କନକବ୍ୟୁରୋ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହରର ଆବର୍ଜନା ସମସ୍ୟା ସମାଧାନ ଲାଗି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଜିଲ୍ଲାପାଳ ସମେତ କଟକ ସାଂସଦ ଭତୃହରି ମହତାବ, କଟକ ମେୟର, କଟକ କମିଶନର, ଡିସିପି, ଅନ୍ୟ ବିଭାଗୀୟ ଅଧିକାରୀ ବାରଙ୍ଗ ଜୋନ ଜିଲ୍ଲାପରିଷଦ ସଦସ୍ୟ ଏବଂ ମୁଣ୍ଡୁଳି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସାମିଲ ହୋଇଥିଲେ ।   

Advertisment

ଆସନ୍ତାକାଲି ସିଏମସି ଟିମ୍ ସେଠାକୁ ଗସ୍ତ କରିବ। ଆବର୍ଜନା ପଡ଼ୁଥିବା ଚକ୍ରଧରପୁରର ଉନ୍ନତିମୂଳକ କାମ ଯାହା ସିଏମସି କରିବାକୁ କହିଥିଲା  ତାହା କରିବ ବୋଲି ଭରସା ଦେଲେ ପରବର୍ତ୍ତୀ ନିଷ୍ପତି କରାଯିବ ।  ଆବର୍ଜନା ଚାରିପଟେ ୱାଲ୍ ନିର୍ମାଣ, ରାସ୍ତା ନିର୍ମାଣ, ଲାଇଟ୍, ପଞ୍ଚାୟତରେ ଉନ୍ନତି ମୂଳକ କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।  ସାଂସଦ ଭତୃହରି ମହତାବ କହିଲେ ଆଲୋଚନ ହୋଇଛି,  ଆଗାମୀ ଦିନରେ ପ୍ରତିଶ୍ରୁତି ମୁତାବକ କାମ ପୁରଣ କରିବ ସିଏମସି ।  ସେପଟେ ସକାଳେ ଝାଡୁ ମାରିଲେ । ଆଉ ନିଜ ଦାୟିତ୍ୱ ସାରିବା ବିଏମସି କାର୍ଯ୍ୟାଳୟ ବାହାରେ ଏକାଠି ହେଲେ ସଫେଇ କର୍ମଚାରୀ।  ୪ ଦଫା ଦାବି ନେଇ ବିଏମସି ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସଫେଇ କର୍ମଚାରୀ ।  

ଦରମା ବୃଦ୍ଧି ସହ ବୋନସ ଦାବି କରିଛନ୍ତି ସଫେଇ କର୍ମଚାରୀ।  ଏହାସହ ସଫେଇ ସମୟରେ ସୁରକ୍ଷା ଉପକରଣ ଏବଂ ଇପିଏଫ ଓ ଇଏସଏଆଇ କାର୍ଡ ଦାବି କରିଛନ୍ତି ।  ଆସନ୍ତାକାଲି ଠାରୁ ଝାଡୁ ଛାଡ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ବିଏମସି ଅଧିକାରୀ ସଫେଇ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି। ୩ ଦିନ ମଧ୍ୟରେ ବୋନସ ଦେବା ସହ ଏକମାସ ମଧ୍ୟରେ ଅନ୍ୟ ଦାବି ପୂରଣ କରାଯିବ ବୋଲି ବିଏମସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।  ୩ ଦିନ ମଧ୍ୟରେ ବୋନସ ନମିଳିଲେ ଭୁବନେଶ୍ୱରର ପ୍ରତି ଓ୍ବାର୍ଡରୁ ଆଉ ଅଳିଆ ଉଠାଇବେ ନାହିଁ ବୋଲି ସଂଘ ଚେତାବନୀ କହିଛି।