ବର୍ଷ ଶେଷରେ ସରିବ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିବ ନା ଆଉ କାହାକୁ ମିଳିବ ଦାୟିତ୍ୱ ?

୨୦୨୫ ବିଦାୟ ନେବା ସହ ସରିବ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମନୋଜଙ୍କ ନିଯୁକ୍ତି ବେଶ ଚର୍ଚ୍ଚାରେ ଥିଲା। ଗତ ଡିସେମ୍ବରରେ ମନୋଜଙ୍କ କାର୍ଯ୍ୟକାଳ ସରୁଥିଲେ ମଧ୍ୟ ଏହାକୁ ବର୍ଷେ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

manoj

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରିବ। ମନୋଜଙ୍କ ପରେ ଏହି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୪ ଜଣଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ମୋହନଙ୍କ ଭରସା କିଏ ଜିତୁଛି ତା ଉପରେ ରହିବ ନଜର । 

ବିଧାନସଭା ଅଧିବେଶନ ପୂର୍ବର ରାଜ୍ୟସରକାରଙ୍କ ବଡ଼ ନିଷ୍ପତ୍ତି, କ୍ୟାବିନେଟ୍ ବୈଠକରେ ୧୨ ଟି ପ୍ରସ୍ତାବ ଉପରେ ବାଜିଲା ମୋହର

୨୦୨୫ ବିଦାୟ ନେବା ସହ ସରିବ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମନୋଜଙ୍କ ନିଯୁକ୍ତି ବେଶ ଚର୍ଚ୍ଚାରେ ଥିଲା। ଗତ ଡିସେମ୍ବରରେ ମନୋଜଙ୍କ କାର୍ଯ୍ୟକାଳ ସରୁଥିଲେ ମଧ୍ୟ ଏହାକୁ ବର୍ଷେ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏବେ ପୁଣିଥରେ ମନୋଜଙ୍କ କାର୍ଯ୍ୟକାଳ  ଅବଧି ବଢିବ ନା ନୂଆବର୍ଷରେ ବାବୁଙ୍କ ନୂଆ ମୁଖିଆ ଚୟନ ହେବେ? ପ୍ରଶାସନର ସର୍ବୋଚ୍ଚ ପଦବୀରେ ବସିବ କିଏ? ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।  

ସ୍କୁଲ ପିଲାଙ୍କୁ ଧାର୍ଯ୍ୟ ସମୟରେ ୟୁନିଫର୍ମ ନମିଳିବା ପ୍ରସଙ୍ଗ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ପ୍ରଶାସନ

ମୁଖ୍ୟ ଶାସନ ସଚିବ ନିଯୁକ୍ତି ରେସରେ ଅଛନ୍ତି ଅନେକ ଅଭିଜ୍ଞ ଆଇଏଏସ । ତେବେ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଅଧିକ। ୧୯୯୦ ବ୍ୟାଚ୍ ଆଇଏଏସ୍‌ ସଞ୍ଜୀବ ଚୋପ୍ରା ଓ ଗୁଡେ ଶ୍ରୀନିବାସ, ୧୯୯୧ ବ୍ୟାଚ୍ ଆଇଏଏସ୍‌ ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁ । ସଞ୍ଜୀବ ଚୋପ୍ରା ଓ ଗୁଡେ ଶ୍ରୀନିବାସ ଏବେ କେନ୍ଦ୍ରୀୟ ଡେପୁଟେସନରେ ବଡ ଦାୟିତ୍ବରେ ରହିଛନ୍ତି । ସେହିଭଳି ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁ ରାଜ୍ୟ ପ୍ରଶାସନରେ ଗୁରୁ ଦାୟିତ୍ବ ତୁଲାଉଛନ୍ତି । ମୁଖ୍ୟ ଶାସନ ସଚିବ ନିଯୁକ୍ତି ବେଳେ ଅଭିଜ୍ଞତା ଓ କାର୍ୟ୍ୟଦକ୍ଷତାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି ସରକାର। ଏହାସହ ମୋହନ ସରକାରଙ୍କ ବିଶ୍ବାସ ଜିଣିଥିବା ଅଧିକାରୀ ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି ।

ମାଟିରେ ମିଶିଲା ଅଧା ବସ୍ତି: ଭୁବନେଶ୍ବର ସାଲିଆ ସାହିରେ ଉଚ୍ଛେଦ ପରେ ଭିଟାମାଟି ଅଭିମୁଖେ ଅଯୋଗ୍ୟ ହିତାଧିକାରୀ

ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ପାଇଁ ୬ ଜଣିଆ ସମ୍ଭାବ୍ୟ ତାଲିକା କେନ୍ଦ୍ରକୁ ପଠାଇଥାଏ ରାଜ୍ୟ । ତର୍ଜମା କରି ୩ ଜଣଙ୍କ ନାଁ କେନ୍ଦ୍ର ସୁପାରିସ କରିଥାଏ । ଯେଉଁମାନଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ମାରିବେ ମୁଖ୍ୟମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe