କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ପୁଣି ଏକ ଝଟକା ଲାଗିଛି । ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଅନିଲ ଅମ୍ବାନୀ ଓ ରିଲିଆନ୍ସ କମ୍ପ୍ୟୁନିକେସନ ଲିମେଟଡର ଆକାଉଣ୍ଟକୁ ଫ୍ରଡ ବୋଲି ଘୋଷଣା କରାଯାଇଛି । ଗୁରୁବାର ରାତିରେ ବ୍ୟାଙ୍କ ଅଫ୍ ବରୋଦା ଏହି ସୂଚନା ଏକ୍ସଚେଞ୍ଜ ସହିତ ସେୟାର କରିଛି । କହିରଖୁ କି ଗତ କିଛିମାସ ହେବ ଅନିଲ ଅମ୍ବାନୀଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦାର ଏହି ନିଷ୍ପତ୍ତି ଅନିଲ ଅମ୍ବାନୀଙ୍କ ପାଇଁ ଆହୁରି ଅଡ଼ୁଆ ବଢାଇଛି ।
ବ୍ୟାଙ୍କ ଅଫ୍ ବରୋଦା ତରଫରୁ ଷ୍ଟକ୍ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନା ମୁତାବକ ବ୍ୟାଙ୍କ ବୋର୍ଡ ଅନିଲ ଅମ୍ବାନୀ ଓ ରିଲିୟାନ୍ସ କମ୍ୟୁନିକେସନ ପ୍ରାଇଭେଟ ଲିମିଟେଡର ଲୋନ ଆକାଉଣ୍ଟସକୁ ଫ୍ରଡ ଘୋଷଣା କରାଯାଇଛି । ସେପଟେ ଅନିଲ ଅମ୍ବାନୀ କହିଛନ୍ତି କି, ଏ ବାବଦରେ ସେ ଆଇନର ପରାମର୍ଶ ନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/06/23-2025-09-06-14-42-04.jpg)