କନକ ବ୍ୟୁରୋ: ପୁଣି ଚୀନ୍‌ର ଚାଲାକୀ । ଚୀନ୍ ସରକାର ସିନ୍‌ଜିଆଙ୍ଗ ପ୍ରଦେଶକୁ ତିବ୍ଦତ ସହିତ ଯୋଡ଼ିବା ପାଇଁ ଏକ ବଡ଼ ରେଳ ପ୍ରକଳ୍ପ ଆଣୁଛନ୍ତି । ଯାହାର କିଛି ଅଂଶ ଭାରତର ଏଲ୍‌ଏସି, ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ନିକଟରେ ଯିବ । ଏହି ପ୍ରକଳ୍ପର ନିର୍ମାଣ ଏବଂ ପରିଚାଳନା ପାଇଁ ସିନ୍‌ଜିଆଙ୍ଗ-ତିବ୍ଦତ ରେଲୱେ କମ୍ପାନି ହାତକୁ ନେଇଛି । ପ୍ରାୟ ୧୩.୨ ବିଲିୟନ୍ ଡଲାର୍ ରେଲୱେ ପ୍ରୋଜେକ୍ଟରେ ଖର୍ଚ୍ଚ ହେବ । ୨୦୩୫ ସୁଦ୍ଧା ପ୍ରକଳ୍ପକୁ ସାରିବାକୁ ଲକ୍ଷ୍ୟ ରଖିଛି ଚୀନ । 

Advertisment

ଏଲ୍‌ଏସି ନିକଟରେ ଚୀନ୍‌ର ରେଳ ପ୍ରକଳ୍ପ
ହୋଟାନ୍‌ରୁ ଶିଗାଟ୍‌ସେ ପର୍ଯ୍ୟନ୍ତ, ଲାହସା-ଶିଗାଟ୍‌ସେ ଲାଇନ୍‌କୁ ଯୋଡ଼ିବ
ରୁଟ୍ ପ୍ରାୟ ୪,୫୦୦ ମିଟର ଉଚ୍ଚତାରେ ରହିବ
କୁନ୍‌ଲୁନ୍, କାରାକୋରାମ୍, କୈଳାସ ଏବଂ ହିମାଳୟ ପର୍ବତମାଳା ଦେଇ ଯିବ 
ପ୍ରକଳ୍ପ ପାଇଁ ୧୩.୨ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବ ଚୀନ୍‌
ଏଲ୍‌ଏସି ନିକଟରେ ଚୀନ୍‌ର ରେଳ ପ୍ରୋଜେକ୍ଟ ଚୀନ୍‌ ସୈନ୍ୟଙ୍କୁ ଅଧିକ ସାହାଯ୍ୟ କରିବ
ଏହି ବର୍ଷ ନିର୍ମାଣ ଆରମ୍ଭ ହେବ, ୨୦୩୫ ସୁଦ୍ଧା କାମ ସରିବ
ଏଲ୍‌ଏସି ନିକଟରେ ଚୀନ୍‌ ଏହି ରେଳ ଲାଇନ୍ କରୁଛି, ଯାହା ଭାରତର ଚିନ୍ତା ବଢ଼ାଉଛି
କାରଣ ଚୀନ୍ ଅକ୍ସାଇ ଚୀନ୍ ଭଳି ବିବାଦୀୟ ଅଞ୍ଚଳରେ ନୂଆ ଯୋଗାଯୋଗ ବିସ୍ତାର କରୁଛି
ମୋଦୀ ଅଗଷ୍ଟ ୩୧ରୁ ସାଂଘାଇ ସମ୍ମିଳନୀରେ ଯୋଗ ଦେବେ
ଚୀନ୍‌-ଭାରତ ସୀମା ପ୍ରସଙ୍ଗ ଉଠିପାରେ