କନକ ବ୍ୟୁରୋ: ଆପଣ ଦିନରେ କେତେ ଘଣ୍ଟା ସୋସିଆଲ ମିଡିଆରେ ବ୍ୟବହାର  କରୁଛନ୍ତି ? କେବଳ ଆପଣ ନୁହନ୍ତି ଅନେକ ଲୋକ ଦିନର ଅଧିକାଂଶ ସମୟ ସୋସିଆଲ ମିଡିଆକୁ ଧୁମ୍ ସ୍କ୍ରୋଲ କରିବାରେ କଟାଉଛନ୍ତି । କିନ୍ତୁ ଜାଣନ୍ତି କି ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦକୁ ଡାକିପାରେ …ଡୁମସ୍କ୍ରୋଲିଂରେ ଅଧିକ ବ୍ୟସ୍ତ ରହିଲେ ଖରାପ ବୋଲି ସମସ୍ତେ  ଜାଣନ୍ତି  । ତଥାପି ଏହାର ମୋହରୁ ମୁକୁଳିବା ଲୋକଙ୍କ ପାଇଁ ସହଜ ହେଉନାହିଁ । ଆପଣ ଭାବୁଥିବେ ପୁଣି ଏ ଡୁମସ୍କ୍ରୋଲିଂ କ’ଣ ? ମାତ୍ରାଧିକ ସୋସିଆଲ ମିଡିଆର ବ୍ୟବହାରକୁ ଡୁମସ୍କ୍ରୋଲିଂ କୁହାଯାଏ । ଏହାର ପ୍ରଭାବ ଶରୀର ଉପରେ ଖୁବ୍ କ୍ଷତିକାରକ । ହେଲେ ଏ ଅଭ୍ୟାସଠାରୁ ନିଜକୁ ଦୂରେଇ ରଖିବାକୁ କିଛିଟା ଟିପ୍ସ ଜାଣିନିଅନ୍ତୁ , ଯାହା ଆପଣଙ୍କୁ ସୋସିଆଲ ମିଡିଆର କବଳରୁ ମୁକ୍ତ ହେବାକୁ ହୁଏତ ସାହାଯ୍ୟ କରିବ ।

Advertisment

ଏବେ ସୋସିଆଲ ମିଡିଆ ଲୋକଙ୍କ ଜୀବନକୁ ଯେମିତି କବଳିତ କରି ରଖିଛି । ସକାଳେ ଚା’ ପିଇବାଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏଁ ଲଗାତାର ଫୋନରେ କିଛି ନା କିଛି ସ୍କ୍ରୋଲିଂ କରିଥାଉ । କିନ୍ତୁ କେବଳ ଭାବିଛନ୍ତି, ଏଭଳି ଲଗାତାର ସ୍କ୍ରୋଲିଂ , ଯାହାକୁ ଡୁମ୍ ସ୍କ୍ରୋଲିଂ କୁହାଯାଏ ଏହା ମାନସିକ ସ୍ବାସ୍ଥ୍ୟ ପାଇଁ କେତେ ଘାତକ ! ଏହା ଏଭଳି ଏକ ଅଭ୍ୟାସ ଯେଉଥିରେ ବିନା କୌଣସି ଲକ୍ଷ୍ୟରେ ଆମେ ଦିନ ସାରା ଗୋଟିଏ ପରେ ଗୋଟିଏ ମୋବାଇଲ୍ ସଟ୍ ସ୍କ୍ରୋଲିଂ କରିଥାଉ । ଏହା ଏକ ପ୍ରକାର ନିଶା , ଯାହା ସୋସିଆଲ ମିଡିଆ ଆଡ଼କୁ ଆମକୁ ଟାଣିନିଏ । ତେଣୁ ଆମେ ଘଣ୍ଟା ଘଣ୍ଟା ଧରି ଫୋନ୍ ସ୍କ୍ରୋଲିଂରେ ବିତାଉ । ସମୟ ବି ଜଣାପଡ଼େନି , ଯାହା ଆମ ପାଇଁ ବିପଦ ।

ଅଧିକ ପଢ଼ନ୍ତୁ--ମୁହଁରେ ଦେଖାଯିବନି ବୟସର ଛାପ ; ଏହି ୬ ଅଭ୍ୟାସ ଆପଣଙ୍କୁ ସୁନ୍ଦର କରିବ

ମସ୍ତିଷ୍କ ଉପରେ ଡୁମସ୍କ୍ରୋଲିଂର ପ୍ରଭାବ : ଫୋନରେ ଲଗାତାର କିଛି ନେଗେଟିଭ୍ ଭିଡିଓ ଦେଖିବା ବା ନେଗେଟିଭ୍ ଖବର ପଢ଼ିବା ଦ୍ବାରା ଚିନ୍ତା ଓ ଅବସାଦ ପରି ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। 

ନିଦ ନହେବା : ଶୋଇବା ପୂର୍ବରୁ  ବାରମ୍ବାର ମୋବାଇଲ ସ୍କ୍ରୋଲ୍ କରିବା ଦ୍ବାରା ଠିକ୍ ସମୟରେ ନିଦ ହୁଏନାହିଁ । ଯଦିଓ ନିଦ ହୁଏ କିନ୍ତୁ ସେ ନିଦ ପୂରା ହୁଏ ନାହିଁ । ମନରେ ବିଚଳିତ ଭାବ ସୃଷ୍ଟି ହୁଏ ।

ରଚନାତ୍ମକ ଶକ୍ତି କମେ : ଡୁମ୍ ସ୍କ୍ରୋଲିଂ ଦ୍ବାରା ମସ୍ତିଷ୍କ ଥକିପଡ଼େ । ତେଣୁ ବ୍ୟକ୍ତିର ରଚନାତ୍ମକ ଶକ୍ତି ବା କ୍ରିଏଟିଭିଟି କମିଯାଏ । ଫଳରେ ସେ କୌଣସି କାମରେ ଫୋକସ୍ କରିପାରନ୍ତିନାହିଁ। 

ସାମଜିକ ସମ୍ପର୍କ ହାନି ହୁଏ : ସୋସିଆଲ ମିଡିଆରେ ଅଧିକରୁ ଅଧିକ ସମୟ ବିତାଇଲେ ବାସ୍ତବ ଜୀବନ ଉପରେ ଏହାର ପ୍ରଭାବ ପଡ଼େ । ଆପଣ ସୋସିଆଲ ମିଡିଆରେ ସ୍କ୍ରୋଲିଂରେ ବ୍ୟସ୍ତ ରହିଲେ ସାହିପଡ଼ିଶା, ସାଙ୍ଗସାଥୀ , ବନ୍ଧୁବାନ୍ଧବଙ୍କ ସହ ସମୟ କାଟିବାକୁ କି କଥାବାର୍ତ୍ତା ହେବାକୁ ସମୟ ପାଆନ୍ତି ନାହିଁ । ଫଳରେ ଆପଣଙ୍କ ସାମାଜିକ ସମ୍ପର୍କ ଖରାପ ହେବା ସ୍ବାଭାବିକ । ହେଲେ ଏଥିରୁ ନିଜକୁ ମୁକ୍ତ କରିବାକୁ ଛୋଟ ଛୋଟ ଟିପ୍ସ ଗ୍ରହଣ କରିବାକୁ ଭୁଲନ୍ତୁ ନାହିଁ । 

ସମୟ ସୀମା ନିର୍ଦ୍ଧାରଣ କରନ୍ତୁ : ସୋସିଆଲ ମିଡିଆରେ କିଛି ଖବର ଖୋଜିବାକୁ କିମ୍ବା କିଛି ପଢ଼ିବାକୁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ । ଫଳରେ ଆପଣଙ୍କ ବାକି ସମୟ ଠିକ ଭାବେ ପରିଚାଳିତ ହେବ ।

ନୋଟିଫିକେସନ୍ ଲକ୍ କରନ୍ତୁ : ସୋସିଆଲ ମିଡିଆ ଆପ୍ସରେ ଆସୁଥିବା ନୋଟିଫିକେସ୍ ବନ୍ଦ କରନ୍ତୁ । ଫଳରେ ଆପଣଙ୍କୁ ଆଉ ବାରମ୍ବାର ଫୋନ୍ ଚେକ୍ କରିବାକୁ ପଡ଼ିବନି ।

ଧ୍ୟାନ , ଯୋଗ କରନ୍ତୁ : ଧ୍ୟାନ ଓ ଯୋଗ କରିବା ଦ୍ବାରା ମନ ଶାନ୍ତ ରହିଥାଏ । ଏହାବ୍ୟବୀତ ମୋବାଇଲ ଦେଖିବାରୁ ମଧ୍ୟ ବିରତି ମିଳେ । ନୂଆ କାମ ଶିଖିବାକୁ ଚେଷ୍ଟା କରନ୍ତୁ : ଖାଲି ସମୟରେ ମୋବାଇଲ ଦେଖିବା ବଦଳରେ କିଛି ସମୟ ପାଇଁ ଅନ୍ୟାନ୍ୟ ଆକ୍ଟଟିଭିଟିଜ୍ କରନ୍ତୁ । ଯେପରି ଭଲ ବହି ପଢ଼ିବା , ରୋଷେଇ କରିବା , ଗାର୍ଡେନିଂ କରିବା, କଳାରେ ରୁଚି ଥିଲେ ପେଣ୍ଟିଂ କରିବା ଏସବୁରେ ନିଜକୁ ବ୍ୟସ୍ତ ରଖନ୍ତୁ । 

ପଜିଟିଭ୍ ପେଜ୍ ଫଲୋ କରନ୍ତୁ : ସୋସିଆଲ ମିଡିଆରେ କେବଳ ସକାରାତ୍ମକ କିମ୍ବା ଶିକ୍ଷଣୀୟ ପେଜକୁ ଫଲୋ କରନ୍ତୁ । ଫଳରେ ଆପଣଙ୍କ ମସ୍ତିଷ୍କ ଉପରେ ଏହାର ଭଲ  ପଭାବ ପଡ଼ିବ ।