କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର । ଆଜି ବିଜେପି ସୁଭଦ୍ରା ଶକ୍ତି ସମାବେଶ କରି ପତିଆରା ଦେଖାଇଛି । ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ଜୟଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଜିତିରେ ଜିଲ୍ଲାରେ ବିକାଶ ଘରେ ଘରେ ପହଞ୍ଚିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ସିଲଦାରେ ମହିଳା ସମାବେଶ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ, ଘାସିରାମଙ୍କ ପାଇଁ ଭୋଟ ମାଗିଛନ୍ତି । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନାରେ ସ୍ବତନ୍ତ୍ର ରଣନୀତି ସହ ପ୍ରଚାର କରିଛନ୍ତି । 

Advertisment

ନୂଆପଡ଼ା ଜିତିବାକୁ ବିଜେପିର ବଡ଼ ପ୍ଲାନ୍: ୮ ଜୋନ୍ ଜଗିବେ ୮ ମନ୍ତ୍ରୀ
 ଉପ ନିର୍ବାଚନ ପରିପେକ୍ଷିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ  ନୂଆପଡା ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି  । ମାଓ ଅଞ୍ଚଳ ବି ପରିଦର୍ଶନ କରିଛନ୍ତି । ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡ ଓ ଓଡ଼ିଶା ସୀମା କୁ ସିଲ କରିଥିବା ପ୍ରକାଶ କରିଛନ୍ତି ।  ଆଗକୁ ୩ ଦଳର ହେଭିୱେଟ ପ୍ରଚାରରେ ସାମିଲ ହେବେ । ଏହାପରେ ପ୍ରଚାର ଆହୁରି ଜମିବ । ତେବେ ସ୍ବାଧୀନ ବିଧାୟକ ନିର୍ଣ୍ଣାୟକ ହେବେ ।