କନକ ବ୍ୟୁରୋ: ଶଙ୍କର ପୃଷ୍ଟିକୁ ଜେରା ଏସଆଇ ପରୀକ୍ଷା ଦୁର୍ନୀତିର ମିଳିଛି ନୂଆ ସୁରାଗ । ବିଜୟନଗରମ, ଦୀଘା ମୋଡୁଲ ବ୍ୟତୀତ ଆଉ ତୃତୀୟ ମୋଡୁଲର ସୁରାଗ୍ ପାଇଛି କ୍ରାଇମ ବ୍ରାଞ୍ଚ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଆଶାୟୀଙ୍କୁ ନେଇ ଛତିଶଗଡ଼ ରାୟପୁରକୁ ଯିବାକୁ ଯୋଜନା ରହିଥିଲା । ଶଙ୍କର ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଜେରା ପରେ ସାମନାକୁ ଆସିଛି ରାୟପୁର ମଡ୍ୟୁଲ। ବିଜୟନଗରମ, ଦୀଘା ଭଳି ରାୟପୁରଙ୍କୁ କିଛି ଛାତ୍ରଛାତ୍ରୀଙ୍କୁ ସେଠାରେ ପ୍ରଶ୍ନପତ୍ନ ଉପରେ ବୁଝାଯାଇଥାନ୍ତା ।
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
କିନ୍ତୁ ତା ପୂର୍ବରୁ ଧରାପଡିଯାଇଥିଲା ପୁରା ସିଣ୍ଡିକେଟ । ସେପଟେ ୪ ଦିନ ରିମାଣ୍ଡରେ ଥିବା ଶଙ୍କର ପୃଷ୍ଟି ସିଣ୍ଡିକେଟର ତିନି ଜଣ ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ ଏବଂ ଲେଡୀ ଅଭିଯୁକ୍ତ ସୌମ୍ୟା ପ୍ରିୟଦର୍ଶିନୀ ସାମଲଙ୍କ ରିମାଣ୍ଡ ଆଜି ସରୁଛି । ପଚରାଉଚରା ସରିବା ପରେ ଆଜି ସେମାନଙ୍କୁ ବ୍ରହ୍ମପୁର କୋର୍ଟ ଚାଲାଣ କରାଯିବ। ଗତ କାଲି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ଦିଘା ମୋଡୁଲ କର୍ପତାଦର ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମ୍ ବ୍ରାଞ୍ଚ। ଶଙ୍କର ପୃଷ୍ଟି ଏବଂ ସୁରେଶ ନାୟକ ଭିତରେ ଥିବା ନେକ୍ସସ୍, ଏବଂ ୧୦୦୦ କୋଟି ଡିଲକୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/05/si-exam-2025-11-05-18-24-34.jpg)