କନକ ବ୍ୟୁରୋ : ମୋବାଇଲ୍ ଫୋନ୍ ଆମ ସମସ୍ତଙ୍କ ଜୀବନରେ ଏକ ଜରୁରୀ ସାମଗ୍ରୀ ପାଲଟିଗଲାଣି । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ମୋବାଇଲ ଫୋନ୍ ବ୍ୟବହାର କରିଥାଉ । ଫୋନର ଅତ୍ୟଧିକ ବ୍ୟବହାର ଜୀବନଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଶୋଇବା ସମୟରେ କିମ୍ବା ସକାଳୁ ଉଠିବା ସମୟରେ ମୋବାଇଲ୍ ଧରିବା ଅଭ୍ୟାସ ଆମ ଶରୀର ପ୍ରତି କ୍ଷତିକାରକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ତେବେ ଆପଣମାନେ ଜାଣି ରଖିବା ଉଚିତ କି କେବଳ ଫୋନ୍ ନୁହେଁ, ଏଥିରେ ଆସୁଥିବା ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ । ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା...

Advertisment
PhoneInBed
PhoneInBed Photograph: (google)

୧. ସକାଳୁ ଉଠିବା ମାତ୍ରେ ହାତରେ ଫୋନ ଧରିବା ଚିନ୍ତାର କାରଣ ହୋଇପାରେ । ଏହା ମଣିଷକୁ ଉଚ୍ଚ ରକ୍ତଚାପର ଶିକାର କରିପାରେ ।

୨. ବାରମ୍ବାର ମୋବାଇଲ୍ ସ୍କ୍ରିନ୍ ଦେଖିବା ଦ୍ୱାରା ଚିନ୍ତା ବଢ଼ିଥାଏ । ଏତଦ ଦ୍ବାରା ଶରୀରର ଶକ୍ତି ହ୍ରାସ ପାଏ । କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ ହୋଇଥାଏ ।
୩. ସକାଳୁ ଉଠିବା ମାତ୍ରେ ଇମେଲ୍ କିମ୍ବା ବିଜ୍ଞପ୍ତି ଦେଖିବା ଦ୍ବାରା ଆପଣଙ୍କୁ କିଛି ଜିନିଷ ବିଷୟରେ ଚିନ୍ତିତ କରିପାରେ, ଯାହା ଆପଣଙ୍କ ହୃଦୟ ଏବଂ ମନକୁ ଅସ୍ଥିର କରିପାରେ ।

୪. ଯଦି ଆପଣଙ୍କ ମୋବାଇଲରେ ସକାଳୁ ସକାଳୁ ବହୁତ ନୋଟିଫିକେସନ୍, ମେସେଜ୍, ଇମେଲ୍, ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ ଆସିଥାଏ, ତେବେ ଏହା ଆପଣଙ୍କ ଚିନ୍ତା କରିବା ଏବଂ ବୁଝିବାର ଶକ୍ତିକୁ ଛଡ଼ାଇ ନେଇପାରେ ।

୫. ଫୋନ୍ ଏବଂ ସୋସିଆଲ ମିଡିଆରେ ବାରମ୍ବାର ନୋଟିଫିକେସନ ଆସିବା ଯୋଗୁଁ ମଣିଷ ଚିଡ଼ଚିଡ଼ା ସ୍ବଭାବର ହୋଇପାରେ । ଏହା ଆପଣଙ୍କ ମନୋଭାବ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

୬. ସକାଳେ ଉଠିବା ମାତ୍ରେ ଯଦି ମୋବାଇଲରେ ଆସିଥିବା ନୋଟିଫିକେସନରେ କିଛି ଚାପପୂର୍ଣ୍ଣ ଥାଏ ତେବେ ଆପଣଙ୍କର ସମ୍ପୂର୍ଣ୍ଣ ମନୋଭାବ ଖରାପ ହୋଇପାରେ ।

୭. ରାତିରେ ମୋବାଇଲ୍ ଦେଖି ଶୋଇବା ଏବଂ ସକାଳେ ମୋବାଇଲ୍ ଦେଖି ଉଠିବା ଦ୍ୱାରା ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଏପରି ଅଭ୍ୟାସ ଥିବା ବ୍ୟକ୍ତି ଛୋଟ ଛୋଟ କଥାରେ ରାଗିବା ଆରମ୍ଭ କରି ଦିଅନ୍ତି ।