପାଇଁ ଭୟ , ଅତ୍ୟାଚାରରେ ଥରୁଛି । ଅନ୍ୟ କର୍ମଚାରୀଙ୍କୁ ସେ ଚାକର ଭଳି ବ୍ୟବହାର କରୁଛନ୍ତି । ଅନେକ ସମୟରେ କର୍ମଚାରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି । ଜଣେ ବ୍ରାଞ୍ଚ ହେଡଙ୍କ ମା’ଙ୍କ ମୃତ୍ୟୁରେ ତାଙ୍କୁ ଛୁଟି ଦେବାକୁ ମନା କରିଦେଲେ । ସେ ସମୟରେ କାହା ପତ୍ନୀ ଗଭୀର ସ୍ବାସ୍ଥ୍ୟ ସମସ୍ୟାରେ ଆଇସିୟୁରେ ଭର୍ତ୍ତି ଥିଲେ , କାହା ଝିଅର ଦେହ ସାଂଘାତିକ ଅସୁସ୍ଥ ଥିଲା । କିନ୍ତୁ କାହାରିକୁ ଛୁଟି ନଦେଇ ବରଂ ଯଥାଶଘ୍ର ଅଫିସ୍ ଜଏନ୍ କରିବାକୁ ତାଗିଦ୍ କରିଥିଲେ । ଡେରି କଲେ ଦରମା କାଟିଦେବାକୁ ଧମକ ଦେଇଥିଲେ’  । 

ଏମିତି ଗୋଟିଏ ପରେ ଗୋଟିଏ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ମଚାରୀ । ସୋସିଆଲ ମିଡିଆରେ ଅଭିଯୋଗର ମେଲ ଭାଇରାଲ ହେବା ପରେ ୟୁଜର୍ସ ବି ପ୍ରତିକ୍ରିୟା ଦେଲେ । ସମସ୍ତେ ଜୋନାଲ ହେଡଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ଯଦିଓ ବ୍ୟାଙ୍କ ମୁଖ୍ୟଙ୍କ ଠାରୁ କିଛି ପ୍ରତିକ୍ରିୟା ଆସିନାହିଁ ।