କନକ ବ୍ୟୁରୋ: ଚୀନ-ଆମେରିକା ଟାରିଫ୍ ୱାର୍ ଭିତରେ ୬ବର୍ଷ ପରେ ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ। ବାଣିଜ୍ୟ ଶୁଳ୍କ, ତାଇୱାନ ହଂକଂ ବିବାଦ ସମେତ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା । ଏସିଆ ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ କୋରିଆର ଗୁସାନ ସହରରେ ଉଭୟ ନେତା ପରସ୍ପରକୁ ଭେଟିଛନ୍ତି । ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସି ଜିନପିଙ୍ଗଙ୍କ ସହ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତ । ଗୋଟିଏ ପଟେ ନଭେମ୍ବର ୧ ତାରିଖରୁ ଚୀନ୍ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ କରିବାକୁ ଆମେରିକା ଧମକ ଦେଇଛି । ଏହାରି ମଧ୍ୟରେ ଦୁଇ ନେତାଙ୍କ ସାକ୍ଷାତ ସମୟରେ ବାଣିଜ୍ୟ ଏବଂ ଶୁଳ୍କ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଏହାବାଦ ବିରଳ ଖଣିଜ ସମ୍ପଦ ସହ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ହଂକଂ ତାଇୱାନ ବିବାଦ ପ୍ରସଙ୍ଗରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା କରାଯିବ ।
Trump : ଟ୍ରମ୍ପଙ୍କ ସାଂଘାତିକ ବୟାନ : ବିଶ୍ୱକୁ ବନ୍ଦୀ କରିଦେବ ଚୀନ୍ !
ଟାରିଫ୍ ୱାର୍ ମଧ୍ୟରେ ଟ୍ରମ୍ପ-ଜିନପିଙ୍ଗ୍ ଭେଟଘାଟ
୬ବର୍ଷ ପରେ ଏକାଠି ହୋଇଛନ୍ତି ଦୁଇ ମହାଶକ୍ତି
ଦକ୍ଷିଣ କୋରିଆର ବୁସାନ ସହରରେ ଉଭୟ ନେତାଙ୍କ ଆଲୋଚନା
ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ସମୟରେ ବାଣିଜ୍ୟ ଶ୍ଲୁକ ପ୍ରମୁଖ ମୁଦ୍ଦା
ନଭେମ୍ବର ୧ ତାରିଖରୁ ଚୀନ୍ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲାଗୁ ଧମକ ଦେଇଛି ଆମେରିକା
ବିରଳ ଖଣିଜ ସମ୍ପଦ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଉଭୟ କରିବେ ଆଲୋଚନା
ହଂକଂ ତାଇୱାନ ପ୍ରସଙ୍ଗରେ ମଧ୍ୟ ହୋଇପାରେ ଆଲୋଚନା
ପୁଣି ଚୀନ୍ର ଚାଲାକୀ, ଏଲ୍ଏସି ନିକଟରେ କରୁଛି ରେଳ ପ୍ରକଳ୍ପ
ଏପେଟ ରୁଷ ପୁଣି ଏକ ପରମାଣୁ ଶକ୍ତି ସଂପନ୍ନ ଡ୍ରୋନର ପରୀକ୍ଷଣ କରିଛି । ସାତ ଦିନ ଭିତରେ ଏହା ରୁଷିଆର ଦ୍ୱିତୀୟ ପରମାଣୁ ଶକ୍ତିସଂପନ୍ନ ମିଶାଇଲର ପରୀକ୍ଷଣ । ଅକ୍ଟୋବର ୨୮ ତାରିଖରେ ଆର୍କାଟିକ ମହାସାଗରରେ ଅଣ୍ଡର ୱାଟର ଡ୍ରୋନ ପୋସାଇଡନର ପରୀକ୍ଷଣ କରାଯାଇଛି । ଏହାର ସୂଚନା ଖୋଦ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦେଇଛନ୍ତି । କହିଛନ୍ତି ରୁଷିଆ ସଫଳତାର ସହ ବିଶ୍ୱର ସବୁଠୁ ଶକ୍ତିଶାଳୀ ପରମାଣୁ ଶକ୍ତିସଂପନ୍ନ ଅଣ୍ଡର ୱାଟର ଡ୍ରୋନ ପୋସାଇଡନର ସଫଳତାପୂର୍ବକ ପରୀକ୍ଷଣ କରିଛି । ଏହି ଟାରପିଡୋ ଡ୍ରୋନକୁ ବିଶ୍ୱର କୌଣସି ଅସ୍ତ୍ର ମାତ ଦେଇପାରିବ ନାହିଁ ।
ଏହା ପାରମ୍ପରିକ ଯୁଦ୍ଧଜାହାଜଠାରୁ ଦ୍ରୁତଗତିରେ ଯାତ୍ରା କରିପାରେ। ବିଶ୍ୱର ଯେକୌଣସି ମହାଦ୍ୱୀପ ଯାଏଁ ପୋସାଇଡନ ସହଜରେ ପହଞ୍ଚି ପାରିବ । ଏଥିସହ ପୁଟିନ କହିଛନ୍ତି, କୌଣସି ରାଷ୍ଟ୍ରର ଟାରପିଡୋ ଡ୍ରୋନ ପୋସାଇଡନର ଗତି ଓ ମାରକ କ୍ଷମତା ସହ ସମକକ୍ଷ ହୋଇପାରିବେ ନାହିଁ । ନିକଟ ଭବିଷ୍ୟତରେ ମଧ୍ୟ ପୋସାଇଡନ ଭଳି ଡ୍ରୋନ ବିକାଶ ହେବାର ସମ୍ଭାବନା କମ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ଗତ ରବିବାର ରୁଷ ପରମାଣୁ ଶକ୍ତି ସଂପନ୍ନ କ୍ରୁଜ ମିଜାଇଲ ‘ବୁରେବେସ୍ତନିକ ନାଇନ ଏମ ୭୩୯’ର ସଫଳ ପରୀକ୍ଷଣ କରିଥିଲା । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରି ପୁଟିନଙ୍କୁ ପରାମର୍ଶ ଦେଇ କହିଥିଲେ, ରୁଷ ମିଶାଇଲ ପରୀକ୍ଷଣରେ ମାତିବା ବଦଳରେ ୟୁକ୍ରେନ ସହ ଯୁଦ୍ଧ ସମାପ୍ତ ଉପରେ କାମ କରିବା ଉଚିତ। ହେଲେ ଟ୍ରମ୍ପଙ୍କ ପରାମର୍ଶକୁ ଅଣଦେଖା କରି ମାତ୍ର ୨ ଦିନ ପରେ ପୁଣି ରୁଷ ଅଣ୍ଡର ୱାଟର ଡ୍ରୋନର ପରୀକ୍ଷଣ କରିଛି। ତେଣୁ ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରର ଚାପରେ ରୁଷ ନଇଁବ ନାହିଁ ବୋଲି ସାରା ବିଶ୍ୱକୁ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/30/xi-jinping-meeting-2025-10-30-09-12-12.jpg)