କନକ ବ୍ୟୁରୋ : ସ୍କୁଲ୍ ପିଲାଙ୍କୁ ୟୁନିଫର୍ମ ନମିଳିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌କୁ ଆସିଛି ପ୍ରଶାସନ । ଜୋରସୋରରେ ଚାଲିଛି ପୋଷାକ ବଣ୍ଟନ । ତଥାପି ୫୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇପାରିନି । ଅନ୍ୟପଟେ କଣ ପାଇଁ ଏ ସ୍ଥିତି ଉପୁଜିଲା ତାର ଗୁମର ଖୋଲିଛନ୍ତି ଭେଣ୍ଡର । 

Advertisment

ଯଶୀପୁରରୁ ଜାପାନ, ପଛୁଆ ଅଞ୍ଚଳର ସଫଳ ମଣିଷ

ବାଲେଶ୍ବରକୁ ୟୁନିଫର୍ମ ପାଇଁ ଆସିଥିଲା ୧୩ କୋଟିରୁ ଅଧିକ ଟଙ୍କା । ଟେଣ୍ଡର ମଧ୍ୟ ଅନେକ ଦିନରୁ ହେଲାଣି । କିନ୍ତୁ ଶିକ୍ଷା ବର୍ଷ ସରିବାକୁ ବସିଥିବା ବେଳେ ବଣ୍ଟାଯାଇନଥିଲା ଡ୍ରେସ୍ । କନକ ନ୍ୟୁଜରେ ଖବର ବାଜିବା ପରେ ଆକ୍ସନ ମୋଡ୍‌କୁ ଆସିଛି ଜିଲ୍ଲା ଶିକ୍ଷା ବିଭାଗ। ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେସ୍ ବଣ୍ଟା ଚାଲିଛି । ତଥାପି ପୋଷାକ ବଣ୍ଟନ ପାଇଁ ଆସିଥିବା ଅର୍ଥର ୫୦ ପ୍ରତିଶତ ବି ଖର୍ଚ୍ଚ ହୋଇପାରିନି । 

ଡରାଉଛି ମାଥିଲିର ଗୁମ୍ମା ଜଳପ୍ରପାତ, ୨ ବର୍ଷରେ ଗଲାଣି ୪ ଜୀବନ, ଜଳପ୍ରପାତରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି

 ଏପଟେ ଭେଣ୍ଡରଙ୍କ କହିବା କଥା ସମୟ କମ୍ ଦିଆଯାଇଛି । ୫ ଶହ ଟଙ୍କାରେ ଦୁଇଟି ଡ୍ରେସ୍, ତା ସାଙ୍ଗକୁ ସବୁଠି ତ ଟଙ୍କା ମାଗୁଛନ୍ତି, କାମ କେମିତି କରିବୁ । ଅନ୍ୟପଟେ ଡ୍ରେସ୍ ବଣ୍ଟନରେ ବିଳମ୍ବର କାରଣ ଖୋଜିବାକୁ ପ୍ରଶାସନ ତଦନ୍ତ କରିବ ବୋଲି ଏଡିଏମ୍‌ କହିଛନ୍ତି ।