କନକ ବ୍ୟୁରୋ: ୬ଦିନ ପରେ ବସିବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ବସିବା ପୂର୍ବରୁ ମୋହନଙ୍କ କ୍ୟାବିନେଟ ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବରେ ବାଜିଛି ମୋହର। ଯାହା ବିକଶିତ ଓଡ଼ିଶା ସ୍ବପ୍ନକୁ ସାକାର କରିବାକୁ ଆଉ ପାଦେ ଆଗକୁ ବଢିବାକୁ ସରକାରଙ୍କୁ ବଳ ଦେଇଛି । 

Advertisment

ରାଜ୍ୟ କ୍ୟାବିନେଟ ବୈଠକରେ ଲଘୁ ଖଣିକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଟିମ୍ ମୋହନ । ଲଘୁ ଖଣିଜ ନିଲାମୀ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ସହ ଚୋରାଚାଲାଣରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କମର କସିଛନ୍ତି ସରକାର । ପୂର୍ବଭଳି ଲଘୁ ଖଣି ନିଲାମୀ ହେବନି ବରଂ ଇ-ଲଟେରୀ ଜରିଆରେ ମିଳି ବ। ନିଲାମୀ ଦର ଅଧିକ ଥିବାରୁ ବିକ୍ରି ବେଳେ ଏହାର ବୋଝ ଉଠାଉଥିଲେ ଲୋକେ । ଆଗକୁ ମନଇଚ୍ଛା ଦରରେ ଲଘୁ ଖଣିଜ ବିକ୍ରି କରିପାରିବେନି ଲିଜଧାରୀ। ସରକାର ଏବେ ଲଘୁ ଖଣିଧାରୀଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଛନ୍ତି । 

ଯଶୀପୁରରୁ ଜାପାନ, ପଛୁଆ ଅଞ୍ଚଳର ସଫଳ ମଣିଷ

  • ଲଘୁ ଖଣିଧାରୀଙ୍କ ପାଇଁ ଲକ୍ଷ୍ମଣରେଖା 
  • ଲଘୁ ଖଣିଜର ଦର ଧାର୍ୟ୍ୟ କରିବେ ସରକାର 
  • ଜିଲ୍ଲାରେ ସର୍ବାଧିକ ୩ଟି ଓ ରାଜ୍ୟରେ ୫ଟି ଲଘୁଖଣିର ମାଲିକାନା ମିଳିପାରିବ
  • ଲଟେରୀରେ ମିଳିଥିବା ଲଘୁଖଣି ଅନ୍ୟ କାହାକୁ ଦେଇପାରିବେନି ଲିଜଧାରୀ
  • ଅନ୍ୟ କାହାକୁ ଦେଇଥିଲେ କଳାତାଲିକାଭୁକ୍ତ ହେବେ ଲିଜଧାରୀ 

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା ପୁରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା। ପରୀକ୍ଷା କରୁଥିବା ବୋର୍ଡର ସ୍ବଚ୍ଛତା ଉପରେ ଏହି କେଳେଙ୍କାରୀ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ୟୁନିଫର୍ମ ସେବା ପରୀକ୍ଷାକୁ ସୁବ୍ୟବସ୍ଥିତ ଓ ସ୍ବଚ୍ଛତାର ସହ କରିବାକୁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଗଠନ ପାଇଁ ମୋହର ମାରିଛନ୍ତି ମୋହନ ସରକାର । 

ସ୍କୁଲ ପିଲାଙ୍କୁ ଧାର୍ଯ୍ୟ ସମୟରେ ୟୁନିଫର୍ମ ନମିଳିବା ପ୍ରସଙ୍ଗ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ପ୍ରଶାସନ

ଏହାବ୍ୟତୀତ ଯୁବବର୍ଗଙ୍କୁ ସ୍ବାବଲମ୍ବୀ ଓ କୁଶଳୀ କରିବାକୁ ୫ଟି ବିଶ୍ବ ସାମର୍ଥ୍ୟ କେନ୍ଦ୍ର କରିବେ ସରକାର। ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।