କନକ ବ୍ୟୁରୋ : ସନାତନ ଧର୍ମରେ ପୂଜାପାଠ କିମ୍ବା ଧାର୍ମିକ ଅନୁଷ୍ଠାନ ଶେଷ ହେବା ପରେ ହାତରେ କଳା କିମ୍ବା ନାଲି ସୂତା ପିନ୍ଧିବାର ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ଏହି ସୂତାକୁ ରକ୍ଷାସୂତ୍ର ବୋଲି ମଧ୍ୟ କୁହାଯାଏ । ସାଧାରଣତଃ ଏହି ସୂତା ନାଲି , ହଳଦୀଆ,ସବୁଜ କିମ୍ବା କଳାରଙ୍ଗର ହୋଇଥାଏ । ଯାହାକୁ ଡାହାଣ ହାତରେ ବନ୍ଧାଯାଏ । ତେବେ ଏହି ପରମ୍ପରା କେବଳ ଧାର୍ମିକ ଅନୁଷ୍ଠାନକୁ ନେଇ ନୁହେଁ ବରଂ ବୈଜ୍ଞାନିକ କାରଣ ଏବଂ ଆଧ୍ୟାତ୍ମିକ ମହତ୍ତ୍ବ ସହିତ ମଧ୍ୟ ଓତଃପ୍ରୋତ ଭାବରେ ଜଡ଼ିତ । ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ପୂଜା ପରେ ରକ୍ଷା ସୂତାକୁ କାହିଁକି ହାତରେ ବନ୍ଧାଯାଏ । ଯଦି ଆପଣ ଏ ବିଷୟରେ ଅଜ୍ଞ ଅଛନ୍ତି ତେବେ ଆସନ୍ତୁ ଜାଣିବା । 

Advertisment
Kalava
Kalava Photograph: (Google)

ଅଧିକ ପଢ଼ନ୍ତୁ : ଭାରତର ଏମିତି ଏକ ମନ୍ଦିର : ରାତିରେ ଗାୟବ ହୋଇଯାଏ ମା’କାଳୀଙ୍କ ମୂର୍ତ୍ତି !

ହିନ୍ଦୁ ଧର୍ମଗ୍ରନ୍ଥରେ ରକ୍ଷାସୂତାକୁ ନକରାତ୍ମକ ଶକ୍ତି , ନଜରଦୋଷ ଏବଂ ସଂକଟରୁ ସୁରକ୍ଷା ଦେବାର ସୂତା ବୋଲି କୁହାଯାଏ । ପୂଜା ଶେଷ ହେବା ପରେ ବ୍ରାହ୍ମଣ ମନ୍ତ୍ରପାଠ କରି ରକ୍ଷାସୂତାକୁ ହାତରେ ବାନ୍ଧି ଦେଇଥା’ନ୍ତି । ଏହି ମନ୍ତ୍ର ଦେବତାଙ୍କୁ ସାକ୍ଷୀ ମାନି ସୁରକ୍ଷାର ଆହ୍ବାନ କରି ବୋଲା ଯାଇଥାଏ । ରକ୍ଷାସୂତା ଖାସ୍ କରି ୩ ଟି ରଙ୍ଗର ସୂତାକୁ ମିଶାଇ ତିଆରି ହୋଇଥାଏ । ପ୍ରତିଟି ରଙ୍ଗର ନିଜର ବିଶେଷ ପ୍ରତୀକାତ୍ମକ ମହତ୍ତ୍ବ ହୋଇଥାଏ । ନାଲି ରଙ୍ଗ ଶକ୍ତି,ସାହସ ଏବଂ ଉର୍ଜାର ପ୍ରତୀକ ହୋଇଥିବା ବେଳେ ହଳଦୀଆ ରଙ୍ଗ ସମୃଦ୍ଧି,ଜ୍ଞାନ ଏବଂ ସକରାତ୍ମକ ପ୍ରତୀକ ହୋଇଥାଏ । ଅନ୍ୟ ପଟେ ସବୁଜ ରଙ୍ଗ ଶାନ୍ତି,ସନ୍ତୁଳନ ଏବଂ ହସୋଲ୍ଲାସର ପ୍ରତୀକ ହୋଇଥାଏ । ଏହି ୩ ରଙ୍ଗ ମିଶି ଜୀବନରେ ସୁଖ , ଶାନ୍ତି ଏବଂ ସମୃଦ୍ଧି ଆଣିବାର କାର୍ଯ୍ୟ କରିଥା’ନ୍ତି । ଏହି ରକ୍ଷାସୂତା ନା’ କେବଳ ଏକ ଧାର୍ମିକ କବଚ ବରଂ ସୁରକ୍ଷା , ବିଶ୍ବାସ ଏବଂ ଶାନ୍ତିର ପ୍ରତୀକ ମଧ୍ୟ । ଏହା ପଛରେ ଏକ ପୌରାଣିକ କଥା ମଧ୍ୟ ରହିଛି । ଯାହା ଦେବତା ଏବଂ ଅସୁରଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଜଡ଼ିତ । 

ପୁରାଣରେ ଯେତେବେଳେ ଦେବତା ଓ ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେଲା ସେତେବେଳେ ଦେବରାଜ ଇନ୍ଦ୍ର ପରାଜୟ ବରଣ କରିବା ସ୍ଥିତିରେ ଚାଲିଆସିଥିଲେ ଏବଂ ସାହାଯ୍ୟ ପାଇଁ ସେ ଦେବଗୁରୁ ବୃହସ୍ପତିଙ୍କ ପାଖରେ ଶରଣ ପଶିଲେ । ବୃହସ୍ପତି ଇନ୍ଦ୍ରଙ୍କୁ ପରାମର୍ଶ ଦେଲେ ଯେ ଶ୍ରାବଣ ପୂର୍ଣ୍ଣିମା ଦିନ ଏକ ଯଜ୍ଞ କର ଏବଂ ଯଜ୍ଞରେ ମନ୍ତ୍ରୋଚାରଣ କରି ଏକ ପବିତ୍ର ରକ୍ଷାସୂତା ତିଆରି କର । ଦେବଗୁରୁଙ୍କ ପରାମର୍ଶକ୍ରମେ ଇନ୍ଦ୍ରଦେବ ଯଜ୍ଞ କରି ରକ୍ଷାସୂତାକୁ ନିଜ ଡାହାଣ ହାତରେ ବାନ୍ଧିଥିଲେ ଯାହାର ପ୍ରଭାବରେ ଦେବରାଜଙ୍କୁ ଅସୀମ ଶକ୍ତି ମିଳିଥିଲା ଏବଂ ସେ ବିଜୟର ମୁକୁଟ ପିନ୍ଧିଥିଲେ । ଦେବତାଙ୍କ ଯୁଦ୍ଧରେ ଏହି ରକ୍ଷାସୂତା କବଚ ପରି କାମ କରିଥିଲା । ତେବେ ପୁରୁଷ ଓ ଅବିବାହିତ ଯୁବକ ଡାହାଣ ହାତରେ ଏବଂ ମହିଳା ଓ ଅବିବାହିତା ଯୁବତୀ ବାମ ହାତରେ ରକ୍ଷାସୂତା ବାନ୍ଧିବା ଭଲ ବୋଲି ଶାସ୍ତ୍ର କହେ । ଡାହାଣ ହାତ କର୍ମର ପ୍ରତୀକ ବୋଲି ମନେ କରାଯାଉଥିବା ବେଳେ ବାମ ହାତ ସମ୍ବେଦନ ଓ ସୌମ୍ୟତାର ପ୍ରତୀକ ବୋଲି ମନେ କରାଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ଦେଖିବା ଏହି ସୂତା ହାତ ନାଡ଼ିରେ ହାଲୁକା ପ୍ରେସର୍ ପକାଏ ଯାହା ରକ୍ତ ସଞ୍ଚାଳନକୁ ଭଲ ଭାବରେ ସଞ୍ଚାଳିତ କରେ । ମନ୍ତ୍ରୋଚାରଣ ପରେ ଏଥିରୁ ବାହାରୁଥିବା ସକରାତ୍ମକ ଶକ୍ତି ମାନସିକ ଚାପକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ସହ ଲାଲ୍ ଏବଂ ହଳଦୀଆ ରଙ୍ଗର ଭାଇବ୍ରେସନ୍ ଶରୀରରେ ସକରାତ୍ମକ ଶକ୍ତିକୁ ମଜବୁତ କରିଥାଏ ।