କନକ ବ୍ୟୁରୋ : କାର୍ତ୍ତିକ ହେଉଛି ପୂଣ୍ୟର ମାସ । କାର୍ତ୍ତିକ ପୂର୍ଣ୍ଣିମା ମାହାତ୍ମ୍ୟ ସମସ୍ତଙ୍କୁ ଜଣା । ଡଙ୍ଗ ଭସା ପରମ୍ପରା ଆମ ଐତିହ୍ୟକୁ ମନେ ପକାଇଦିଏ । ବଡ଼ିଭୋରୁ ଡଙ୍ଗା ଭସାଇଥାନ୍ତି ଆବାଳ ବୃଦ୍ଧ ବନିତା । ଆଉ ଏହି ଡଙ୍ଗା ତିଆରିରେ ଲାଗିଛନ୍ତି କାରିଗର । ଭଳିକି ଭଳି ଡଙ୍ଗା ତିଆରି କରନ୍ତି କଟକ ଜିଲ୍ଲା ସାଲେପୁରର କାରିଗର ।
ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା । ଜଳାଶୟରେ ଡଙ୍ଗା ଭାସିବ, କାରିଗର କିଛି ରୋଜଗାର କରିବ । ତେଣୁ ସାଲେପୁର ବ୍ଲକ୍ ସପନପୁର ଗାଁର କାରିଗର ପରିବାର ହାତକୁ ତର ନାହିଁ । ଛୋଟଠୁ ବଡ଼ ସମସ୍ତେ ଲାଗିଛନ୍ତି ଡଙ୍ଗା ପ୍ରସ୍ତୁତିରେ । କିଏ ସୋଲରେ ରଙ୍ଗ ଦେଉଛି ତ ଆଉ କିଏ ଅଠା ଲଗାଉଛି । ୧୦ ପ୍ରକାର ଡଙ୍ଗା କରି ଗ୍ରାହକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି କାରିଗର । ପ୍ରତିବର୍ଷ ଭଳି ଏବର୍ଷ ବି ଡଙ୍ଗା ବିକ୍ରି ହେବ, ଭଲ ଦୁଇ ପଇସା ରୋଜଗାର ହେବ । ଏଇ ଆଶାରେ ପୂରା ପରିବାର ।
ଡଙ୍ଗାଭସା, କାହାପାଇଁ ପୂଣ୍ୟ, ପୁଣି କାହା ପାଇଁ ପେଟପାଟଣା । ୧୫ ବର୍ଷ ହେବ ଡଙ୍ଗା କରୁଛନ୍ତି କାରିଗର ପରିବାର । ପ୍ରତିବର୍ଷ ଭଳି ଏବର୍ଷ ବି ୫ ହଜାର ଡଙ୍ଗା ତିଆରି କରିଛନ୍ତି । କିଛି ରୋଜଗାର ଆଶାରେ ଘରର ମହିଳାମାନେ ମଧ୍ୟ ଏଥିରେ ସହଯୋଗ କରିଥାନ୍ତି । ସପନପୁର କାରିଗରଙ୍କ ଡଙ୍ଗା ସାଲେପୁର ବଜାର ସମେତ କଟକ ଏବଂ ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ଯାଇଥାଏ । ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି କାରିଗରଙ୍କ ଘରୁ କିଣି ନେଇଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/31/boita-bandana-2025-10-31-19-05-45.jpg)