କନକ ବ୍ୟୁରୋ : ଜାରି ରହିଛି ବାତ୍ୟା ମୋନ୍ଥାର ପ୍ରଭାବ । ସମୟ ଯେତିକି ଗଡ଼ୁଛି, ବିପଦ ସେତିକି ଘନଉଛି । ବିଭିନ୍ନ ସ୍ଥାନରେ ବର୍ଷାଜନିତ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା ମୋନ୍ଥା । ଉପକୂଳର ନିକଟତର ହେଉଛି ବାତ୍ୟା ମୋନ୍ଥା । ଚାରିଆଡ଼େ ଢାଙ୍କି ରଖିଛି କଳାବାଦଲ । ଟୁଇନ ସିଟି ସମେତେ ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆଜି ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍ଡି । ଏହା ସହ ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ--ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ; ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ କରାଯିବ ବିଦ୍ୟୁତ୍ ସଂଯୋଗ
ସେହିପରି ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ତି , ନବରଙ୍ଗପୁର ଜିଲ୍ଲାକୁ ବିପଦ ରହିଛି । ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପବନ ପାଇଁ ଆଜି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ତିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ପ୍ରବଳ ପବନ ବହିପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ଅନ୍ୟପଟେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଲୋକସେବା ଭବନରେ ରାଜସ୍ବ ମନ୍ତ୍ରୀ, ଏସ୍ଆର୍ସି ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ମୋନ୍ଥା ପାଇଁ ମନ୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବାତ୍ୟା ପାଇଁ ୮ ଜିଲ୍ଲା ପ୍ରଭାବିତ ହେଉଛି । ଏହି ସବୁ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ୩୦ ଓଡ୍ରାଫ୍ ଓ ୧୦୦ରୁ ଅଧିକ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଅଛି । ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଅନୁରୋଧ କରାଯାଇଛି । ପାୱର କଟ୍ ହେଲେ ଜେନେରେଟର ବ୍ୟବସ୍ଥା ତୁରନ୍ତ କରାଯିବ । ଗୃହ ପାଳିତ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲଟି ସରକାରଙ୍କ ପ୍ରଥମ ଲକ୍ଷ୍ୟ ରହିଛି । ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି ।
ଅଧିକ ପଢ଼ନ୍ତୁ--ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା : ସନ୍ଧ୍ୟାରେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା
ସେପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ସୂଚନା ଦେଇଛନ୍ତି ଯେ ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ । ଶକ୍ତି ବିଭାଗ ପକ୍ଷରୁ ଚାଲିଛ ବଡ଼ ପ୍ରସ୍ତୁତି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ସରିଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରି ଖୁଣ୍ଟ ମହଜୁଦ କରି ରଖାଯାଇଛି । ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ସେଥିପାଇଁ ବାତ୍ୟା ପରେ ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାନା ସମୟରେ ୭ ଦିନ ଭିତରେ କ୍ଷତିପୂରଣ ଦିଆଯାଇଥିଲା । ଏବେ ମଧ୍ୟ ସେହି ତତ୍ପରତା କାର୍ଯ୍ୟକାରୀ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/28/heavy-rain-2025-10-28-15-37-45.jpg)