ବାତ୍ୟା ମୋନ୍ଥା: ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ, ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ

ଆଜି ବାତ୍ୟା ମୋନ୍ଥା ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଓଡ଼ିଶା, ଆନ୍ଧ୍ର ଓ ତେଲେଙ୍ଗାନାରେ ବ୍ୟାପକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତିନି ରାଜ୍ୟରେ ବିଶେଷ ଦୃଷ୍ଟି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

Ashwini Vaishnaw

କନକ ବ୍ୟୁରୋ: ଉପକୂଳର ନିକଟତର ହେଉଛି ବାତ୍ୟା ମୋନ୍ଥା । ଚାରିଆଡ଼େ ଢାଙ୍କି ରଖିଛି କଳାବାଦଲ । ଟୁଇନ ସିଟି ସମେତେ ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ବାତ୍ୟା ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି । ବାତ୍ୟାରେ ଶୂନ୍ୟ ମୃତାହତ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାରି ଭିତରେ ଆଜି ବାତ୍ୟା ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଓଡ଼ିଶା, ଆନ୍ଧ୍ର ଓ ତେଲେଙ୍ଗାନାରେ ବ୍ୟାପକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତିନି ରାଜ୍ୟରେ ବିଶେଷ ଦୃଷ୍ଟି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଯାତ୍ରୀଙ୍କ ଅସୁବିଧା ଦୂର କରିବା ପାଇଁ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦିଆଯାଇଛି ।  

ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିିଥିଲା ସମୀକ୍ଷା ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଉପସ୍ଥିତ ରହିଥିଲେ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପଞ୍ଚାୟତିରାଜ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଥିଲେ । 

ଏହା ବି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ; ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ କରାଯିବ ବିଦ୍ୟୁତ୍ ସଂଯୋଗ

ବାତ୍ୟା ମୋନ୍ଥାରେ ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ରହିବ । ଯେଉଁଥିପାଇଁ ୨ ହଜାର ୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି । ୧ ହଜାର ୮୭୧ ଜଣ ଗର୍ଭବତୀ ହୋଇଛନ୍ତି ସ୍ଥାନାନ୍ତର । ଆଗକୁ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର । ବିଦ୍ୟୁତ ଓ ପାଣି ପାଇଁ ୩୯ ଟି ଓଡ୍ରାଫ୍‌, ୧୨୩ ଟି ଅଗ୍ନିଶମ, ୫ ଟି NDRF ମୁତୟନ ରହିବେ । ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି, ଦେଓମାଳୀକୁ ନ ଯିବା ପାଇଁ ସୂଚନା ଦିଆଯାଇଛି । ୩୦ ଯାଏଁ ବନ୍ଦ ଥିବା ବେଳେ ଆବଶ୍ୟକ ହେଲେ ଛୁଟି ବଢ଼ାଇବାକୁ ସରକାରଙ୍କ ଯୋଜନା ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥିବା ଡାକ୍ତର ନିୟୋଜିତ ହୋଇଛନ୍ତି । ପମ୍ପ ସେଟ୍, ଜେନେରେଟ୍, ରନ୍ଧା ଖାଦ୍ୟ, ଗୋରୁ ଗାଈଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି କାହାର ଅନୁମତି ନେବାକୁ ପଡ଼ିବ ନାହିଁ । ଏବେ ବି ସ୍ଥାନାନ୍ତରିତ କାର୍ଯ୍ୟ ଚାଲିଛି ।  

ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ଏହାର ପ୍ରଭାବ ରହିବ । ଯେଉଁ କାରଣରୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାରେ ପ୍ରଭାବିତ ହେବା ଜିଲ୍ଲା ମଧ୍ୟରେ ରହିଛି ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ । ପ୍ରଥମ ଓ ଦ୍ବିତୀୟ ଦିନରେ ୫ ଜିଲ୍ଲା ପ୍ରଭାବିତ ହେବା ନେଇ ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe