କନକ ବ୍ୟୁରୋ: କଂଗ୍ରେସର ସ୍ଥିତି ସୁଧୁରିବାରେ ନା ଧରୁନି । ନିଇତି ନେତାଙ୍କ ମଧ୍ୟରେ ଥିବା ମନାନ୍ତର ସାମ୍ନାକୁ ଆସୁଛି । ଏବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ୍ତ୍ର କେନ୍ଦ୍ରମନ୍ତ୍ରୀ ଦଳ ଉପରେ ଖପ୍ପା ଥିବା ନେଇ ଖବର ଆସୁଛି । ଏମିତିକି ସେ ରାହୁଲଙ୍କ ସହ ବନ୍ଦ ଘରେ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ଚର୍ଚ୍ଚା ବି ହେଉଛି । ହେଲେ କାହିଁକି ଶଶୀ ରାଗିଛନ୍ତି  ? ପ୍ରକୃତରେ ଦଳରେ କଣ ଚାଲିଛି ସେନେଇ ଅବଶ୍ୟ ଦଳୀୟ ସୂତ୍ରରୁ କୌଣସି ପ୍ରତିକ୍ରିୟା ରଖାଯାଇନି । ହେଲେ କଂଗ୍ରେସ ଦଳରେ ଥିବା ଫାଟ ଜଳଜଳ ହୋଇ ଦିଶୁଛି । 

Advertisment

ରାହୁଲଙ୍କ ସହ ଆଲୋଚନା କଲେ
ଦଳରେ ତାଙ୍କର ଭୂମିକା କଣ ପଚାରିଲେ
ମିଡିଆକୁ କହିଲେ ଏନେଇ ପ୍ରତିକ୍ରିୟା ଦେବାକୁ ଚାହୁଁନି

କେରଳ ତିରୁଅନନ୍ତପୁରମରୁ ସାଂସଦ ଅଛନ୍ତି ଶଶୀ ଥରୁର । ହେଲେ ଦଳରେ ତାଙ୍କର ଭୂମିକା କଣ ରହିଛି ସେନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ଶଶୀ କହିଛନ୍ତି । ଖାଲି ଏତିକି ନୁହେଁ ସେ ସ୍ପଷ୍ଟ କରିଛନ୍ତି କି, ଦଳରେ ଏବେ ଯେଉଁ ସ୍ଥିତି ରହିଛି ସେନେଇ ରାହୁଲଙ୍କ ସହ ଆଲୋଚନା ହେଲା । ଏହି ସମୟରେ ରାହୁଲ ଓ ଶଶୀଙ୍କ ବ୍ୟତିତ ଅନ୍ୟ କେହି ଉପସ୍ଥିତ ନଥିଲେ । କିନ୍ତୁ ବୈଠକରେ କଣ ଆଲୋଚନା ହେଲା ସେନେଇ ଗଣମାଧ୍ୟକୁ କହିବାର ଆବଶ୍ୟକତା ନାହିଁ ବୋଲି ଶଶୀ କହିଛନ୍ତି ।
 
କାହିଁକି ଅସନ୍ତୋଷ ବ୍ୟକ୍ତ କଲେ ଶଶୀ ?

ଜାତୀୟ ଗଣମାଧ୍ୟକୁ ମିଳିଥିବା ସୂଚନା ଅନୁସାରେ, କେରଳରେ ଏବେ ଶଶୀଙ୍କ ଉପରେ ଦଳୀୟ ନେତା କି କର୍ମୀ ଆଦୌ ଖୁସିନାହାନ୍ତି । ବାରମ୍ବାର ଅଭିଯୋଗ ପରେ ଏଆଇସିସି ବି ଶଶୀଙ୍କ ଉପରେ ନାଖୁସ ଅଛି । ତେଣୁ ଦିଲ୍ଲୀ ଡକାଇ ତାଙ୍କୁ ଟ୍ୟୁସନ କରାଯାଇଛି । ସେପଟେ ଶଶୀ ଦିଲ୍ଲୀ ବୈଠକକୁ ନେଇ ବି ଖୁସି ନାହାନ୍ତି । କାରଣ ସେ ଯେଉଁ ଦାୟିତ୍ବର ପ୍ରଶ୍ନ ପଚାରିଲେ ସେନେଇ ରାହୁଲ କିଛି ସ୍ପଷ୍ଟ କରିନାହାନ୍ତି । କୁହାଯାଉଛି ଆମେରିକା ଗସ୍ତ ବେଳେ ମୋଦୀ ଓ ଆମେରିକା ସରକାରଙ୍କ ଆଲୋଚନାକୁ ନେଇ କଂଗ୍ରେସ-ଥରୁରଙ୍କ ମଧ୍ୟରେ ମତାନ୍ତର ରହିଥିଲା । ପରେ ପରେ ଜାତୀୟ ଦାୟିତ୍ବ ତାଙ୍କ ହାତରୁ ନିଆଯାଇଥିଲା ଯେଉଁଥି ଲାଗି ଶଶୀ କଂଗ୍ରେସ ଉପରେ ଅସନ୍ତୋଷ ଝାଡିଥିଲେ । 

ଶଶୀଙ୍କ ନିଶାନାରେ କେରଳ କଂଗ୍ରେସ

ଶଶୀଙ୍କ ଅଭିଯୋଗ ଅନୁସାରେ, କେରଳ କଂଗ୍ରେସ ଏବେ ଯେଉଁ ଦିଗରେ ଯାଉଛି ତାହା ଦଳ ଲାଗି ଆଦୌ ଠିକ୍‌ ନୁହେଁ । ମତେ ଯେଉଁଠି ନିମନ୍ତ୍ରଣ ମିଳେ ସେଠାକୁ ଯାଏ । କେରଳ ସରକାର ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ତାହା ପୂର୍ବରୁ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ । ତେଣୁ ଏହାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍‌ ନୁହେଁ । 

କଂଗ୍ରେସ ସହ କାହିଁକି ହେଲା ମତାନ୍ତର ?

କୁହାଯାଉଛି ବର୍ତ୍ତମାନ ସମୟରେ କେରଳ କଂଗ୍ରେସରୁ ଦୂରେଇ ରହୁଛନ୍ତି ଶଶୀ ଥରୁର । ଖାଲି ଏତିକି ନୁହେଁ ବରଂ ଅଧ୍ୟକ୍ଷ ନିର୍ବାଚନରେ ବି ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ମୋଟ୍‌ ଉପରେ କଂଗ୍ରେସରେ ଏବେ ଯେଉଁପରି ଭାବରେ ନେତୃତ୍ବ ସଂକଟ ଦେଖିବାକୁ ମିଳୁଛି ଏମିତି ସ୍ଥିତିରେ ଶଶୀ ଦଳରୁ ଦୂରେଇ ଯିବା ନିଶ୍ଚିତ ରୂପେ ଦଳ ଲାଗି କ୍ଷତିକାରକ ହେବ ବୋଲି କୁହାଯାଉଛି ।