ରାଜଧାନୀରେ ବଢ଼ିଚାଲିଛି ଅପରାଧ, ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛନ୍ତି ଅପରାଧୀ

Advertisment

 ବିଗତ କିଛି ଦିନ ହେଲା ଅନେକ ମୃତଦେହ ମିଳୁଥିଲେ ବି ମୃତଦେହର ପରିଚୟ ମିଳିପାରୁନି ଓ ତଥ୍ୟ ଅନୁଯାୟୀ, ବିଗତ ୧୦ ବର୍ଷରେ ଟ୍ବିନ୍‌ସିଟିରେ ୨୭୫ରୁ ଅଧିକ ମୃତଦେହର ପରିଚୟ ମିଳିନି । କିଛିଦିନ ତଳେ ମଞ୍ଚେଶ୍ୱରରୁ ମିଳିଥିବା ମୃତଦେହର ପୋଷ୍ଟର ଲାଗିଥିଲେ ବି ଏଯାଏଁ ମିଳିନି କୌଣସି ସୁଫଳ । ଏପଟେ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଯାହାକୁ ନେଇ କମିସନେରେଟ ପୁଲିସର କାର୍ଯ୍ୟକଳାପକୁ  ନେଇ ଉଠିଛି ପ୍ରଶ୍ନ ।

bhubaneswar

କନକ ବ୍ୟୁରୋ : ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ। ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇ ଶେଷରେ ପୋଷ୍ଟର ଭରସାରେ ବସୁଛି କମିସନେରେଟ ପୁଲିସ । ଖୋଜି ଆଣିଲେ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ପୋଷ୍ଟର ଲାଗୁଥିବା ବେଳେ ଏବେ ଲୋକଙ୍କ ମନରୁ ପୁଲିସକୁ ନେଇ ବିଶ୍ୱାସ କମିବାରେ ଲାଗିଛି । 

ଅଧିକ ପଢ଼ନ୍ତୁ :ଆବର୍ଜନାରୁ ପ୍ରସ୍ତୁତ ହେବ ଶକ୍ତି ଓ ଚାର୍‌କୋଲ : ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ପଳାଶୁଣିରେ ପ୍ରତିଷ୍ଠା ହେବ ପ୍ଲାଣ୍ଟ

କେଉଁଠି ନାବଳିକାଙ୍କ ସହ ଦୁଷ୍କର୍ମ ତ ଆଉ କେଉଁଠି ନିଖୋଜ ନାବାଳିକାଙ୍କୁ ଖୋଜିନପାରି ଶେଷରେ ପୋଷ୍ଟର ଭରସାରେ କମିସନେରେଟ ପୁଲିସ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନି । ଏପଟେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳର ନାବାଳିକାଙ୍କୁ ଖୋଜିବାକୁ ପୋଷ୍ଟର ମାରିବାରେ ବ୍ୟସ୍ତ ପୁଲିସ । ଅମର ବେହେରା ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ନେଇ ପୋଷ୍ଟରରେ ଦର୍ଶାଯାଇଛି। ନିଖୋଜ ନାବାଳିକା ଏବଂ ଅପହରଣକାରୀଙ୍କ ବାବଦରେ ଖବର ଦେଲେ ମିଳିବ ୨୫ ହଜାର ଟଙ୍କା । 

ଅଧିକ ପଢ଼ନ୍ତୁ :କଟକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ୪ଦିନ ହେଲା ଉଠୁନି ଅଳିଆ , ଏପଟେ ଭୁବନେଶ୍ୱର ସଫେଇ କର୍ମଚାରୀଙ୍କ ଚେତାବନୀ

 ବିଗତ କିଛି ଦିନ ହେଲା ଅନେକ ମୃତଦେହ ମିଳୁଥିଲେ ବି ମୃତଦେହର ପରିଚୟ ମିଳିପାରୁନି ଓ ତଥ୍ୟ ଅନୁଯାୟୀ, ବିଗତ ୧୦ ବର୍ଷରେ ଟ୍ବିନ୍‌ସିଟିରେ ୨୭୫ରୁ ଅଧିକ ମୃତଦେହର ପରିଚୟ ମିଳିନି । କିଛିଦିନ ତଳେ ମଞ୍ଚେଶ୍ୱରରୁ ମିଳିଥିବା ମୃତଦେହର ପୋଷ୍ଟର ଲାଗିଥିଲେ ବି ଏଯାଏଁ ମିଳିନି କୌଣସି ସୁଫଳ । ଏପଟେ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଯାହାକୁ ନେଇ କମିସନେରେଟ ପୁଲିସର କାର୍ଯ୍ୟକଳାପକୁ  ନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ :ଖୋଲୁଛି ବାଂଲାଦେଶୀ ଯୁବତୀ ଚାଲାଣର ଚେର: ଆମିର ଅଲ୍ଲୀ ଶେଖକୁ ଘାଣ୍ଟୁଛି ଭୁବନେଶ୍ୱର ଏନଆଇଏ ଟିମ୍

ଅନେକ ସମୟରେ ନିଖୋଜ ଅପରାଧୀଙ୍କୁ ଖୋଜିବାରେ ଫେଲ୍‌ ମାରୁଛି ପୁଲିସ। ତେଣୁ  ଆପରାଧିକ  ମାମଲା ବି ବଢୁଛି । ତା ସହିତ ଅପରାଧୀଙ୍କ ମନରେ ଭୟ କମୁଛି । ତେଣୁ ପ୍ରଶ୍ନ ଉଠୁଛି, ମାଳମାଳ ସିସିଟିଭି ଥାଇ କେମିତି ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe