କନକ ବ୍ୟୁରୋ: ଖୋଲୁଛି ବାଂଲାଦେଶୀ ଯୁବତୀ ଚାଲାଣର ଚେର । ଆମିର ଅଲ୍ଲୀ ଶେଖକୁ ଘାଣ୍ଟୁଛି ଭୁବନେଶ୍ୱର ଏନଆଇଏ ଟିମ୍ । ଓଡିଶାକୁ ବାଂଲାଦେଶୀ ଯୁବତୀ ଚାଲାଣ ମାମଲାରେ ଘାଣ୍ଟୁଛନ୍ତି ଭୁବନେଶ୍ୱର ଏନଆଇଏ ଅଧିକାରୀ । କଟକ ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ନୂଆ ଅପଡେଟ ସାମ୍ନାକୁ ଆସିଛି । ଭୁବନେଶ୍ୱର ଏନଆଇଏ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଭୁବନେଶ୍ୱର ଏନଆଇଏ ଟିମ୍ କୋଲକାତା ଯାଇ ଅତର୍କିତ ଚଢ଼ାଉ କରୁଛି । ଚଢ଼ାଉ କରି ଡିଜିଟାଲ ଡିଭାଇସ ସହିତ ବହୁ ଦସ୍ତାବିଜ, ନଗଦ ଟଙ୍କା ଏବଂ ଅନେକ ଗୁଡ଼ିଏ ପ୍ରମାଣ ପାଇଛି ଏନଆଇଏ ଟିମ । ଆଜି ସକାଳୁ ପ୍ରାୟ ୫ଟି ଠିକଣାରେ ଚଢ଼ାଉ ଜାରି ରଖିଛି ଭୁବନେଶ୍ୱରର ଏନଆଇଏ ଟିମ । କୋଲକାତା ଏସଟିଏଫ ଟିମ ମଧ୍ୟ ଘଟଣାସ୍ଥଳରେ ରହିଛି । କୋଲକତା ବୋନଗାଁଓରେ ଥିବା ଆମୀର ଅଲ୍ଲି ଶେଖ ଘରେ ଚାଲିଛି ରେଡ୍ । ବର୍ଡ଼ର ଅଞ୍ଚଳରେ ଆମିର ମୁଦ୍ରା ବିନିମୟ କରୁଥିବାରୁ, ତାଙ୍କୁ ତଦନ୍ତ ଘେରକୁ ନେଇଛି ତଦନ୍ତକାରୀ ସଂସ୍ଥା । ଗତବର୍ଷ ନଭେମ୍ବର ୯ ତାରିଖରେ କଟକ ମଧୁପାଟଣାରେ ପେଟ୍ରୋଲିଂ ଚାଲୁଥିବା ବେଳେ ଜଣେ ନାବାଳିକା ବାଂଲାଦେଶୀଙ୍କୁ ଉଦ୍ଧାର କରାଯାଇଥିଲା । ଚାକିରି ନାଁରେ ଦେହ ବେପାରରେ ଲଗାଇବାକୁ ବାଧ୍ୟ କରିଥିଲେ ଦଲାଲ । ୫ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ । ଏଵେ ଏହି ଘଟଣାରେ ଏନଆଇଏ ଅଧିକାରୀ ଖୋଳତାଡ଼ କରୁଛନ୍ତି ।
ଖୋଲୁଛି ବାଂଲାଦେଶୀ ଯୁବତୀ ଚାଲାଣର ଚେର: ଆମିର ଅଲ୍ଲୀ ଶେଖକୁ ଘାଣ୍ଟୁଛି ଭୁବନେଶ୍ୱର ଏନଆଇଏ ଟିମ୍
କଟକ ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ନୂଆ ଅପଡେଟ ସାମ୍ନାକୁ ଆସିଛି । ଭୁବନେଶ୍ୱର ଏନଆଇଏ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଭୁବନେଶ୍ୱର ଏନଆଇଏ ଟିମ୍ କୋଲକାତା ଯାଇ ଅତର୍କିତ ଚଢ଼ାଉ କରୁଛି ।
/kanak/media/media_files/2025/09/20/13-2025-09-20-17-26-33.jpg)