କନକ ବ୍ୟୁରୋ :ନୂଆପଡାରେ ରବିବାର ସରିବ ପ୍ରଚାର । ପ୍ରଚାରକୁ ଆଉ ୪ ଦିନଥିବାବେଳେ  ମୈଦାନକୁ ଓହ୍ଲାଇବେ ରଥୀ ମହାରଥୀ । ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଓ ବିଷ୍ଣୁଦେବ ସାଏ  କାଲି ନୂଆପଡାରେ ଧୂଆଁଧାର ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ପୂର୍ବାହ୍ନ ୧୧ଟା ୩୦ରେ କୋମନାରେ ରୋଡ୍ ସୋ’ କରି ସାଧାରଣ ସଭାରେ ଯୋଗଦେବେ । ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବି ନୂଆପଡା ପ୍ରଚାରକୁ ଓହ୍ଲାଇବେ ।    

Advertisment

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା,  ଶଙ୍କର ପୃଷ୍ଟିକୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାଗ

ନୂଆପଡାରେ ବିଜେପି ଓ କଂଗ୍ରେସକୁ ଟକ୍କର ଦେବାକୁ ବିଜେଡି ବି ଜୋରସୋରରେ ପ୍ରଚାର ଚଳାଇଛି । ୭ ତାରିଖରେ ପୁଣି ନୂଆପଡା ଦଳୀୟ ସମାବେଶ ସହ ବସରେ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  ଏ ନେଇ ସେ ଭିଡିଓ ବାର୍ତ୍ତା ବି ଜାରି କରିଛନ୍ତି । ନୂଆପଡା ଓ ଖରିଆର ରୋଡରେ ସମାବେଶ ସହ ବସରେ ବୁଲି ପ୍ରଚାର କରିବେ । ୩ ତାରିଖରେ ନୂଆପଡା ଯାଇ ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା । 

ଦୁର୍ନୀତିରେ ଉବୁଟୁବୁ ଜୟପୁର ସହର, ୧୦ ମାସରେ ଧରାପଡ଼ିଲେଣି ୫୬ ଜଣ ସରକାରୀ ବାବୁ, ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରିବାକୁ ଏକାଠି ହେଲେ ସଚେତନ ନାଗରିକ

ମୋହନ, ନବୀନଙ୍କ ପରେ ୮ ତାରିଖରେ କଂଗ୍ରେସ ବି ଏକ ସମାବେଶ କରିବ ବୋଲି ଜଣାପଡିଛି । ଏଥିରେ ଛତିଶଗଡର କିଛି ବଡ଼ କଂଗ୍ରେସ ନେତା ସାମିଲ ହେବା ସମ୍ଭାବନା ରହିଛି । ବିଜେପି, ବିଜେଡି ଓ କଂଗ୍ରେସର ନୂଆପଡାରେ କିଛି ପକେଟ ଭୋଟ ଥିବାରୁ ଅନ୍ୟ ଭୋଟ ହାତେଇବା ପାଇଁ ୩ ଦଳ ପ୍ରାଣ ମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି ।