କନକ ବ୍ୟୁରୋ : ମାଟିରେ ମିଶିଲା ଅଧା ବସ୍ତି । ଭିଟାମାଟି ଅଭିମୁଖେ ଅନେକ ଲୋକ । ବର୍ଷ ବର୍ଷ ଧରି ଭୁବନେଶ୍ବର ସାଲିଆ ସାହିରେ ପରିବାର ଧରି ରହୁଥିଲେ । ହେଲେ ଏବେ ବାସହରା ପରେ ବହାରିଛନ୍ତି ନିଜ ଗାଁକୁ ।

Advertisment

ଯଶୀପୁରରୁ ଜାପାନ, ପଛୁଆ ଅଞ୍ଚଳର ସଫଳ ମଣିଷ

ଆଖିରେ ଲୁହ, ମନରେ କୋହ । ମାଟିରେ ମିଶିଲା ଅଧା ବସ୍ତି । ଭୁବନେଶ୍ବର ସଲିଆ ସାହି ଉଛେଦ ପରେ ଅନେକ ପରିବାର ଏବେ ବାସହରା । ଆବାସ ଯୋଜନାରେ ଘର ପାଇବାକୁ ବି ଏମାନେ ଯୋଗ୍ୟ ନୁହଁନ୍ତି । ତେଣୁ ଜିନିଷପତ୍ର ଧରି ନିଜ ଗାଁକୁ ବାହାରିଛନ୍ତି । ଏପଟେ ଉଛେଦ ପରେ ଡ୍ରେନ୍‌ ନିର୍ମାଣ କାମ ଆରମ୍ଭ ହୋଇଛି । ଉଛେଦ ଜାଗାକୁ ଯେପରି ପୁଣି ଜବରଦଖଲ ନ ହୁଏ ସେନେଇ ତାର ବାଡ଼ ଲଗାଇ ଜଗିବ ପ୍ରଶାସନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ପଡ଼ିଆ ଚାରିପଟେ ଖୁଣ୍ଟ ପୋତି ନାଲି ପତାକା ଲଗାଯାଇଛି । ଉଛେଦ ହୋଇଥିବା ୫ ଶହ ପରିବାର ପାଇଁ ଆଜିଠୁ ରାସନ ସାମଗ୍ରୀ ଏବଂ ୩ ବେଳା ମାଗଣା ଖାଇବାକୁ ଦିଆଯାଉଛି । ଆବଶ୍ୟକ ପଡ଼ିଲେ ଅଧିକ ଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କମିସନର କହିଛନ୍ତି ।

ସେପଟେ ଉଛେଦ ପରେ ଏବେ ବଳି ପଡ଼ିବ ଗଛ । ରାସ୍ତା ସମ୍ପ୍ରସାରଣ ପାଇଁ ସଲିଆ ସାହି ଭିତରେ ଥିବା ପ୍ରାୟ ୨ ଶହ ଗଛ କଟାଯିବ। ଏନେଇ ଗଛଗୁଡିକୁ ନମ୍ବରିଂ କରାଯାଇଛି । ଜଙ୍ଗଲ ବିଭାଗ ପକ୍ଷରୁ ଗଛର ଗୋଲେଇ ଓ ଉଚ୍ଚତା ମପାଯାଇଛି । ପୂର୍ବ ତାଲିକା ଓ ସର୍ଭେ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଇଛି । ଆସନ୍ତା ମାସେ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଫ୍ଲାଟ୍‌ ଦିଆଯିବ ବୋଲି ବିଏମସି କହିଛି ।