କନକ ବ୍ୟୁରୋ : କାହା ହାତରେ ପ୍ଲା କାର୍ଡ ତ’ ଆଉ କାହା ପାଟିରେ ଦୁର୍ନୀତି ବିରୋଧୀ ନାରା। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରିବା, ସଚ୍ଚୋଟ ବ୍ୟକ୍ତିଙ୍କୁ ସମ୍ମାନ ଦେବା । ଲୋକଙ୍କ ସ୍ଲୋଗାନରେ କମ୍ପୁଛି ଜୟପୁର ସହର । ଛୋଟ ଠାରୁ ବଡ଼ ସରକାରୀ ଠାରୁ ବେସରକାରୀ ସମସ୍ତେ ଦୁର୍ନୀତି ବିରୋଧରେ ସଚେତନ। ଦୁର୍ନୀତିରେ ବୁଡ଼ି ରହିଥିବା ଜୟପୁରକୁ ଉଦ୍ଧାର କରିବା ପାଇଁ ଏହି ରାଲି ।
ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା, ଶଙ୍କର ପୃଷ୍ଟିକୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାଗ
ସରକାରୀ ଯୋଜନାର ଲାଭ ଉଠାଉଛନ୍ତି ଦାୟିତ୍ବରେ ଥିବା ବାବୁ। ଏକଥା ଜୟପୁର ଭିଜିଲାନ୍ସ ଦେଇଥିବା ତାଲିକା କହୁଛି । ଗତ ୧୦ ମାସରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ୫୬ ଜଣ ଅଧିକାରୀ, ଜବତ ହୋଇଛି ୨୨ କୋଟି ୫୧ ଲକ୍ଷ ଟଙ୍କା, ଆଗକୁ ନଚେତିଲେ ଆହୁରି ବନ୍ଧା ହେବେ । ଏମିତି ଚେତାବନୀ ଦେଇଛନ୍ତି ଜୟପୁର ଭିଜିଲାନ୍ସ ଏସପି।
୬ ଘଣ୍ଟାର ଅପରେସନ୍ ପରେ ପଥର ମଝିରୁ ମହିଳା ଉଦ୍ଧାର, ଉଦ୍ଧାର ପରେ ସମ୍ବଲପୁର ମେଡିକାଲରେ ଭର୍ତ୍ତି
ଗତ ୧୦ ମାସରେ ଜବତ ସମ୍ପତ୍ତିକୁ ବାଦ୍ ଦେଲେ, ଜୟପୁର ସହର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଦୁର୍ନୀତି ଖୋର ବାବୁ ମାନଙ୍କୁ ଚାକିରୀରୁ ସମ୍ପୂର୍ଣ୍ଣ ବିଦାୟ ଦେବା ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ।
ଲାଞ୍ଚ କାରାବାର ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/koraput-2025-11-05-18-58-28.jpg)