ଅଚାନକ ଜଳସମ୍ପଦ କାର୍ଯ୍ୟାଳୟରେ ପହଂଚିଲେ ମୁଖ୍ୟମନ୍ତ୍ରୀ, ଆହୁରି ପାରଦର୍ଶିତାର ସହ କାମ କରିବାକୁ ଦେଲେ ପରାମର୍ଶ

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଜି ଲୋକସେବା ଭବନ ନ ଯାଇ ରାଜୀବ ଭବନ ମୁହାଁ ହୋଇଥିଲା। ଗାଡିରୁ ଓହ୍ଲାଇ ସିଧା ଜଳ ସମ୍ପଦ ବିଭାଗରେ ପହଁଚି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନଫରେନ୍ସ ହଲରେ ମୁଖ୍ୟମନ୍ତ୍ରୀ ପହଁଚିବା ପରେ ଜଳ ସମ୍ପଦ କାର୍ଯ୍ୟାଳୟରେ  ହଲଚଲ ବଢ଼ି ଯାଇଥିଲା।

mohan

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀମାନେ ନିଜ ହାତରେ ଅନେକ ବିଭାଗ ରଖନ୍ତି । ନିଜ କାର୍ଯ୍ୟାଳୟରେ  ବସି ଏସବୁର ତଦାରଖ କରନ୍ତି ।   ଏସବୁ ବିଭାଗକୁ ଯାଇ କର୍ମଚାରୀଙ୍କ ପାଖରେ ବସି ଆଲୋଚନା କରିବାର ନଜିର ଆପାତତଃ ନଥାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ବି ଏମିତି ଧାରା ଚାଲିଥିଲା। ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏ ଧାରା ଭାଙ୍ଗିଛନ୍ତି। ମୋହନଙ୍କ ଏଭଳି ଅଚାନକ ଗସ୍ତ ଅନ୍ୟ ବିଭାଗରେ ମଧ୍ୟ କମ୍ପନ ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଜି ଲୋକସେବା ଭବନ ନ ଯାଇ ରାଜୀବ ଭବନ ମୁହାଁ ହୋଇଥିଲା। ଗାଡିରୁ ଓହ୍ଲାଇ ସିଧା ଜଳ ସମ୍ପଦ ବିଭାଗରେ ପହଁଚି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନଫରେନ୍ସ ହଲରେ ମୁଖ୍ୟମନ୍ତ୍ରୀ ପହଁଚିବା ପରେ ଜଳ ସମ୍ପଦ କାର୍ଯ୍ୟାଳୟରେ  ହଲଚଲ ବଢ଼ି ଯାଇଥିଲା।

ବିଦ୍ୟାଳୟଠୁ ହଷ୍ଟେଲ୍‌ ଦୂରତା ୨କିମି; ୧୬ ବର୍ଷ ହେଲାଣି ସମସ୍ୟା ଭୋଗୁଛନ୍ତି ଛାତ୍ରୀ

ଜଳ ସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ, ଜଳଭଣ୍ଡାରର ସ୍ଥିତି, କେଉଁଠି କେତେ ବର୍ଷା ହୋଇଛି ତାର ଟିକିନିଖି ସୂଚନା ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିଥିଲେ । ଏସବୁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିନଥିଲା । ଓଲଟା ସେ ଆଲୋଚନା ମଝିରେ କହିଲେ  ଏସବୁ ଯେଉଁ ତଥ୍ୟ ଆପଣ ଏବେ ଦେଉଛନ୍ତି, ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବରେ ମୋ ପାଖକୁ ଆସୁନି କାହିଁକି ?  ସବୁ ତଥ୍ୟର ପିଡିଏଫ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୋହନ ।

ଇ-କେୱାଇସି ପାଇଁ ସରିଲା ସମୟ, ଅପଡେଟ୍ କରିନଥିବା ୧୫ ଲକ୍ଷ ହିତାଧିକାରୀଙ୍କୁ କାଲିଠୁ ମିଳିବନି ଚାଉଳ

ଲୋକସେବା ଭବନର ପଛ ପଟେ ରହିଛି ଜଳ ସମ୍ପଦ ବିଭାଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ଢେର୍ ସମୟ ନିଜ ପାଖରେ ରଖିଥିଲେ। ହେଲେ, ସେ ବିପର୍ଯ୍ୟୟ ସମୟର ସମୀକ୍ଷା ବ୍ୟତୀତ ଅନ୍ୟ କେବେ ଏମିତି ଅଚାନକ ଯାଇନଥିଲେ । କିନ୍ତୁ ମୋହନ ଆଜି ବିଭାଗୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି । ପରାମର୍ଶ ଦେଇଛନ୍ତି, ଆହୁରି ଅଧିକ ପ୍ରତିବଦ୍ଧତାର ସହ କାମ କର ।  ୨୦୨୯-୩୦ ସୁଦ୍ଧା ରାଜ୍ୟର ଅଧିକ ୧୫ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ କରାଯିବ ବୋଲି ଟାର୍ଗେଟ୍ ନେଇଛନ୍ତି ମୋହନ।  

କାର୍ତ୍ତିକ ପୂର୍ଣ୍ଣିମାରେ ଜଳାଶୟରେ ଭାସିବ ଡଙ୍ଗା; କାରଗର ପରିବାରର ପେଟ ପୂରିବ

ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗ ବୁଲିବା ପରେ ଅନ୍ୟ ବିଭାଗରେ ହଡକମ୍ପ ସୃଷ୍ଟି ହୋଇଛି । ଯେ କୌଣସି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିଭାଗକୁ ଆସି ସମୀକ୍ଷା କରିପାରନ୍ତି ବୋଲି ଲୋକସେବା ଭବନରେ ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe